Page:Sarala Bhashatattwa.pdf/109

From Wikisource
Jump to navigation Jump to search
This page has been proofread.

୧୦୪ ସରଳ ଭାଷାତତ୍ତ୍ଵ ରୂପରେ ବିକୃତ ହୋଇଥିଲା ଓ ଏହି ମକ୍ ଧାତୁରୁ ଏକ ଦିଗରେ ଓଡ଼ିଆ, ମହା, ମହାନ୍ତ, ମାହୁତ, ମାହାନ୍ତି, ମହତ୍, ମହତ୍ତ୍ରାଣ, ମଜା(ପାରସିକ ଶବ୍ଦରୁ ଗୃହିତ), ମେଜେଷ୍ଟର (ଇଂରାଜୀ Magistrate ଶବ୍ଦରୁ ଗୃହୀତ), ମେଜିକ (ଇଂରାଜି ଶବ୍ଦର ବିକୃତି) ପ୍ରଭୃତି ଓ ଅନ୍ୟ ଦିଗରେ ଇଂରାଜି machine, magi, major, mayor, may, maid, mach, more, maxim ପ୍ରଭୃତି ଶତ ଶତ ଶବ୍ଦ ମଧ୍ୟ ଉଦ୍ଭୂତ । ବର୍ତ୍ତମାନ ଏହି ଶବ୍ଦମାନଙ୍କ ମଧ୍ୟରେ ସମୀକରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଏହିପରି ମୂଳ 'ରଘ୍' ଧାତୁରୁ ଏକ୍ ଦିଗରେ ଓଡ଼ିଆ ଲଘୁ, ଲଙ୍ଘିବା, ଲଙ୍ଘନ, ରୋକା (ପାରସିକ ଶବ୍ଦରୁ ଗୃହିତ)ପ୍ରଭୃତି ଶବ୍ଦ ଓ ଅନ୍ୟ ଦିଗରେ ଇଂରାଜି light, lung, long, alleviate, levity ପ୍ରଭୃତି ଶବ୍ଦମାନ ମଧ୍ୟ ଜାତ ହୋଇଅଛି । ସେହିପରି 'ଭୁ' ଧାତୁରୁ ଏକ ଦିଗରେ ଭାଇ, ଭରଣ, ଭାର, ବାର୍ଲି (ଇଂରାଜି barley ଶବ୍ଦର ଅନୁକୃତି) ପ୍ରଭୃତି ଶବ୍ଦ ଓ ଅନ୍ୟ୍ ଦିଗରେ ଇଂରାଜି fertility, fortune, barn, baron, birth, burden, furtive ପ୍ରଭୃତି ଶବ୍ଦମାନ ମଧ୍ୟ ଜାତ ହୋଇଛନ୍ତି । ପୁଣି କକ୍ ଧାତୁରୁ ଏକ ଦିଗରେ ଓଡ଼ିଆ, କଙ୍କଣ, କାଖ, କାଞ୍ଚୁଳି, କୁକ୍ଷି ପ୍ରଭୃତି ଶବ୍ଦ ଓ ଅନ୍ୟ ଦିଗରେ ଇଂରାଜି hook, hedge ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ ଉଦ୍ଭବ ହୋଇଅଛି । ଏହି ସବୁ ଶବ୍ଦର ବିଶଦ ଆଲୋଚନା କଲେ ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ସୁଦୂରପ୍ରସାରୀ ଜ୍ଞାତିକୁଟୁମ୍ବମାନଙ୍କ ବିଷୟରେ କିଞ୍ଚିତ ପରିଚୟ ସହଜରେ ମିଳି ପାରେ । ଭାଷାତତ୍ତ୍ଵରେ ଶବ୍ଦମାନଙ୍କର ଏହିପରି ଉତ୍ତ୍ପତ୍ତିଗତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ କରାଯାଇଥାଏ ଓ ଗୋଟିଏ ଭାଷାର ସମ୍ପୁର୍ଣ୍ଣ ଆଲୋଚନା କରିବାକୁ ହେଲେ ସମ୍ପୃକ୍ତ ଅନ୍ୟାନ୍ୟ ଭାଷାମାନଙ୍କର ଆଲୋଚନା ମଧ୍ୟ ପ୍ରୟୋଜନ ହୋଇଥାଏ । ପ୍ରଚଳିତ ଭାଷାରୁ ପ୍ରାଚୀନ ଭାଷା, ପ୍ରାଚୀନ ଭାଷାରୁ ମୂଳ ଭାଷା, ମୂଳ ଭାଷାରୁ ସର୍ବପ୍ରାଚୀନ ଭାଷା ଓ ପୁଣି ସେହି ସର୍ବପ୍ରାଚୀନ ଭାଷାରୁ ଅନ୍ୟାନ୍ୟ ସମ୍ପର୍କୀୟ ଭାଷାମାନଙ୍କର ଆଲୋଚନା କରିବା ପ୍ରୟୋଜନ ହୋଇଥାଏ । ଓଡ଼ିଆର ପ୍ରାଚୀନ ରୂପ ନ ଜାଣି ଯେପରି ଆଧୁନିକ ଓଡ଼ିଆ ଭାଷାର ଆଲୋଚନା କରିବା ବିଡ଼ମ୍ଵନା, ସେହିପରିପ୍ରାଚୀନ ମୂଳ ଆର୍ଯ୍ୟଭାଷାର ତଥ୍ୟ ବିଷୟରେ ଜ୍ଞାନଲାଭ ନ କରି ଓଡ଼ିଆ ଭାଷାତତ୍ତ୍ଵର ଆଲୋଚନା କରିବା ମଧ୍ୟ ହାସ୍ୟାସ୍ପଦ ।
ଓଡ଼ିଆ ଭାଷାର ଆଲୋଚନା କରିବାକୁ ହେଲେ ପ୍ରଥମେ ତାହାର ଶବ୍ଦସମ୍ଭାର ପ୍ରତି ଅବହିତ ହେବାକୁ ହେବ ଏବଂ ଶବ୍ଦମାନଙ୍କର ସ୍ଥାନୀୟ ଓ ପ୍ରାଦେଶିକ ରୂପଭେଦ ବିଷୟରେ ଜ୍ଞାନଲାଭ କରିବାକୁ ହେବ । ତା ପରେ ଶବ୍ଦମାନଙ୍କର ଉତ୍ପତ୍ତି ବିଷୟରେ ଆଲୋଚନା କରି କେଉଁ ଶବ୍ଦ ଆର୍ଯ୍ୟଭାଷାର ପ୍ରଚଳନ ପୂର୍ବରୁ