Page:Amari jatir agua neta.pdf/43

From Wikisource
Jump to navigation Jump to search
This page has been proofread.

ନଥିଲେ। ତେଣୁ ଖଜଣା ଆଦାୟ କରିବା ଆଳରେ ଗୋରା ଫଉଜ ତାପଙ୍ଗ ଗଡରେ ପଶିଲେ। କାଣ୍ଡଗୋଦାଠାରେ ସାତଦିନ ଧରି ଯୁଦ୍ଧ ଚାଲିଲା। ଦଳବେହେରାଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାରରୁ ହାତ ହତିଆର ଆଣି ପାଇକମାନେ ଜୀବନକୁ ପାଣି ଛଡାଇ ଳଢେଇ କଲେ।

ଏଇ ଯୁଦ୍ଧରେ ପୁଣି ଯୋଗଦେଲେ ଖୋର୍ଦ୍ଧା ମୁଲକର ଆଉ ପାଇକ ବୀରମାନେ। ଦଳବେହେରାଙ୍କ ଜୟ ହେବାର ଆଶା ଯେତେବେଳେ ଉଜ୍ଜଳ, ସେତେବେଳେ ଗର ଢିଙ୍କି କୁମ୍ଭୀର ହେଲା। ମଧୁ ପଟ୍ଟନାୟକ ନକ୍ସା କାଟି ଇଂରେଜ ମାନଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାରକୁ ରାସ୍ତା ବତାଇ ଦେଲେ। ଫଳରେ ଇଂରେଜମାନେ ସେଠାକୁ ଯାଇ ଅଚାନକ ଭାବରେ ସେଥିରେ ନିଆଁ ଲଗାଇଦେଲେ। ଅସ୍ତ୍ର ଭଣ୍ଡାର ଧୁଳିସାତ୍ ହେଲା। ତା ସାଥିରେ ପାଇକମାନଙ୍କର ଜୟଲାଭର ଆଶା ପୋଡି ଛାରଖାର ହୋଇଗଲା।

ଅସ୍ତ୍ରଶସ୍ତ୍ର ଅଭାବରୁ ପାଇକମାନେ ହତାଶ ହୋଇପଡିଲେ। ସେନାପତି ଧନୁର୍ଜୟ ଶ୍ରୀଚନ୍ଦନ