Page:Kaunri Kamachandira dese.pdf/31

From Wikisource
Jump to navigation Jump to search
This page has been proofread.

ଚିତ୍ର

କାମ ରହିଛି । ବେଳ ହେଲାଣି । ସିଧାବାଟ ଦେଖି ଚାଲିଆସିବାକୁ ଚାହିଁଲେ ବି ପଣ୍ଡାଙ୍କର ଅନୁରୋଧ ସେଇଧାଡ଼ି ଧରି ଧିରେ ସୁସ୍ଥେ ଯିବା ପାଇଁ ।

ଦର୍ଶନ ସାରି ମନ୍ଦିର ଭିତରୁ ବାହାରିଲି । ମନ୍ଦିର ହତାରେ କାଳୀ, ତାରା, ଭୁବନେଶ୍ଵରୀ, ଭୈରବୀ, ଚ୍ଛିନ୍ନମସ୍ତା, କୋଟିଲିଙ୍ଗ, ଆଘୋର ଆଦି ଦେବଦେବୀଙ୍କର ସାନବଡ଼ ମନ୍ଦିର ରହିଛି । ମାତ୍ର ମୁଁ ଶୀଘ୍ର ସେ ସବୁ ପରିକ୍ରମା କରିଦେଲି । ସେଠାରେ ଚାକୁଣ୍ଡା ଗଛରୁ ଆରମ୍ଭ କରି ସବୁ ଜାତିର ଗଛଲତା । ଭଲ ଫଳ ଧରିଥିବା ନଡ଼ିଆ ଗଛମାନ


                            ୩୧