Page:Kaunri Kamachandira dese.pdf/32

From Wikisource
Jump to navigation Jump to search
This page has been proofread.

ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଗୋଟିଏ ନିରୀହ ବୋଦାଛୁଆକୁ ଭିଡ଼ି ଭିଡ଼ି ଜଣେ ପଣ୍ଡା କୁଆଡ଼େ ନେଉଥିବାର ଦେଖିଲି । ସମ୍ଭବତଃ ତାକୁ ବଳି ପକାଇବେ । ମାତ୍ର ପରେ ପରେ ଦେଖିଲି ଅନେକ ବୋଦା ସେଠାରେ ବୁଲୁଛନ୍ତି । ଧଳା ଓ ମାଟିଆ ପାରା ବହୁ ସଂଖ୍ୟାଏ ସେଠାରେ ଉଡ଼ି ବୁଲୁଥିଲେ । ଝରଣାର କୁଳୁ କୁଳୁ ଶବ୍ଦ ଶୁଭୁଥିଲା । ମୋ ସାଥୀରେ ଜଣେ ଯୁବକ ସବୁ ପୂଜାର୍ଚ୍ଚନା ବେଳେ ସାଥୀ ହୋଇଥିଲେ । ସେ ଆସାମର ଶିବସାଗର ଅଞ୍ଚଳରୁ ପ୍ରଥମଥର ପାଇଁ ଆସିଥିଲେ ।

ବାଟ କେତେ ତାଙ୍କୁ ପଚାରିବାରୁ ସେ ନିର୍ଦ୍ଦିଷ୍ଟ ଭାବରେ କହିପାରିଲେ ନାହିଁ । ତେଣୁ ବସ୍‌ରେ କେତେ ଭଡ଼ା ଦେଇ ଆସିଲେ ପଚାରିବାରୁ ସେ ୮୦ ଟଙ୍କା ଖର୍ଚ୍ଚ କଲେ ବୋଲି କହିଲେ । ତେବେ ବିଳମ୍ବ ହୋଇଥିବାରୁ ପଣ୍ଡାଙ୍କୁ ଦକ୍ଷିଣା ଦେଇ ଓ ମୋର ଭୋଗତକ ତାଙ୍କଠାରୁ ସଂଗ୍ରହ କରି କାର୍ ପାଖକୁ ଧାଇଁଲି । କୁତବ୍ ପାଥରେ କେଉଁଠି ଥିଲା, ଚାଲି ଆସିଲା । ଆମେ ଟିକେ ଟିକେ ଚାହିଁବାରୁ ସେ କହିଲା - ଚାଲନ୍ତୁ ଆଗେ ତଳକୁ ଗଡ଼ି ଯିବା । ସେଠାରେ ବଜାରରେ ଖାଇବା ।

ଫେରିବା ବାଟରେ ଅସୁବିଧା

ମାତ୍ର ଦୁର୍ଭାଗ୍ୟକୁ ଅଫିସ୍ ବେଳ ହୋଇଥିବାରୁ ରାସ୍ତାରେ ସବୁତକ ଭିଡ଼ । ପୁଣି ହଠାତ୍ ପେଟ୍ରୋଲ ସରିଗଲା । କେଉଁଠୁ ଆଣିବାର ଉପାୟ ନାହିଁ । ପେଟ୍ରୋଲ ଟାଙ୍କି ସେଠାରୁ ବହୁତ ଦୂର । କୁତବ୍ ପୁଣି ପୂର୍ବପରି କାର୍‌ର ପଛ ପଟ ଡିକି ଖୋଲି ପାଇପ୍‌ରେ ଶେଷବିନ୍ଦୁ ପେଟ୍ରୋଲତକ ସଂଗ୍ରହ କଲା । ସେତକ ପକାଇ ବହୁକଷ୍ଟରେ ପାଖ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଗଲୁ । ବକୃତାଦେବା ସମୟ ହୋଇଥିବାରୁ ଜଳଖିଆ ଖାଇପାରିଲୁ ନାହିଁ । ମାତ୍ର କୁତବ୍‌କୁ ନିମନ୍ତ୍ରଣ କଲି ମୋ ସାଥୀରେ ମଧ୍ୟାହ୍ନ ଭୋଜନ ଖାଇବାକୁ ।


                               ୩୨