Page:Universal Declaration of Human Rights Oriya.pdf/7

From Wikisource
Jump to navigation Jump to search
This page has been proofread.

ମୂଳକ ହେବ; ବୈଷୟିକ ଓ ଜୀବିକାର୍ଜନ ସଂକ୍ରାନ୍ତ ଶିକ୍ଷା ସମସ୍ତଙ୍କୁ ସାଧାରଣ ଭାବରେ ଦିଆଯିବ; କିନ୍ତୁ ଉଚ୍ଚତର ଶିକ୍ଷା ଯୋଗ୍ୟତା ଭିତ୍ତିରେ ସମସ୍ତଙ୍କୁ ସମାନ ଭାବରେ ଦିଆଯିବ ।

(୨) ମାନବିକ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ଦିଗରେ ଏବଂ ମାନବିକ ଅଧିକାର ପ୍ରତି ଓ ମାନବର ମୌଳିକ ସ୍ୱାଧୀନତା ପ୍ରତି ସମ୍ମାନ ବଢ଼ାଇବା ପ୍ରତି ଦୃଷ୍ଟି ଦିଆଯାଇ ଶିକ୍ଷା ନିୟନ୍ତ୍ରିତ ହେବ । ଏହା ସମସ୍ତ ଜାତି ଭିତରେ ଜାତୀୟ ବା ଧର୍ମ ସମ୍ପ୍ରଦାୟ ଭିତରେ ବିଶ୍ୱାସ, ସହନଶୀଳତା ଓ ବନ୍ଧୁତାର ବିକାଶ କରିବ ଏବଂ ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ମିଳିତ ଜାତିଙ୍କର କାର୍ଯ୍ୟକଳାପରୁ ଆଗେଇ ନେବ ।

(୩) ପିଲାମାନଙ୍କୁ କି ପ୍ରକାର ଶିକ୍ଷା ଦିଆଯିବ, ସେକଥା ଆଗ ବିଚାର କରିବାର ଅଧିକାର ବାପମାଙ୍କର ରହିବ ।

ଅନୁଚ୍ଛେଦ ୨୭

(୧) ପ୍ରତ୍ୟେକ ରାଜ୍ୟର ସୀମା ମଧ୍ୟରେ ଭ୍ରମଣ ଓ ବାସ କରିବାର ସ୍ୱାଧୀନତା ଭୋଗ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି ।

(୨) କୌଣସି ବୈଜ୍ଞାନିକ, ସାହିତ୍ୟିକ ବା କଳାମୂଳକ ରଚନାର ଯେଉଁ ବ୍ୟକ୍ତି କର୍ତ୍ତବ୍ୟ ସ୍ରଷ୍ଠା, ସେ ସେହି ରଚନାରୁ ଉଦ୍ଭୁତ ତାଙ୍କର ନୈତିକ ଓ ବୈଷୟିକ ସ୍ୱାର୍ଥର ସଂରକ୍ଷଣ ସମ୍ପର୍କୀୟ ଅଧିକାରରେ ସେ ଅଧିକାର ହେବେ ।

ଅନୁଚ୍ଛେଦ ୨୮

ଯେଉଁ ସାମାଜିକ ଓ ଆନ୍ତର୍ଜାତିକ ସଂସ୍ଥା ମଧ୍ୟରେ ଏହି ଘୋଷଣାରେ ଉଲ୍ଲିଖିତ ହୋଇଥିବା ଅଧିକାର ଓ ସ୍ୱାଧୀନତାମାନ ପୂର୍ଣ୍ଣରୂପେ ଭୋଗ କରାଯାଇ ପାରିବ, ସେହି ସାମାଜିକ ଓ ଆନ୍ତର୍ଜାତିକ ସଂସ୍ଥାରେ ଅବସ୍ଥିତ ହେବାକୁ ପ୍ରତ୍ୟେକଙ୍କର ହକ ଅଛି ।

ଅନୁଚ୍ଛେଦ ୨୯

(୧) କେବଳ ସମାଜରେ ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱର ଅବାଧ ଓ ପୂର୍ଣ୍ଣ ବିକାଶ ସମ୍ଭବପର; ତେଣୁ ସମାଜ ପ୍ରତି ପ୍ରତ୍ୟେକଙ୍କର କର୍ତ୍ତବ୍ୟ ରହିଅଛି ।

(୨) ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର ଓ ସ୍ୱାଧୀନତା କାର୍ଯ୍ୟକାରୀ କରିବାରେ ପ୍ରତ୍ୟେକ ବ୍ୟକ୍ତି କେବଳ ସେହିଭଳି କଟକଣାର ଅନୁବର୍ତ୍ତୀ ହେବେ, ଯେଉଁଭଳି କଟକଣା କେବଳ ଅନ୍ୟମାନଙ୍କର ଅଧିକାର ଓ ସ୍ୱାଧୀନତାର ଉପଯୁକ୍ତ ଭାବେ ସ୍ୱୀକାର କରିବା ଓ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏବଂ ଗଣତାନ୍ତ୍ରିକ ସମାଜରେ ନୈତିକତା, ସାଧାରଣ ଶୃଙ୍ଖଳା ଓ ସାଧାରଣ ମଙ୍ଗଳ ବିଧାନର ପ୍ରକୃତି କରଣ ମେଣ୍ଟାଇବା ଉଦ୍ଦେଶ୍ୟରେ ଆଇନଦ୍ୱାରା ନିର୍ବାଚିତ ହେବ ।

(୩) ମିଳିତ ଜାତିର ଅନୁଷ୍ଠାନ ଉଦ୍ଦେଶ୍ୟ ଓ ନୀତି ବିରୁଦ୍ଧରେ କୌଣସିମତେ ଏହିସବୁ ଅଧିକାର ଓ ସ୍ୱାଧୀନତା କାର୍ଯ୍ୟକାରୀ ହୋଇପାରେ ନାହିଁ ।

ଅନୁଚ୍ଛେଦ ୩୦

କୌଣସି ରାଷ୍ଟ୍ର ଦଳ ବା ବ୍ୟକ୍ତିର ଏହି ଘୋଷଣାରେ ଉଲ୍ଲିଖିତ ହୋଇଥିବା ଅଧିକାର ଓ ସ୍ୱାଧୀନତା ଭିତରୁ କୌଣସି ଅଧିକାର ଓ ସ୍ୱାଧୀନତାର ଧ୍ୱଂସ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟରେ ଲିପ୍ତ ହେବାର ବା କୌଣସି କାର୍ଯ୍ୟ କରିବାର କୌଣସି ଅଧିକାର ଅଛି ବୋଲି ଏ ଘୋଷଣାରେ ଥିବା କୌଣସି ବିଷୟକୁ ଅର୍ଥ କରାଯିବ ନାହିଁ ।