Page:Universal Declaration of Human Rights Oriya.pdf/6

From Wikisource
Jump to navigation Jump to search
This page has been proofread.

ଏହି ଇଚ୍ଛାର ଅଭିବ୍ୟକ୍ତି ହେବ । ସାର୍ବଜନୀନ ଓ ସମାନ ଲୋକପ୍ରଥା ଅନୁସାରେ ଗୁପ୍ତ ରୋ ଦ୍ୱାରା କିମ୍ୱା ତଦନୁରୂପ ଅବାଧ ଭୋଟ ଦାନ-ପଦ୍ଧତି ଦ୍ୱାରା ନିର୍ବାଚନ ହେବ ।

ଅନୁଚ୍ଛେଦ ୨୨ ସମାଜର ବ୍ୟକ୍ତି ହିସାବରେ ପ୍ରତ୍ୟେକଙ୍କର ସାମାଜିକ ନିରାପତ୍ତା ସମ୍ପର୍କୀୟ ଅଧିକାର ଅଛି ଏବଂ ଜାତୀୟ ଉଦ୍ୟମ ଓ ଆନ୍ତର୍ଜାତୀୟ ସହଯୋଗ ଜରିଆରେ ଏବଂ ପ୍ରତି ରାଷ୍ଟ୍ରର ସଂଗଠନ ଓ ସମ୍ୱଳ ଅନୁସାରେ ତାହାର ମର୍ଯ୍ୟାଦା ଓ ତାହାର ବ୍ୟକ୍ତିତ୍ୱର ସ୍ୱାଧୀନ ବିକାଶ ନିମନ୍ତେ ଅତ୍ୟାବଶ୍ୟକ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ଉପଲବ୍ଧ କରିବାର ହକ ଅଛି ।

ଅନୁଚ୍ଛେଦ ୨୩

(୧) ପ୍ରତ୍ୟେକ ଲୋକର କାର୍ଯ୍ୟ କରିବାର ସ୍ୱାଧୀନ ଇଚ୍ଛାରେ ନିଯୁକ୍ତ ହେବାର କାର୍ଯ୍ୟ ପନ୍ଥାରେ କାର୍ଯ୍ୟ ଓ ଅନୁକୂଳ ପରିସ୍ଥିତି ଲାଭ କରିପାରେ ଏବଂ ବେକାର ଅବସ୍ଥାରୁ ରକ୍ଷା ପାଇବାର ଅଧିକାର ଅଛି ।

(୨) ପ୍ରତ୍ୟେକର ସମାନ କାର୍ଯ୍ୟପାଇଁ ସମାନ ବେତନ ପାଇବାର ଅଧିକାର ଅଛି । ଏଥିରେ ପାତରଅନ୍ତର କରାଯାଇ ନ ପାରେ ।

(୩) ପ୍ରତ୍ୟେକ ଲୋକର (ଯେ କି କାର୍ଯ୍ୟ କରେ) ମାନବିକ ମର୍ଯ୍ୟାଦା ଦୃଷ୍ଟିରୁ ନିଜ ପାଇଁ ଓ ନିଜ ପରିବାର ପାଇଁ ବଞ୍ଚି ରହିବା ଭଳି କାର୍ଯ୍ୟ ଓ ଅନୁକୂଳ ବେତନ ପାଇବାର ଅଧିକାର ଅଛି ଏବଂ ଆବଶ୍ୟକ ପକ୍ଷେ ବା ଅନ୍ୟାନ୍ୟ ସାମାଜିକ ରକ୍ଷାମୂଳକ ଉପାୟ ସୁଯୋଗ ଲାଭ ପାଇଁ ମଧ୍ୟ ସେ ହକଦାର ।

(୪) ନିଜର ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ପ୍ରତ୍ୟେକଙ୍କର ଟ୍ରେଡ ୟୁନିୟନ ଗଠନ କରିବାରେ ଓ ତହିଁରେ ଯୋଗଦେବାର ଅଧିକାର ଅଛି ।

ଅନୁଚ୍ଛେଦ ୨୪

ନ୍ୟାର୍ଯ୍ୟ ଭାବରେ ଯେତିକି ଘଣ୍ଟା କାମ କରିବାର କଥା ଯେତିକି ଘଣ୍ଟା କାମ କରିବାର, ବେତନ ପାଇ ସାମୟିକ ଛୁଟି ଉପଭୋଗ କରିବାର ଅଧିକାର ସମେତ ବିଶ୍ରାମ ଓ ଅବକାଶ ଉପଭୋଗ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି ।

ଅନୁଚ୍ଛେଦ ୨୫

୧. ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟ ଓ ହିତ ନିମନ୍ତେ ଉପଯୁକ୍ତ ହେବା ଉଚ୍ଚ ଜୀବନଯାପନ କରିବାର ସୁବିଧା ଲାଭ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି । ଖାଦ୍ୟ, ପରିଧେୟ, ବାସଗୃହ, ଚିକିତ୍ସା ଓ ପ୍ରୟୋଜନୀୟ ସାମାଜିକ ସେବା, ବେକାରି ହେବା ସମୟରେ ନିରାପତ୍ତା ଲାଭ କରିବାର ଅଧିକାର, ନିଜ କଷ୍ଟରୁ ବାହାରର ସ୍ଥିତି ଯଥା - ବ୍ୟାଧି, ଅପାରଗତା, ବୈଧବ୍ୟ, ବାର୍ଦ୍ଧକ୍ୟ ଓ ଜୀବନଧାରଣର ଅନ୍ୟାନ୍ୟ ଅଭାବ ଅସୁବିଧା ଭୋଗିଲେ ମଧ୍ୟ ଜୀବନଯାପନ କରିବାର ସୁବିଧା ଲାଭ କରିବା ପାଇଁ ଅଧିକାର ପ୍ରତ୍ୟେକଙ୍କର ଅଛି ।

୨. ପ୍ରଗତି ଓ ଶୈଶବକାଳରେ ବିଶେଷ ଯତ୍ନ ଓ ସାହାଯ୍ୟ ପାଇବାର ପ୍ରତ୍ୟେକ ବ୍ୟକ୍ତିର ହକ୍ ଅଛି । ବିବାହ ଯୋଗୁଁ ବା ଅବୈଧ ଭାବେ ଜନ୍ମ ହୋଇଥିବା ପ୍ରତ୍ୟେକ ଶିଶୁ ଏକ ପ୍ରକାର ସାମାଜିକ ରକ୍ଷଣାବେକ୍ଷଣମୂଳକ ସୁବିଧା ଭୋଗ କରିବେ ।

ଅନୁଚ୍ଛେଦ ୨୬

(୧) ଶିକ୍ଷାଲାଭ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି । ପ୍ରାଥମିକ ଓ ମୌଳିକ ଶିକ୍ଷା ଅବୈତନିକ ହେବ । ପ୍ରାଥମିକ ଶିକ୍ଷା ବାଧ୍ୟତା-