Page:Kaunri Kamachandira dese.pdf/48

From Wikisource
Jump to navigation Jump to search
This page has been proofread.

ଚିତ୍ର ଘଣ୍ଟାକ ପରେ ଯାହା କିଛି ରାତ୍ରୀଭୋଜନ କରି ବିଶ୍ରାମ ନେଲି । ହାଓଡ଼ା ଷ୍ଟେସନରେ ଭୋର ହେଲା । ନିତ୍ୟକର୍ମ ସାରି ସେଠାରେ ଉଠିଥିବା ଓଡ଼ିଆ ଯାତ୍ରୀମାନଙ୍କ ସହ ସୁଖ ଦୁଃଖ ହେଲି । ଶୁଣିଲି, ବାଲେଶ୍ଵର ପାଖରେ ଗତକାଲି ଗୋଟିଏ ଦୁର୍ଘଟଣା ଘଟିଥିଲା । ସେଥିପାଇଁ ଧଉଳି ଏକ୍ସପ୍ରେସ୍ ବନ୍ଦ ହୋଇଛି ।

ପରିଚିତ ଅଞ୍ଚଳ ମଧ୍ୟରେ ଟ୍ରେନ୍ ଆଗେଇ ଚାଲିଲା । ଶ୍ୟାମଳ ଧାନକ୍ଷେତ, ନଦୀନାଳ, ବଣପାହାଡ଼, ଧାଇଁଛନ୍ତି ସତେ ଯେମିତି ଓଡ଼ିଶାର ଗାଆଁ ଗଣ୍ଡାରେ ଥିବା ଟୁବି ଗଡ଼ିଆ, ବାଡ଼ି ବଗିଚା, ବାଉଁଶ ବଣ, ନଳିତା କିଆରି, ପାଠଶାଳା ଆଦି ମନରେ ଆନନ୍ଦ ଭରିଦେଲା । ଭୁବନେଶ୍ଵରଠାରେ ଟ୍ରେନ ଅପରାହ୍ନ ଗୋଟାଏ ବେଳେ ପହଞ୍ଚିଲା । ଆମେ ସବୁ ନିଜ ନିଜ ବାଟରେ ଘରବାହୁଡ଼ା ହେଲୁ ।






                          ୪୮