Page:Kaunri Kamachandira dese.pdf/42

From Wikisource
Jump to navigation Jump to search
This page has been proofread.

ବିସ୍ତାରରେ ମନ ଦେଲେ । ସେ ପ୍ରଥମେ ଦେବୀଙ୍କ ପାଇଁ ଗୋଟିଏ ଇଟାର ମନ୍ଦିର ତୋଳାଇଥିଲେ । ଗୋଟିଏ ସୁନାର ମନ୍ଦିର ନିର୍ମାଣ କରିବାକୁ ଦେବୀ ଆଦେଶ ଦେଲେ । ମାତ୍ର ତାହା କରିବା ରାଜାଙ୍କ ପକ୍ଷେ ସମ୍ଭବ ହେବ ନାହିଁ ବୋଲି ଜଣାଇଲେ । ତାଙ୍କୁ ସେଥିପାଇଁ ସ୍ଵପ୍ନରେ ନିର୍ଦ୍ଦେଶ ହେଲା ପ୍ରତି ଇଟା ଉପରେ ରତିଏ ସୁନା ରଖ । ତା'ଉପରେ ଆଉ ଏକ ଇଟା ବସାଇ ମନ୍ଦିର ନିର୍ମାଣ କର ।

ଏକ ସୁନ୍ଦର ମନ୍ଦିର ଗଢ଼ି ଉଠିଲା । ସେଠାରେ କାମାକ୍ଷା ପୂଜା ପାଇଲେ । ମହାରାଜା ବିଶ୍ଵସିଂହଙ୍କ ପରେ ତାଙ୍କ ପୁଅ ନରନାରାୟଣ ରାଜୁତି କଲେ । ତାଙ୍କ ଭାଇ ମହାବୀର ଚିଲାରାୟଙ୍କୁ ସେ ସେନାପତି କରିଥିଲେ । ସେ ଅନ୍ୟତ୍ର ଯୁଦ୍ଧରେ ନିଯୁକ୍ତ ଥିଲାବେଳେ କଳାପାହାଡ଼ ଆକ୍ରମଣ କରିଥିଲା । ବଙ୍ଗର ନବାବ ସୁଲେମାନଙ୍କ ଦ୍ଵାରା ଚିଲାରାୟ ବନ୍ଦୀ ହୋଇଥିଲେ । ସେ ମହାମାୟାଙ୍କୁ ମନେ ପକାଇଲେ । ସ୍ଵପ୍ନରେ ତାଙ୍କୁ ଜଣାଇ ଦିଆଗଲା ନବାବଙ୍କ ମାଆଙ୍କୁ କାଲି ସାପ କାମୁଡ଼ିବ । ରାଜ୍ୟର ସବୁ ଡାକ୍ତର କବିରାଜ ତାଙ୍କୁ ଭଲ କରିବାରେ ଲାଗିବେ । ଶେଷରେ ସେମାନେ ଫେଲ୍ ମାରି ତୁମ ପାଖକୁ ଆସିବେ । ତୁମେ ତାଙ୍କୁ ଭଲ କରିବ ।

ସତକୁ ସତ ତା' ଆରଦିନ ମା'ଙ୍କୁ ସାପ କାମୁଡ଼ିଦେଲା । ଚିଲାରାୟଙ୍କ ଚିକିତ୍ସାରେ ସେ ଭଲ ହେଲେ । ସେଦିନଠାରୁ ଚିଲାରାୟଙ୍କ ସହିତ ନବାବଙ୍କର ସଦ୍‌ଭାବ ବଢ଼ିଥିଲା । ଚିଲାରାୟ ନିଜ ସୈନ୍ୟମାନଙ୍କ ସହିତ ନିଜ ରାଜ୍ୟକୁ ଫେରିଥିଲେ । ରାଜା ମନ୍ଦିରର ମରାମତି କଲେ, ଭଲ ଭାବରେ ତାଙ୍କର ପୂଜାଋଜାର ବ୍ୟବସ୍ଥା କଲେ । ସେଥିପାଇଁ ମଧ୍ୟ ବହୁ ଜମିବାଡ଼ି ଖଞ୍ଜିଥିଲେ ।

ଏହିପରି ବହୁ ରାଜାଜମିଦାରଙ୍କ ସାହାଯ୍ୟ ଓ ଜନସାଧାରଣଙ୍କ ସ୍ନେହ ଓ ଭକ୍ତିବଳରେ କାମାକ୍ଷା ପୀଠରେ ବହୁ ଉନ୍ନତି ହେଲା । ଆସାମରେ ଏକ ବଡ଼ ଘଟଣା ହେଲା ଏଠାରେ ରାଜା ପ୍ରଜାମାନଙ୍କର ଧର୍ମ ଭାଷା ଓ ଚଳଣି ନିଜର କରି ନେଇଥିଲେ । ଆକ୍ରମଣ କରିବାକୁ ଆସି ଆରୋହୀମାନେ ଏଠାରେ ଶାସକ ହୋଇଥିଲେ । ସେମାନେ ଆସାମର


                            ୪୨