Page:Kaunri Kamachandira dese.pdf/22

From Wikisource
Jump to navigation Jump to search
This page has been proofread.

ଆସାମର ପୂର୍ବାଞ୍ଚଳରେ ଥିବା ନିଜର ଜନ୍ମସ୍ଥାନରୁ ଚାଲିଯାଇଥିଲେ । ପଶ୍ଚିମାଞ୍ଚଳରେ ଥିବା ବରପେଟା ପାଖ ପାଟବାଉଁଶୀରେ ବାସ କରିଥିଲେ । ଏଠାରେ ସେ କୋଚବଂଶୀୟ ରାଜା ନରନାରାୟଣଙ୍କ ଦରବାରରେ ନିଜର ଭକ୍ତି, ପାଣ୍ଡିତ୍ୟ, କବିତ୍ତ୍ଵ, ସଂଗୀତ ପ୍ରେମ ଇତ୍ୟାଦି ବହୁ ସଦ୍‌ଗୁଣର ପରିଚୟ ଦେଇଥିଲେ । ସେଥିରେ ସମସ୍ତେ ସନ୍ତୁଷ୍ଟ ହୋଇପାରିଥିଲେ ।
ଲୋକମାନଙ୍କ ଚଳଣି
ଆସାମର ଗୋଟିଏ କାବ୍ୟରେ ଭୂତ ଛଡ଼ାଇବା ଉଦ୍ଦେଶ୍ୟରେ ବହୁ କର୍ମକର୍ମାଣିର ବର୍ଣ୍ଣନା ରହିଛି । ଉକ୍ତ କାବ୍ୟଟିର ନାମ 'ଖୋବା ଖୋବି ଚରିତ' । ଏହା ବଡ଼ ପାଟିରେ ପାଠ କରାଯାଉଥିଲା ।
ବୈଷ୍ଣବମାନେ ସେତେବେଳେ ତୀର୍ଥଯାତ୍ରା ଉପରେ ବିଶେଷ ଗୁରୁତ୍ତ୍ଵ ଦେଇ ନ ଥିଲେ । କାରଣ ସେମାନେ କହୁଥିଲେ- "ସବୁରି ତୀର୍ଥ ତୋ ଚରଣେ ବଦ୍ରିକା ଯିବୁ କି କାରଣେ" । ଶ୍ରୀକୃଷ୍ଣଙ୍କ ମହିମା ଗାନ ବା ନାମ ସଂକୀର୍ତ୍ତନ କଲେ ଯଥେଷ୍ଟ ସନ୍ତୋଷ ବା ପୁଣ୍ୟଫଳ ମିଳି ପାରିବ । ତା' ସତ୍ତ୍ଵେ ଶଙ୍କର ଦେବ ଭାରତର ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରୁଥିଲେ । ନିଜ ଜୀବନକାଳ ମଧ୍ୟରେ ଦ୍ଵିତୀୟ ଥର ତୀର୍ଥଯାତ୍ରାରେ ସେ ପ୍ରିୟ ଶିଷ୍ୟ ମାଧବଦେବ ଓ ଶହ ଶହ ଶିଷ୍ୟମାନଙ୍କୁ ସାଥିରେ ନେଇଥିଲେ । ତୀର୍ଥ ସ୍ଥାନଗୁଡ଼ିକ ମଧ୍ୟରେ ପୁରୀର ଜଗନ୍ନାଥ କ୍ଷେତ୍ର ପ୍ରଧାନ ସ୍ଥାନ ଲାଭ କରିଥିଲା ।
ଆସାମର ଅଧିକାଂଶ ଲୋକ ଆମିଷ ଖାଆନ୍ତି । ଅଳ୍ପ କେତେକ ଆମିଷ ଖାଆନ୍ତି ନାହିଁ । ବହୁ ପ୍ରକାର ପିଠା, ପାୟସ, ଆଚାର, ଚଟଣି, ପନିପରିବା, ରରକାରୀ, ଡାଲି, ଭାତ ଆଦି ଆହାର କରିଥାଆନ୍ତି । ଆମ ପରି ତରକାରୀପତ୍ର, ପିଠାପଣା ପ୍ରଭୃତିରେ


                              ୨୨