Page:Kaunri Kamachandira dese.pdf/46

From Wikisource
Jump to navigation Jump to search
This page has been proofread.

ବିକୁଥିଲେ । କିଣିଲି, ଭଲ ଲାଗିଲା । ପାଚିଲା କଦଳୀ ମଧ୍ୟ ମିଳିଲା । ଡଜନ ୫/୬ ଟଙ୍କା । ଷ୍ଟେସନରେ ବହୁ ସଂଖ୍ୟାରେ କଞ୍ଚା କଦଳୀକାନ୍ଧିମାନ ଗଦା ହୋଇଥିଲା । ସମ୍ଭବତଃ ସେଠାରୁ ବାହାରକୁ ପଠାୟାଏ । ତା'ପରେ ଟ୍ରେନ ଯାଇ କୋକ୍ରାଝରଠାରେ ପହଞ୍ଚିଲା । ବୋଡ଼ୋମାନଙ୍କର ପ୍ରଧାନ କର୍ମସ୍ଥଳ । ପୋଲିସ୍ ଓ ନିରାପତ୍ତା ରକ୍ଷୀମାନେ ବହୁ ସଂଖ୍ୟରେ ରହିଥିଲେ ।

୧୨ଟା ବାଜିଲା । ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ମିଳିଲା । ମୋର କାହିଁ ପଚାରିବାରୁ ଟିକେଟ କଣ୍ଡକ୍ଟରବାବୁ କହିଲେ, "ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସୁଛି ।

                           ଚିତ୍ର






                            ୪୬