Page:Universal Declaration of Human Rights Oriya.pdf/2

From Wikisource
Jump to navigation Jump to search
This page has been proofread.

ସମସ୍ତ ଲୋକ ଓ ସମସ୍ତ ଜାତିଙ୍କ ପାଇଁ ଗୋଟିଏ ସାଧାରଣ ଆଦର୍ଶର କୃତିତ୍ତ୍ୱ ହାସଲ ସ୍ୱରୁପ ଏହି ମାନବିକ ଅଧିକାର ସମ୍ପର୍କୀୟ ବିଶ୍ୱଜନୀନ ଘୋଷଣା କରାଯାଉଅଛି । ଏ ଘୋଷଣାର ଲକ୍ଷ୍ୟ ଏହି ଯେ ସମାଜର ପ୍ରତ୍ୟେକ ବ୍ୟକ୍ତିବିଶେଷ ଓ ପ୍ରତ୍ୟେକ ମାଧ୍ୟମ ସର୍ବଦା ଏ ଘୋଷଣାକୁ ମନେରଖି ଏହିସବୁ ଅଧିକାର ଓ ସ୍ୱାଧୀନତା ପ୍ରତି ପ୍ରଚାର ଓ ଶିକ୍ଷାଦ୍ୱାରା ସମ୍ମାନ ବଢାଇବା ପାଇଁ ଚେଷ୍ଟା କରିବେ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଗତିଶୀଳ ବ୍ୟବସ୍ଥା ଦ୍ୱାରା ଉଭୟ ମିଳିତ ଜାତି ଅନୁଷ୍ଠାନ ଅନ୍ତର୍ଭୁକ୍ତ ରାଷ୍ଟ୍ରର ଲୋକ ଓ ସେମାନଙ୍କର ଉଲକା; ଅନ୍ତର୍ଗତ ଦେଶର ଲୋକ ସମସ୍ତେ ଯେପରି ପ୍ରବଦାୟକ ଭାବରେ ଏସବୁକୁ ମାନନ୍ତି ଓ ପାଳନ କରନ୍ତି, ତହିଁର ବ୍ୟବସ୍ଥା କରିବେ ।

ଅନୁଚ୍ଛେଦ ୧
ସବୁ ମନୁଷ୍ୟ ଜନ୍ମକାଳରୁ ସ୍ୱାଧୀନ । ସେମାନଙ୍କର ମର୍ଯ୍ୟାଦା ଓ ଅଧିକାର ସମାନ । ସେମାନଙ୍କଠାରେ ପ୍ରଜ୍ଞା ଓ ବିବେକ ନିହିତ ଅଛି । ସେମାନେ ପରସ୍ପର ପ୍ରତି ଭାତୃଭାବ ଘୋଷଣା କରି କାର୍ଯ୍ୟ କରିବା ଦରକାର ।

ଅନୁଚ୍ଛେଦ ୨
୧) ଏତଦ୍‌ଲିଖିତ କୌଣସି ପ୍ରକାର ଭେଦଭାବ ନ ପାଇ ପ୍ରତ୍ୟେକ ବ୍ୟକ୍ତି ଏହି ଘୋଷଣାରେ ଲିପିବଦ୍ଧ ହୋଇଥିବା ସମସ୍ତ ଅଧିକାର ଓ ସ୍ୱାଧୀନତା ଲାଭ କରିବାକୁ ଦରକାର; ଯଥା – ଜାତି, ବର୍ଣ୍ଣ, ସ୍ତ୍ରୀ, ପୁରୁଷ, ଭାଷା, ଧର୍ମ, ରାଜନୈତିକ ବ ଅନ୍ୟ ମତ, ଜାତୀୟ ବା ସାମାଜିକ ଉତ୍ପତ୍ତିସ୍ଥଳ, ସମ୍ପତ୍ତି, ଜନ୍ମଗତ ବା ଅନ୍ୟ ସ୍ଥିତି ଏସବୁ ଭେଦ ସ୍ୱୀକାର କରାଯିବ ନାହିଁ ।
୨) ଅଧିକନ୍ତୁ ବ୍ୟକ୍ତି ଯେଉଁ ଦେଶ ବା ରାଜ୍ୟର ଅଧିବାସୀ, ସେ ଦେଶ ବା ରାଜ୍ୟ ସ୍ୱାଧୀନ ହୋଇଥାଉ, ଟ୍ରଷ୍ଟ ହୋଇଥାଉ, ସ୍ୱାୟତ୍ତଶାସନ ପାଇ ନଥିବା ଦେଶ ହୋଇଥାଉ ବା ଅନ୍ୟ ଯେ କୌଣସି ସାର୍ବଭୌମତ୍ତ୍ୱର ଅଧୀନ ହୋଇଥାଉ ପଛକେ ସେ ଦେଶ ବା ରାଜ୍ୟର ରାଜନୈତିକ, ଆଞ୍ଚଳିକ ବା ଆନ୍ତର୍ଜାତିକ ସ୍ଥିତିକୁ ଭିତ୍ତି କରି କୌଣସି ଭେଦାଭେଦ ବିଚାର କରାଯିବ ନାହିଁ ।

ଅନୁଚ୍ଛେଦ ୩
ପ୍ରତ୍ୟେକ ଜୀବନର ମୁକ୍ତି ଓ ବ୍ୟକ୍ତିଗତ ନିରାପତ୍ତା ଉପରେ ଅଧିକାର ଅଛି ।

ଅନୁଚ୍ଛେଦ ୪
କୌଣସି ବ୍ୟକ୍ତିକୁ ଦାସ ରୂପେ ବା ଦାସତ୍ତ୍ୱ ବନ୍ଧନରେ ରଖାଯିବ ନାହିଁ; ସମସ୍ତ ପ୍ରକାର ଦାସତ୍ତ୍ୱ ଓ ଦାସବ୍ୟବସାୟ ନିଷିଦ୍ଧ ହେବ ।

ଅନୁଚ୍ଛେଦ ୫
କୌଣସି ଲୋକକୁ ଯନ୍ତ୍ରଣା ଦିଆଯିବ ନାହିଁ, କି ନୃଶଂସ ଅମାନୁଷିକ ବା ସମ୍ମାନ ହାନିକର ବ୍ୟବହାର ବା ଦଣ୍ଡରେ ଭାଗୀ କରାଯିବ ନାହିଁ ।

ଅନୁଚ୍ଛେଦ ୬
ଆଇନ ଆଗରେ ବ୍ୟକ୍ତି ହିସାବରେ ସବୁଠାରେ ଗଣା ବା ସ୍ୱୀକୃତ ହେବାର ଅଧିକାର ପ୍ରତ୍ୟେକଙ୍କର ଅଛି ।

ଅନୁଚ୍ଛେଦ ୭
ଆଇନ ଆଗରେ ସମସ୍ତେ ସମାନ ଏବଂ ପାତଅନ୍ତର ନିର୍ବିଶେଷରେ ଆଇନ ବଳରେ ସମାନ ଭାବରେ ରକ୍ଷା ପାଇବାକୁ ହକଦାର । ଏ ଘୋଷଣାକୁ ଅନ୍ୟଥା କରାଯାଇ ଯଦି କୌଣସି ପାତରଅନ୍ତରମୂଳକ ବ୍ୟବସ୍ଥା କରାଯାଏ ଏବଂ ଉକ୍ତ ପାତରଅନ୍ତରମୂଳକ ବ୍ୟବସ୍ଥା କରିବା ପାଇଁ ଯଦି