Jump to content

Page:Amari jatir agua neta.pdf/95

From Wikisource
This page has not been proofread.

ଟାଣ!ମାତୃଭୂମି ପାଇଁ ତାର ମନ କେତେ କାନ୍ଦୁଛି? ଏକ ସ୍ୱରରେ ସମସ୍ତେ କହି ଉଠିଲେ- ଭାରତ ମାତାକୀ ଜୟ!!

୧୯୪୩ ମାର୍ଚ୍ଚ ୨୯ ତାରିଖ। ରାତି ଭଲ ଭାବରେ ପାଇ ନାହିଁ। କାଉ କାଆ କରିବା ଆଗରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଆସି କହିଲେ- ଲକ୍ଷ୍ମଣ,ଚାଲ ତୁମର ସମୟ ହୋଇଗଲା।

ଲକ୍ଷ୍ମଣ ସତେ ଯେମିତି ଏଇ ଡାକକୁ ଚାହିଁ ରହିଥିଲା। ମନରେ ତାଙ୍କର ଦୁଃଖର ଲେଶମାତ୍ର ଚିହ୍ନ ନାହିଁ। ମୁହଁରୁ ଯେମିତି ହସ ଉକୁଟି ଉଠୁଛି। କୋଠରୀରୁ ବାହାରି ଆସିଲା ପରେ ତାଙ୍କ ମୁହଁରେ କଳାକନା ଘୋଡାଇ ଦିଆଗଲା। ଗୋଟିଏ ମଞ୍ଚ ଉପରେ ଠିଆ କରାଇ ତାଙ୍କ ଗଳାରେ ଫାଶ ବାନ୍ଧି ଝୁଲାଇ ଦିଆଗଲା। ଆଖି ପିଛୁଳାକେ ସବୁ ଶେଷ। ଲକ୍ଷ୍ମଣଙ୍କ ମର ଦେହଟା ପଡି ରହିଲା