Page:Kaunri Kamachandira dese.pdf/30

From Wikisource
Jump to navigation Jump to search
This page has been proofread.

ତିରୁପତିଙ୍କଠାରେ ଧାଡ଼ି ଲାଗିଲା ପରି ମନେ ହେଲା । ଧାଡ଼ି ଆଗେଇ ଚାଲିଥାଏ ଧୀର ମନ୍ଥର ଗତିରେ ।

ମୁଁ ଆସ୍ତେ ଆସ୍ତେ ଆଗେଇବାରେ ଲାଗିଥାଏ । ମନ ଟିକିଏ ଅସ୍ଥିର ହେଉଥାଏ । ସମୟରେ ଫେରି ବକ୍ତୃତା ଦେବାକୁ ହେବ । ମୁଁ ଧାଡ଼ିରେ ଠିଆ ହେବା ପୂର୍ବରୁ କିଛି ଭୋଗ ଓ ଫୁଲମାଳଟିଏ କିଣିଥିଲି । ତାକୁ ପଣ୍ଡା ନିଜ ପାଖରେ ରଖିଥା'ନ୍ତି । ସେ ଏପଟ ସେପଟ ହୋଇ ଯାତ୍ରୀ ଅନ୍ଵେଷଣରେ ଥା'ନ୍ତି । ଥରେ ସେ ଆସି ଜଣଙ୍କୁ ଦେଖାଇ କହିଲେ, "ଏଇ ମୋର ଭାଇ । ସେ ଆପଣଙ୍କର ପୂଜାର୍ଚ୍ଚନା କରିଦେବ" ।

ମୋର ହଁ କି ନାଁ କହିବାର ଚାରା ନ ଥିଲା । ତେଣୁ ମୁଁ ମୁଣ୍ଡ ଟୁଙ୍ଗାରିଲି । ସମ୍ଭବତଃ ୯ଟାରୁ ସାଢ଼େ ଦଶଟା ବାଜିଲାଣି । ଧାଡ଼ିରେ ସେମିତି ଗତି କରିବାରେ ଲାଗିଥାଉ । ଭାରି ଭିଡ଼, ଖୁବ୍ ଗହଳି ! କାମାକ୍ଷା ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ଦେଖିଲି ଦୁଇଟି ମୂର୍ତ୍ତି ପୂଜା ହେଉଛନ୍ତି । ଅଷ୍ଟଧାତୁରେ ସେଗୁଡ଼ିକ ଗଢ଼ା । କାମେଶ୍ଵରୀ ବାମେଶ୍ବରୀ ନାମରେ ସେମାନେ ଖ୍ୟାତ । ସେମାନଙ୍କୁ ହରଗୌରୀ ମଧ୍ୟ କହନ୍ତି ।

ମନ୍ଦିର ମଧ୍ୟରେ ଧାଡ଼ିମାନ ବଙ୍କାଟଙ୍କା ହୋଇ ଲମ୍ବିବାରେ ଲାଗିଛି । ମନ୍ଦିର କାନ୍ଥରେ ବହୁ ଦେବଦେବୀ ଓ ପୌରାଣିକ ଚରିତ୍ରଙ୍କର ମୂର୍ତ୍ତି । ତା' ମଧ୍ୟରେ ଦ୍ରୋଣାଚାର୍ଯ୍ୟ ଓ ରାଜାରାଣୀଙ୍କ ମୂର୍ତ୍ତି ମଧ୍ୟ ରହିଛି । ଲକ୍ଷ୍ମୀ, ସରସ୍ଵତୀ, ମଙ୍ଗଳା, କଳ୍‌କୀ ଅବତାର, ଶ୍ରୀରାମଚନ୍ଦ୍ର, ଯୁଧିଷ୍ଠିର, ବଟୁ ଭୈରବ, ନୀଳକଣ୍ଠ ମହାଦେବ, ନନ୍ଦୀ, ଭୃଙ୍ଗୀ, କପିଳମୁନି, ମାନସ ଦେବୀ, କୁମାରୀ ଦେବୀ ଆଦି ପୂଜା ପାଉଛନ୍ତି । ଏହା ବ୍ୟତୀତ କୁଚବିହାର ମହାରାଜା, ମହାରାଣୀଙ୍କ ମୂର୍ତ୍ତି ରଖାଯାଇଛି ।

ଯଥା ସମୟରେ ମୋର ପଣ୍ଡା ସେଠାରେ ପହଞ୍ଚି ଭୋଗରାଗ କରାଇଲେ । ପୁଣି ତଳକୁ ଦଶୋଟି ପାହାଚ ପାରି ହେବା ପରେ ଆମେ ଆଉ ଗୋଟିଏ ମନ୍ଦିର ମଧ୍ୟରେ ପହଞ୍ଚିଲୁ । ଖୁବ୍ ଭିଡ଼ । ସଂକୀର୍ଣ୍ଣ ସ୍ଥାନ । ବର୍ଷାଦିନେ ମଧ୍ୟ ଭାରି ଗରମ । ପୂଜା ଅର୍ଚ୍ଚନା ଶେଷ ହେଲା । ସେତେବେଳକୁ ମନ ମୋର ଭାରି ଛଟପଟ ହେଲାଣି । ପୁଣି ବକ୍ତୃତା


                             ୩୦