Page:Jati, Jagruti o Pragati.pdf/73

From Wikisource
Jump to navigation Jump to search
This page has been proofread.

୭୪ / ଜାତି, ଜାଗୃତି ଓ ପ୍ରଗତି
ନିରାକରଣପାଇଁ ଯଥାର୍ଥ ପଦଷେପ ନ ନେଇ ହିତାକାଂକ୍ଷୀ ବନ୍ଧୁ ଡି.ଏଫ୍.ଆଇ.ଡି. ଓ ବିଶ୍ୱବ୍ୟାଙ୍କ ପରାମର୍ଶରେ ୪୦/୪୫ ଜଣ ଏଡ୍ସ ରୋଗୀଙ୍କପାଇଁ ପାଣି ଭଳି ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏତ୍ୱାରା ଏଡ୍ସ ରୋଗ ସଂପର୍କରେ ସଚେତନ ସୃଷ୍ଟି ହେଉଛି କି ନାହିଁ ତାହା ଆଲୋଚନା ସାପେକ୍ଷ, ମାତ୍ର ଏଡ୍ସ ରୋଗର ମୂଳମଞ୍ଜି ଯୌନ ଉତ୍ସୃଙ୍ଖଳତା ଯେ ଲୋପହେବା ପରିବର୍ତ୍ତେ ବ୍ୟାପିଯାଉଛି, ତାହାକୁ ଯେକୌଣସି ବ୍ୟକ୍ତି ସ୍ୱୀକାର କରିବେ । କାରଣ ଲୋଭନୀୟ ବିଜ୍ଞାପନ ସଂଳାପ ଯୁବସମାଜକୁ ଏଭଳି ବିପଥଗାମୀ କରିଛି ଯେ, ଆମ ଭିତରେ ଥିବା ପାରିବାରିକ ଶାଳୀନତାକୁ ଗୋଟିଏ ଧକ୍କାରେ ଭାଙ୍ଗି ଦେବାର ଉପକ୍ରମ କରୁଛି । ମ୍ୟାଲେରିଆ, ଶିଶୁ ମୃତ୍ୟୁହାର, ପୁଷ୍ଟିହୀନତା, କୁଷ୍ଠ, ଅନ୍ଧାରକଣା ଆଦି ରୋଗରେ ଆମ ରାଜ୍ୟ ଆଗୁଆ ଥିବାବେଳେ ଏଗୁଡ଼ିକର ନିରାକରଣପାଇଁ ସ୍ୱତନ୍ତ୍ର ସେଲ୍ ଗଠନ ନ କରି ଏଡ୍ସ ଉପରେ ଏତେ ଗୁରୁତ୍ୱ ବୋର କାରଣ କ’ଣ? ଏହାର ମୂଳ କାରଣ ହେଲା ଆମ ରାଜନେତାମାନେ ଭଲ ଭାବରେ ଜାଣିଛନ୍ତି ଯେ, ଆସନ୍ତା ୫୦ ବର୍ଷ ମଧ୍ୟରେ ମ୍ୟାଲେରିଆ ଭଳି ଏଡ୍ସ ଜୀବାଣୁ ଓଡ଼ିଶା ଭଳି ପାରମ୍ପରିକ ପାରିବାରିକ ସ୍ଥିତିକୁ ଭାଙ୍ଗି ପଶିପାରିବ ନାହିଁ । ତେଣୁ ଏ ବାବରେ ଯେଉଁ କୋଟି କୋଟି ଟଙ୍କା ଆସୁଛି, ତାହାକୁ ସୁଇସ୍ ଆକାଉଣ୍ଟକୁ ପଠାଇେଲେ କ୍ଷତି କ’ଣ? ସମ୍ବିଧାନ ଅନୁଯାୟୀ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟସେବା ଜନସାଧାରଣଙ୍କୁ ଯୋଗାଇବୋପାଇଁ ଅର୍ଥର ଅଭାବ ଆଳରେ କିଭଳି ଅର୍ଥ ହଡ଼ପ ହେଉଛି ତାହା ଆମେ ଦେଖୁଛୁ । କାହିଁକି ଦେଖୁଛୁ ତାହା ଏବେ ବିଚାର କରି ଦୋଷୀଙ୍କୁ ଜନସାଧାରଣ ଦଣ୍ଡ ଦେବାର ସମୟ ଆସି ପହଞ୍ଚିଛି ।

ଏବେ ଆମ ସରକାରଙ୍କର ଅନ୍ୟ ଏକ ଜନହିତକର କାର୍ଯ୍ୟ-ବେକାରୀ ଦୂରୀକରଣ ଓ ସ୍ୱରୋଜଗାର ଯୋଜନା ସଂପର୍କରେ ଆଲୋଚନା କରିବା । ଏହି ଯୋଜନା ସାଧାରଣତଃ ଯୁବସଂପ୍ରଦାୟ ପାଇଁ ନିହିତ । ତେବେ ଏମାନଙ୍କପାଇଁ ସରକାରଙ୍କର ଉପରେ ଯେତେ ଦରର ଭିତରେ କିନ୍ତୁ ତା’ଠାରୁ ବହୁତ କମ୍ । ପ୍ରକୃତିର ଗେହ୍ଲାପୁଅ ଓଡ଼ିଶା ଖଣି, ପାଣି, ଜମି ଓ ଜଙ୍ଗଲରେ ଭରପୂର ହୋଇ ଆଜି ଋଣୀ ଅବସ୍ଥାରେ ଆସି ସାରାଜୀବନ ବସି ଖାଇବାର ଥାଳି-ଖଣିଗୁଡ଼ିକୁ ବିକ୍ରି କରିବାର ଯୋଜନା ପ୍ରସ୍ତୁତ କରିସାରି, ଆମ ସରକାର ଏବେ ପାଣିକୁ କମ୍ପାନୀ ହାତରେ ବିକ୍ରି କରିବାର ମସୁଧା କରୁଛନ୍ତି । କିନ୍ତୁ ଏସବୁକୁ ସଠିକ୍ ଉପଯୋଗ କରି ବିପୁଳ ମାନବ ସମ୍ବଳର ବିନିଯୋଗ କିପରି ହେବ, ସେ ସଂପର୍କରେ କୌଣସି ବ୍ୟବସ୍ଥା କରୁ ନାହାନ୍ତି । ଦୁଃଖର କଥା ଓଡ଼ିଶା ଏଭଳି ଏକ ରାଜ୍ୟ; ଯେଉଁଠି ଡାକ୍ତର, ଇଂଜିନିୟର, ତଥା ବିଶ୍ୱବିଦ୍ୟାଳୟର କୃତୀ ଛାତ୍ରଟିଏ ନିଯୁକ୍ତିପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହୁଏ । ଆତ୍ମନିଯୁକ୍ତିପାଇଁ ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ଥିବାବେଳେ,