ଛୁଇଁନାହିଁ । ବୋଧହୁଏ ସେଇଥିପାଇଁ ଖାରବେଳଙ୍କଠାରୁ କପିଳେନ୍ଦ୍ରଦେବଙ୍କ ପର୍ଯ୍ୟନ୍ତ ଆମର
ଭାଷା, ସାହିତ୍ୟ, ସଂସ୍କୃତି, ଲିପି କିପରି ଥିଲା, ତାହା ଏବେ ବି ଅଜଣା ହୋଇ ରହିଛି ।
କିନ୍ତୁ ଏ ପର୍ଯ୍ୟନ୍ତ ଆବିଷ୍କୃତ ରାଜନୈତିକ ଚିତ୍ରପଟ୍ଟରୁ ଜଣାପଡେ ଯେ,ଖାରବେଳଙ୍କ ମୃତ୍ୟୁପରେ
କଳିଙ୍ଗ ବା ଓଡ଼ିଶାମାଟିରେ କୌଣସି ଶକ୍ତିଶାଳୀ ରାଜାର ଆବିର୍ଭାବ ଦୀର୍ଘଦିନ ଧରି ଘଟି ନ
ଥିଲା । ତେଣୁ ଏହା ପଶ୍ଚିମର ସାତବାହନ ଓ ଉତ୍ତରର କୁଶାଣ, ମୁରୂଣ୍ଡ ଶାସନ ଅନ୍ତର୍ଭୁକ୍ତ
ହୋଇଯାଇଥିଲା ।
ପୂର୍ବରୁ ଆଲୋଚିତ ହୋଇଛି ଯେ,କୁଶାଣ ଶାସକ ସଂସ୍କୃତଭାଷା ପୃଷ୍ଠପୋଷକ
ସାଜିଥିବାବେଳେ ସାତବାହନ ଓ ମୁରୁଣ୍ଡ ଶାସକ ତଦନୁଗାମୀ ଥିଲେ । ଇଂରେଜ ଶାସନ
ବ୍ୟବସ୍ଥାଦ୍ୱାରା ପ୍ରବର୍ତ୍ତିତ ଇଂରେଜଭାଷା ପ୍ରଭାବରେ ବର୍ତ୍ତମାନର କଥିତ ଓଡ଼ିଅାଭାଷା ସୀମିତ
ରହିବାପରି ସେହି କାଳ ଭିତରେ ଓଡ଼ିଆଭାଷା କେବଳ କଥନ ମଧ୍ୟରେ ସୀମିତ ଥିଲା ।
ପୁସ୍ତକଚର୍ଚ୍ଚା, ରାଜକାର୍ଯ୍ୟ ସବୁକିଛି ସଂସ୍କୃତରେ ହେଉଥିଲା; ବର୍ତ୍ତମାନ ଯେପରି ଓଡ଼ିଆ
ଆମର ମାତୃଭାଷା ହୋଇ ବି ସରକାରଙ୍କ ସବୁକିଛି କାର୍ଯ୍ୟ ଇଂରାଜୀରେ ହେଉଛି । ତାହା
ହୋଇ ନ ଥିଲେ ମଗଧର ମୁରୁଣ୍ଡବଂଶ ଲୋପ କରିଥିବା ଅଦ୍ୱିତୀୟ ଓଡିଆଯୋଦ୍ଧା ଶତୃଭଂଜଙ୍କ
କେନ୍ଦୁଝରସ୍ଥ ଅସନପାଟ ଶିଳାଲେଖ ଓଡ଼ିଆ ମିଶା ସଂସ୍କୃତ ଭାଷାରେ ଲେଖାଯାଇ ନ ଥାନ୍ତା
ତଥା ପରବର୍ତ୍ତୀ ମାଠର ଓ ଗଙ୍ଗବଂଶୀ ଓଡ଼ିଆରାଜାଙ୍କଦ୍ୱାରା ସଂସ୍କୃତଭାଷା ପୃଷ୍ଠପୋଷକତା
ପାଇ ନ ଥାନ୍ତା । ଯଦିଓ ମଗଧରେ ଗୁପ୍ତବଂଶ ସଂସ୍କୃତର ଭୂୟୋବିକାଶ ଘଟାଇଥିଲେ,
ତଥାପି ଏହି ସମୟ ଭିତରେ ସଂସ୍କୃତଭାଷା ବିକାଶକ୍ଷେତ୍ରରେ କଳିଙ୍ଗ ବା ଓଡ଼ିଶାର କମ୍
ଅବଦାନ ନ ଥିଲା । ‘ପ଼ଞ୍ଚତନ୍ତ୍ର’ର ରଚୟିତା ବିଷ୍ଣୁଶର୍ମାଠାରୁ ଆରମ୍ଭକରି ବିଶ୍ୱନାଥ କବିରାଜ,
ବିଦ୍ୟାଧର, କୃଷ୍ଣାନନ୍ଦ, ସତ୍ୟାନନ୍ଦ, ଜୟଦେବଙ୍କ ପର୍ଯ୍ୟନ୍ତ ବିଶ୍ୱବିଖ୍ୟାତ କବି ଏହାର ଦୃଷ୍ଟାନ୍ତ ।
ଏପରିକି କେହିକେହି ଭରତମୁନି ଓ କାଳିଦାସଙ୍କ ଜନ୍ମସ୍ଥାନ ଓଡ଼ିଶା ବୋଲି କୁହନ୍ତି । ମାତ୍ର
ତାହା ପ୍ରମାଣ ସାପେକ୍ଷ ।
ତେଣୁ ଓଡ଼ିଶାରେ ସଂସ୍କୃତ ସାହିତ୍ୟର ଏହି ବିଶାଳ ଭଣ୍ଡାର ଓ ରାଜ ପୃଷ୍ଠପୋଷକତାକୁ ଲକ୍ଷ୍ୟକରି ଓଡ଼ିଆଭାଷାକୁ ସଂସ୍କୃତର ସନ୍ତାନ କହିବାରେ କୌଣସି ଯୁକ୍ତିଯୁକ୍ତତା ନାହିଁ । ବରଂ ଗୁପ୍ତକାଳୀନ ସଂସ୍କୃତସମ ଭଗିନୀ କହିଲେ ଭୁଲ୍ ହେବନାହିଁ ଯଦି ପାଲି ବା ପଲ୍ଲୀ ଭାଷାକୁ ଓଡ଼ିଆ ଭାଷାର ଜନନୀ ଭାବେ ଗ୍ରହଣ କରାଯାଏ । ବୋଧହୁଏ ସେଥିପାଇଁ ଗଙ୍ଗଶାସକଙ୍କ ଅଭିଲେଖରେ ଓଡ଼ିଆ ସହିତ ତେଲୁଗୁ, ତାମିଲ୍, ସଂସ୍କୃତ ଭାଷା ପ୍ରୟୋଗ କରାଯାଇ ଓଡ଼ିଆଭାଷାକୁ ଉକ୍ତ ତିନିଭାଷା ସହ ସମାନ ମର୍ଯ୍ୟାଦା ଦିଆଯାଇଛି । ତେଣୁ ଓଡ଼ିଆଭାଷାର ଉତ୍ପତ୍ତି ଓ ସେହି ଏକହଜାର ବର୍ଷର ସ୍ଥିତି ସଂପର୍କରେ ବିସ୍ତୃତ ଗବେଷଣା କରିବାର ଆବଶ୍ୟକ ଅଛି । ତାହା ଯଦି ନ କରିବା, ବଂଗାଳୀଙ୍କଠାରୁ ଶୁଣିବାକୁ ପାଇବା ଓଡ଼ିଆ ତାଙ୍କର ସାନ ଭଉଣୀ । ହିନ୍ଦୀଭାଷୀ କହିବେ ମାଗଧ଼ୀରୁ ଓଡ଼ିଆ ଜନ୍ମ । ଆଉ ଆମ