Page:Kaunri Kamachandira dese.pdf/34

From Wikisource
Jump to navigation Jump to search
This page has been proofread.

ଚିତ୍ର

ସେହିପରି ବ୍ରହ୍ମପୁତ୍ର ନଦୀ ମଝିରେ ଉମାନନ୍ଦଠାରୁ ଦକ୍ଷିଣକୁ ଅଛି ଉର୍ବଶୀକୁଣ୍ଡ । ଏଠାରେ ଗାଧୋଇଲେ ବହୁ ଧର୍ମ ମିଳିଥାଏ । ଗୌହାଟୀ ଉତ୍ତରକୁ ବ୍ରହ୍ମପୁତ୍ରର ଆରପାଖରେ ଅଛି ଅଶ୍ଵକ୍ଲାନ୍ତା ନାମକ ଏକ ସ୍ଥାନ । ଭଗବାନ ବିଷ୍ଣୁ କଚ୍ଛପ ରୂପରେ ଏଠାରେ ଗୋଟିଏ ମନ୍ଦିରରେ ପୂଜା ପାଆନ୍ତି । ପାହାଡ଼ ଉପରେ ଗୋଟିଏ ସ୍ଥାନରେ ନାରାୟଣ ସାପଶେଜରେ ଶୋଇଥିବାର ଦୃଶ୍ୟ । ଏଠାରେ ନାରାୟଣଙ୍କ ପଦଚିହ୍ନ ପଡ଼ିଥିବାର ଦେଖାଯାଏ । ହିନ୍ଦୁମାନେ ଏଠାରେ ପିଣ୍ଡଦାନ କରିଥାଆନ୍ତି ।









                               ୩୪