Page:Sarala Bhashatattwa.pdf/92

From Wikisource
Jump to navigation Jump to search
This page has not been proofread.

ଓଡ଼ିଆରେ ବ୍ୟବହୃତ, ସଂସ୍କୃତରେ ସେହି ଅର୍ଥ ସୂଚିତ କରେ ନାହିଁ ଓ ବିଭ୍ରାଟ, ରହସ୍ୟ, ଶ୍ଳେଷ ପ୍ରଭୃତି ଶବ୍ଦ ମଧ୍ୟ ଓଡ଼ିଆରେ ଯେପରି ଅର୍ଥରେ ବ୍ୟବ ହୃତ ସଂସ୍କୃତରେ ସେପରି ଅର୍ଥ ପ୍ରଚଳିତ ନୁହେଁ । ସଂସ୍କୃତରେ 'ସେନାନୀ'ର ଅର୍ଥ ସେନାପତି, ଓଡ଼ିଆରେ ଏହି ଶବ୍ଦର ଅର୍ଥ 'ସୈନ୍ୟମାନେ'। 'ଉପନ୍ୟାସ' ଶବ୍ଦ ଓଡ଼ିଆରେ 'novel'ର ଅନୁବାଦରୂପେ ପ୍ରଚଳିତ, ମାତ୍ର ଶବ୍ଦଟି ସଂସ୍କୃତ ଭାଷାରୁ ଗୃହୀତ ହେଲେହେଁ, ଏହି ଅର୍ଥ ସଂସ୍କୃତ ଭାଷାରେ ନାହିଁ । ଏହିପରି ଶତ ଶତ ସଂସ୍କୃତ ଶବ୍ଦ ଓଡ଼ିଆ ଭାଷାରେ ସ୍ବୀକୃତ ହୋଇଥିଲେହେଁ ସେମାନଙ୍କର ଅର୍ଥଗତ ବିକୃତ ସାଧିତ ହୋଇଅଛି ।

ଶବ୍ଦର ରୂପଗତ ବିକୃତିରେ ଯେପରି, ଅର୍ଥଗତ ବିକୃତିରେ ମଧ୍ୟ ସେହିପରି ବିକୃତିର କ୍ରମ ଓ ସ୍ତର ବିଷୟରେ ସୁସ୍ପଷ୍ଟଭାବରେ ନିର୍ଦ୍ଦେଶ ଦେବାକୁ ହେବ । ପ୍ରତ୍ୟେକ ବିକୃତି ଆସ୍ତେ ଆସ୍ତେ ଭାଷାରେ ପ୍ରବେଶ ଲାଭ କରିଅଛି, ପ୍ରତ୍ୟେକ ବିକୃତିର ଇତିହାସ ଅଛି । ସଂସ୍କୃତ 'ଏବଂ' ବା 'ପ୍ରଶସ୍ତ' ଶବ୍ଦର ଅର୍ଥ ସ ହିତ ଓଡ଼ିଆ 'ପ୍ରଶସ୍ତ' ବା 'ଏବଂ' ଶବ୍ଦର ଅର୍ଥର ପାର୍ଥକ୍ୟ ନିର୍ଦ୍ଦେଶ କଲେ ଓ ବିକାରର ସ୍ବରୂପ ମାତ୍ର ଦେଖାଇଦେଲେ ଭାଷାତତ୍ତ୍ବ ପକ୍ଷରେ ଯଥେଷ୍ଟ ହେଲା ନାହିଁ । କେଉଁ ସ୍ତରରେ କିପରି କ୍ରମରେ କେଉଁ ଲେଖାରେ କିପରି ପରିସ୍ଥିତିରେ ଏପରି ବିକାର ସାଧିତ ହୋଇଅଛି, ତାହାର ଯଥାଯଥ ଓ ପ୍ରାମାଣିକ ସମ୍ବାଦ ସଂଗ୍ରହ କରିବା ଏକାନ୍ତ ଆବଶ୍ୟକ ଓ ଏପରି ଆଲୋଚନା ନ କରି କେବଳ ଅନୁମାନ ଉପରେ ନିର୍ଭର କରି ଭାଷା ବିଷୟରେ କୌଣସି ଗବେଷଣା କରିବା ଅସମ୍ଭବ ।

ଶବ୍ଦର ବ୍ୟାକରଣ ଗତ ପ୍ରୟୋଗବିଧି ଶବ୍ଦର ଧ୍ବନିଗତ ଓ ଅର୍ଥଗତ ରୂପ ଛଡ଼ା ଗୋଟିଏ ବ୍ୟବହାରଗତ ରୂପ ଅଛି ଓ ଏହି ରୂପ ବ୍ୟାକରଣ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ଶବ୍ଦର ପ୍ରୟୋଗ ଗତ ବିକୃତି ବା ବାକ୍ୟ ମଧ୍ୟରେ ଅବସ୍ଥାନ ଦ୍ବାରା ଅର୍ଥରେ ଯେଉଁ ପରିବର୍ତ୍ତନ ସାଧିତ ହୁଏ, ତାହାହିଁ ବ୍ୟାକରଣର ଆଲୋଚ୍ୟ ବସ୍ତୁ । ଏକ ଦିଗରେ ବ୍ୟାକରଣ ଶବ୍ଦର ଅର୍ଥକୁ ସୁଷ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କରେ, ଅନ୍ୟ ଦିଗରେ ସାମାନ୍ୟ ପରିବର୍ତ୍ତନର ଇଙ୍ଗିତ ଦେବା ନିମନ୍ତେ ବିଶେଷ ସଙ୍କେତର ବ୍ୟବହାରକୁ ନିୟନ୍ତ୍ରିତ କରେ, ଏଣୁ ବ୍ୟାକରଣଦ୍ବାରା ଶବ୍ଦର ଅର୍ଥପ୍ରକାଶିକା ଶକ୍ତି ସ୍ଥିରଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥାଏ। ଭାଷା ମୂଳତଃ ଶବ୍ଦ ଉପରେ ପ୍ରତିଷ୍ଠିତ ହେଲେହେଁ ଶବ୍ଦ ସମଷ୍ଟିଜାତ ବାକ୍ୟହିଁ ତାହାର ମୂଳ ବସ୍ତୁ ଓ ସୁସଙ୍ଗତଭାବରେ ଅର୍ଥ ପ୍ରକାଶିତ କରିବାକୁ ହେଲେ ଶବ୍ଦମାନଙ୍କ ମଧ୍ୟରେ ପରସ୍ପର ସମ୍ବନ୍ଧ ନିର୍ଣ୍ଣୟ କରିବାକୁ ହୁଏ ଓ