Jump to content

Page:Jati, Jagruti o Pragati.pdf/36

From Wikisource
This page has been proofread.

ଜାତି, ଜାଗୃତି ଓ ପ୍ରଗତି / ୩୭

ପ୍ରତି ଉଚ୍ଚନ୍ୟାୟ‌ାଳ‌ୟଗୁଡିକର ପରୋକ୍ଷ ସମର୍ଥନ ରହିଛି ବୋଲି ଜଣାପଡିବା ସହିତ ଏମାନେ ଭାରତୀୟ‌ ନ୍ୟାୟ‌ ବ୍ୟବସ୍ଥାରେ ବାଧ୍ୟତାମୂଳ‌କ ଭାବେ ବିଦେଶୀ ଇଂରାଜୀ ଭାଷା ପ୍ରଚଳ‌ନର କୌଣସି ଔଚିତ୍ୟ ନାହିଁ ବୋଲି ସୂଚାଇ ଦେଲେଣି ।

ଓଡ଼ିଶାରେ ନ୍ୟାୟ‌ର ଭାଷା ଏ ପର୍ଯ୍ୟନ୍ତ ଓଡ଼ିଅା ହୋଇନାହିଁ । ସମଗ୍ର ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟବାସୀ ରାଜ୍ୟଭା‌ଷାକୁ ସର୍ବାଧିକ ବ୍ୟବହାର କରନ୍ତି । ପୁଣି ସର୍ବାଧିକ ଗରିବ ଏହି ରାଜ୍ୟରେ ବାସ କରୁଥିବାରୁ ସ୍ୱଳ୍ପ ଅର୍ଥରେ ନ୍ୟାୟ‌ ମିଳି‌ବାର ଅାବଶ୍ୟକତା ଅଛି । ଏଥିପାଇଁ ନ୍ୟାୟ‌ର ଭାଷା ଭାବେ ରାଜ୍ୟଭାଷା ଓଡ଼ିଅା ହେବା ଜରୁରୀ । ମାତ୍ର ଓଡ଼ିଶାରେ ତାହା ଓଲଟା ହେଉଛି । ନିମ୍ନ ଅଦାଲତଠାରୁ ଉଚ୍ଚ ନ୍ୟାୟ‌ାଳ‌ୟ‌ ପର୍ଯ୍ୟନ୍ତ ସବୁଠି ବିଦେଶୀ - ଇଂରାଜୀ ଭାଷାର ପ୍ରାଦୁର୍ଭାବ । ବେପାର କରିବାକୁ ଅାସିଥିବା ଏହି ଜାତି ଓଡ଼ିଅାଙ୍କ‌ ସ୍ଥାଣୁତାର ସୁଯୋଗ ନେଇ ଶାସକ ହେବା ପରେ ପିଢ଼ୀ ପରେ ପିଢ଼ୀ ରୂପରେ କେଉଁ ଅାଦିକାଳ‌ରୁ ଗଡିଅାସୁଥିବା ଅାମ କୌଳି‌କ ବୃତ୍ତିକୁ ଧ୍ୱଂସ କରିବାପାଇଁ ଅାପ୍ରାଣ ଉଦ୍ୟମ କରି ସଫଳ ହେଲେେ । ଏହାପରେ ନିଜ ଶାସନଗାଦିକୁ ସୁରକ୍ଷିତ କରି ରଖିବାପାଇଁ ଅାମକୁ ତିନି ଭାଗରେ ବିଭକ୍ତ କରି ତିନୋଟି ଅଲଗା ଅଲଗା ଭାଷୀଙ୍କ‌ ଅଧୀନରେ ସାଧାରଣ ପ୍ରଜା ଭାବରେ ରଖିଦେଇ ଓଡ଼ିଅା ଜାତିର ଶକ୍ତି ସାମର୍ଥ୍ୟ ଲୋପ କରିବାକୁ ବଦ୍ଧପରିକର ହେଲେ । ମାତ୍ର ଏଥିରେ ସଫଳ‌ ନ ହେବାରୁ ଓଡ଼ିଅାଙ୍କୁ‌ ହାତରେ ନ ମାରି ଭାତରେ ମାରିବା ନ୍ୟାୟ‌ରେ ସମ୍ମୁଖ ଯୁଦ୍ଧ ନ କରି ପରୋକ୍ଷରେ ହତ୍ୟା କରିବା ଉଦ୍ଦେଶ୍ୟରେ ଖାଦ୍ୟାଭାବ ସୃଷ୍ଟି‌କରି ୭୫ଭାଗ (୨୦ଲକ୍ଷରୁ ୩୦ଲକ୍ଷ) ବଙ୍ଗ ଅଧୀନସ୍ଥ ଓଡ଼ିଶାବାସୀଙ୍କୁ ‌ ନଅଙ୍କ‌ ଦୁର୍ଭିକ୍ଷ ମାଧ୍ୟ‌ମରେ ଖାଦ୍ୟ ବିନା କଲବଲ କରି ମାରିଲେ । ଅସୂର୍ଯ୍ୟଂପଶ୍ୟା ଓଡିଅା ଝିଅବୋହୁଙ୍କୁ କଲିକତାର ଗଳି‌ ଉପଗଳି‌ରେ ଶାଗ ମାଛ ମୂଲରେ ବିକ୍ରି କରାଇଲେ । ପାଦର ରୁଣୁଝୁଣୁ ନିକ୍ବଣ ଶବ୍ଦରେ ଓଡ଼ିଅା ଘରର ଅଗଣାକୁ ତରଙ୍ଗାୟିତ କରୁ‌ଥିବା କୂଳ‌ବଧୂ ଭୋକିଲା ପେଟରେ ବାରବଧୂ ସାଜି ଅାମକୁ ଶୋଷଣ କରୁଥିବା କୂଳ‌ହୀନ ବଙ୍ଗାଳ‌ୀ ଜମିଦାର ଅାଉ ସଂସ୍କାରହୀନ ଇଂରେଜ କର୍ମଚାରୀଙ୍କୁ‌ ଖୁସି କରିବାପାଇଁ ପାଦରେ ଘୁଙ୍ଘୁର ବାନ୍ଧି ମୁଜୁରା ଗାଇ ମନୋରଞ୍ଜନ କରିବାକୁ ବାଧ୍ୟ ହେଲେ । ଏହାପରେ ବି କଟା ଘାଆରେ ଚୂନ ଲେପିଲାଭଳି‌ ବହୁଦିନଧରି ଚଳି‌ଅାସୁଥିବା ଜଗନ୍ନାଥୈକ ଚେତନା ରୂପକ ଅାମ ପାରମ୍ପ‌ରିକ ଧାର୍ମିକ ବିଶ୍ୱାସକୁ ଭାଙ୍ଗିବାପାଇଁ ଚଳନ୍ତିି ବିଷ୍ଣୁପ୍ରତିମାତୁଲ୍ୟ ଗଜପତି ରାଜାଙ୍କୁ‌ ଅପରାଧୀ ସଜାଇ କଳ‌ାପାଣି ଦଣ୍ଡ‌ଦେବା ସହ ଜଗନ୍ନାଥ ମନ୍ଦିର ଲୁଟିବାପାଇଁ ତଥା ଓଡ଼ିଅାଙ୍କ‌ ଧାର୍ମିକ ଅହଂକାରକୁ ଭାଙ୍ଗିବାପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା ଅଧିକାର ନିଜ ହାତକୁ ନେଲେ । ଏଥି ସହିତ ଓଡ଼ିଅା ଜାତିକୁ ଏକତା ସୂତ୍ରରେ ବାନ୍ଧିଥିବା ଅାମ ମୁଖର ଭାଷା ଓଡ଼ିଅାକୁ ଲୋପ