Page:Universal Declaration of Human Rights Oriya.pdf/5

From Wikisource
Jump to navigation Jump to search
This page has been proofread.

ଅନୁଚ୍ଛେଦ ୧୮
ପ୍ରତ୍ୟେକଙ୍କର ଚିନ୍ତା, ବିବେକ ଓ ଧର୍ମ ସମ୍ପର୍କୀୟ ସ୍ୱାଧୀନତାରେ ଅଧିକାର ରହିଅଛି; ଧର୍ମ ବା ବିଶ୍ୱାସ ପରିବର୍ତ୍ତନ କରିବାର ସ୍ୱାଧୀନତା, ଏକୁଟିଆ ବା ଅନ୍ୟମାନଙ୍କ ସମଭିବ୍ୟବହାରରେ ପ୍ରକାଶ୍ୟ ବା ଗୋପନୀୟ ଭାବରେ ଶିକ୍ଷା, ଆଚରଣ, ପୂଜା ବା ପାଳନରେ ନିଜର ଧର୍ମ ବା ବିଶ୍ୱାସକୁ ପ୍ରକଟିତ କରିବାର ସ୍ୱାଧୀନତା ଏହି ଅଧିକାରର ଅନ୍ତର୍ଗତ ।

ଅନୁଚ୍ଛେଦ ୧୯
ମତ ପ୍ରକାଶ ଓ ଅଭିବ୍ୟକ୍ତି ସମ୍ପର୍କରେ ପ୍ରତ୍ୟେକଙ୍କର ଅଧିକାର ଅଛି; ବିନା ବାଧାରେ ମତ ଦେବାର ସ୍ୱାଧୀନତା, ଯେ କୌଣସି ମାଧ୍ୟମରେ ଏବଂ ଦେଶର ସୀମାଚିତ୍ରଣ କରି ସମ୍ୱାଦ ଓ ଭାବଧାର ଅନ୍ୱେଷଣ ଓ ଆଦାନ ପ୍ରଦାନ କରିବାର ସ୍ୱାଧୀନତା ଏ ଅଧିକାରର ଅନ୍ତର୍ଗତ ।

ଅନୁଚ୍ଛେଦ ୨୦
(୧) ଶାନ୍ତିପୂର୍ଣ୍ଣ ଭାବରେ ସମବେତ ହେବାର ଓ ସଂଘ ଗଢ଼ିବାର ସ୍ୱାଧୀନତା ସମ୍ପର୍କରେ ପ୍ରତ୍ୟେକଙ୍କର ଅଧିକାର ଅଛି ।
(୨) କୌଣସି ସଂଘର ସଭ୍ୟ ହେବାକୁ କାହାରିକୁ ବାଧ୍ୟ କରାଯିବ ନାହିଁ ।

ଅନୁଚ୍ଛେଦ ୨୧
(୧) ନିଜ ଦେଶର ସରକାରରେ ପ୍ରତ୍ୟକ୍ଷ ଭାବରେ ବା ସ୍ୱାଧୀନ ଭାବରେ ନିର୍ବାଚିତ ହୋଇଥିବା ଲୋକପ୍ରତିନିଧିମାନଙ୍କ ଜରିଆରେ ଯୋଗ ଦେବା ପାଇଁ ସମସ୍ତଙ୍କର ଅଧିକାର ଅଛି ।
(୨) ନିଜ ଦେଶରେ ସରକାରୀ ଚାକିରୀରେ ପ୍ରବେଶ କରିବାର ସମାନ ଅଧିକାର ସମସ୍ତଙ୍କର ଅଛି ।
(୩) ଜନସାଧାରଣଙ୍କ ଇଚ୍ଛା ସରକାରୀ କ୍ଷମତାର ମୂଳଭିତ୍ତି ହେବ । ସାମୟିକ ଶୁଦ୍ଧ ନିର୍ବାଚନରେ ଏହି