Page:Kaunri Kamachandira dese.pdf/36

From Wikisource
Jump to navigation Jump to search
This page has been proofread.

ଚିତ୍ର ବା ସଂହାରର ଦେବତା । କିନ୍ତୁ ମହେଶ୍ଵର ସର୍ବଦା ଧ୍ୟନମଗ୍ନ ହୋଇ ରହିଲେ । ନିଜ କର୍ତ୍ତବ୍ୟରେ ହେଳା କରି ବସିଲେ । ତାଙ୍କର ଧ୍ୟାନ ଭାଙ୍ଗିବାକୁ ବ୍ରହ୍ମା ଚେଷ୍ଟାକଲେ । ତାଙ୍କର ପ୍ରିୟପୁତ୍ର ଦକ୍ଷଙ୍କର ଏକ ସୁନ୍ଦରୀ କନ୍ୟା ଥିଲେ । ତାଙ୍କର ନାଁ ଥିଲା ସତୀ । ସେ ସେହି ସତୀଙ୍କୁ ବିବାହ କରି କୈଳାସ ପର୍ବତରେ ବାସ କଲେ ।

ଥରେ ଦକ୍ଷ ଏକ ବିରାଟ ଯଜ୍ଞର ଆୟୋଜନ କଲେ । ମାତ୍ର ମହାଦେବଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦେବଦେବୀଙ୍କୁ ସେଥିରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ । ମହାଦେବ ସର୍ବଦା ଅଳିଆ ଅସନା ରୂପରେ ଥା'ନ୍ତି । ତାଙ୍କ ଦେହରେ ପାଉଁସ, ଅଣ୍ଟାରେ ଚର୍ମ,







                               ୩୬