Page:Kaunri Kamachandira dese.pdf/21

From Wikisource
Jump to navigation Jump to search
This page has been proofread.

ଚିତ୍ର

ତାଙ୍କର ପ୍ରିୟ ଶିଷ୍ୟ ମାଧବ ଦେବଙ୍କ ପରେ ଦାମୋଦର ଦେବ, ବଂଶୀଗୋପାଳ ଦେବ ଆଦି ରାଜାମାନଙ୍କର ସାହାଯ୍ୟ ପାଇଥିଲେ । ଏହା ଫଳରେ ବୈଷ୍ଣବ ଧର୍ମର ପ୍ରଚାର ହୋଇଥିଲା । ସତ୍ତା ନାମକ ଏକ ଅନୁଷ୍ଠାନ ମଧ୍ୟ ଏହି 'ଦେବମାନଙ୍କ' ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ଏହା ଧର୍ମର ବିଚାର ଓ ପ୍ରଚାର ଘଟାଇଥିଲା । 'ପାଇକ' ପ୍ରଥାର ପ୍ରଚଳନ ଘଟି ଯୁଦ୍ଧ ଓ ଶାନ୍ତି ସମୟରେ ଲୋକବଳର ବ୍ୟବହାର କରାଯାଉଥିଲା ।

ଏହି ନୂତନ ବୈଷ୍ଣବ ଧର୍ମ ପ୍ରଚାରରେ ବହୁବାଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବ୍ରାହ୍ମଣମାନେ ପୁରୁଣା ଧର୍ମରେ ଆଗ୍ରହୀ ହୋଇ ଶଙ୍କର ଦେବଙ୍କ ନୂତନ ଧର୍ମ ଧାରଣାର ବିରୋଧ କରୁଥିଲେ । ସମୟ ସମୟରେ ରାଜା ଓ ଧନୀକ ଶ୍ରେଣୀ ମଧ୍ୟ ନିଜର ଗୌରବରେ ଆଞ୍ଚ ଆସିବା ଭୟରେ ଏହି ଧର୍ମର ପ୍ରତିରୋଧ କରିଥିଲେ । ସେଥିଯୋଗୁ ଶଙ୍କର ଦେବ


                            ୨୧