Page:Bhasa o Jatiyata.pdf/35

From Wikisource
Jump to navigation Jump to search
This page has not been proofread.

ସର୍ବପ୍ରଥମେ ତାମିଲଭାଷାକୁ କ୍ଲାସିକଭାଷାର ମାନ୍ୟତା ପ୍ରଦାନ କଲେ । ଏଭଳି ନିଷ୍ପତ୍ତିରେ ଦକ୍ଷିଣ ଭାରତର ଅନ୍ୟରାଜ୍ୟ ନିଜଭାଷାର ପ୍ରାଚୀନତା ସଂପର୍କରେ ବିଭିନ୍ନ ଐତିହାସିକ ତଥ୍ୟ ପ୍ରଦାନ କରି ଏହି ମାନ୍ୟତା ପାଇବାକୁ ଦାବି କଲେ । ବିଶେଷକରି ତେଲୁଗୁଭାଷୀ ସବୁ ନୈତିକତାକୁ ପାଦରେ ଦଳି ନିଜକୁ ସାତବାହନଙ୍କ ଉତ୍ତରାଧିକାରୀ ତଥା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଏକ ସଦ୍ୟ ଆବିଷ୍କୃତ ଅଭିଲେଖରେ ସ୍ଥାନିତ କେତେକ ତେଲୁଗୁ ଲିପି (‘ଯାହାକୁ ଅନେକ ଇତିହାସକାର’ ନକଲି ବୋଲି ପ୍ରମାଣିତ କରିସାରିଲେଣି)କୁ ପ୍ରମାଣ ଭାବେ ଉପସ୍ଥାପିତ କରି ଗତବର୍ଷ ଏହି ସୁଯୋଗ ହାତେଇ ନେଇଛନ୍ତି । ଏ ସଂପର୍କରେ ଦିଲ୍ଲୀରୁ ପ୍ରକାଶିତ ‘ହିନ୍ଦୁସ୍ଥାନ’ ନାମକ ଦୈନିକ ଖବରକାଗଜର ସଂପାକୀୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ଏହି ମାନ୍ୟତା ପାଇବାପାଇଁ ମରାଠୀ, ହିନ୍ଦୀ, ବଙ୍ଗଳା ଆଦି ନିଜନିଜ ସ୍ତରରେ ଉଦ୍ୟମରତ ଥିବାବେଳେ ଏକମାତ୍ର ଓଡ଼ିଆଭାଷା ହିଁ ଏଥିପାଇଁ ଯୋଗ୍ୟ ବୋଲି ଉଲ୍ଲେଖ କରିଥିଲେ । ଅଥଚ ଓଡ଼ିଶାବାସୀ ଓ ଓଡ଼ିଆବୁଦ୍ଧିଜୀବୀଗଣ ଏଥିପାଇଁ ନୀରବ ରହିବା ଏ ଜାତିପ୍ରତି କିପ୍ରକାରର ମନୋଭାବ ଦର୍ଶାଉଛି ତାହା ପ୍ରତ୍ୟେକ ଓଡ଼ିଆ ବିଚାର କରିବାର ସମୟ ଆସି ପହଞ୍ଚିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ମଗଧ ଓ କଳିଙ୍ଗ ମଧ୍ୟରେ ବାଣିଜ୍ୟିକ ପ୍ରତିଦ୍ୱନ୍ଦ୍ୱିତା ଚରମ ସୀମାରେ ପହଞ୍ଚିଥିବାବେଳେ ଦକ୍ଷିଣ ଭାରତରେ ନବପୋଷଣ କାଳ ବା ଲୌହଯୁଗ ପ୍ରଚଳିତ ଥିଲା । କଳିଙ୍ଗ-ମଗଧ ଅଞ୍ଚଳଠାରୁୁ ପ୍ରାୟ ୮୦୦ବର୍ଷ ପରେ ଅର୍ଥାତ୍ ଖ୍ରୀ.ପୂର୍ବ ୨ୟରୁ ୩ୟ ଶତାବ୍ଦୀ ମଧ୍ୟରେ କ୍ଷିଣଭାରତର ଅଧିବାସୀ ଲୌହର ବ୍ୟବହାର ଜାଣିଲେ । ଯଦିଓ ୨ଟି ମାତ୍ର ସ୍ଥାନ-କର୍ଣ୍ଣାଟକର ପିକ୍ଲଲିହଲ୍ ଓ ହୋଲ୍ଲରଠାରୁ ପୁରାତନ ଲୌହ ଉପକରଣ ମିଳିଛି, ମାତ୍ର ତାହା କୃଷି ଯନ୍ତ୍ରପାତି ଭାବରେ ନୁହେଁ । ବରଂ ଏହି ଲୁହାଖଣ୍ଡ ଶିକାରପାଇଁ ବ୍ୟବହାର ହେଉଥିବାର ଜଣାପଡ଼େ । ଅର୍ଥାତ୍ ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡ଼େ ଯେ, ଉତ୍ତର ଓ ପୂର୍ବ ଭାରତରେ ସମୃଦ୍ଧିଶାଳୀ ନଗର ଗଢ଼ି ଉଠିଥିବାବେଳେ କ୍ଷିଣ ଭାରତର ଅଧିବାସୀ ସାଧାରଣ ଜୀବିକା ନିର୍ବାହ କରୁଥିଲେ ।

ତେବେ ବିଦେଶୀ ସାହିତ୍ୟିକ ସ୍ରୋତ ଓ ପ୍ରତ୍ନତାତ୍ତ୍ୱିକ ଖନନଦ୍ୱାରା ଦକ୍ଷିଣ-ପୂର୍ବ ନଦୀ ମୁହାଣରୁ ଯେଉଁ ବାଣିଜ୍ୟିକ ଭିତ୍ତିଭୂମିର ସୂଚନା ମିଳେ, ତାହା ଯେ ତାମିଲଙ୍କଦ୍ୱାରା ହେଉଥିଲା; ଏହା ନିରପେକ୍ଷ ଭାବେ ସ୍ଥିର କରିବା ନିଶ୍ଚିତ ପକ୍ଷେ କଷ୍ଟକର । ଏପରି ବି ହୋଇପାରେ ଦକ୍ଷିଣ-ପୂର୍ବ ଏସିଆ ମହାଶେରେ ନିଜର ବାଣିଜ୍ୟିକ ପ୍ରଭାବ ବିସ୍ତାର କରିଥିବା କଳିଙ୍ଗରାଷ୍ଟ୍ର ନିଜ ବ୍ୟବସାୟପଥ ସୁଗମପାଇଁ ଧୀରେଧୀରେ ଦକ୍ଷିଣଭାଗକୁ ଗତିକରି ପ୍ରଥମେ ଋଷିକୂଲ୍ୟା, ଗୋଦାବରୀ, କୃଷ୍ଣା, କାବେରୀ ନଦୀ ପର୍ଯ୍ୟନ୍ତ ମାଡ଼ିଯାଇ ନିଜର ବାଣିଜ୍ୟିକ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ ଏବଂ ଏହିସବୁ କଳିଙ୍ଗ ସଂସ୍କୃତି ସହ ଓତପ୍ରୋତଃ ଭାବେ ଜଡ଼ିତ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ସିଂହଳ ଆଦି ଦେଶକୁ ଗମନ କରିବାପାଇଁ ପୂର୍ବର ତାମ୍ରଲିପ୍ତି ବନ୍ଦର ଦେଇ ସୁବର୍ଣ୍ଣଭୂମି (ମିଆଁମାର), ଶ୍ୟାମ (ଥାଇଲାଣ୍ଡ), ଆନ୍ନମ