Page:Jati, Jagruti o Pragati.pdf/118

From Wikisource
Jump to navigation Jump to search
This page has been proofread.

ଜାତି, ଜାଗୃତି ଓ ପ୍ରଗତି / ୧୧୯
ତେବେ ଏହା ପୂର୍ବରୁ ସ୍ୱାଭିମାନୀ ପୁରୁଷ ମଧୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ଓଡ଼ିଶାକୁ ଆଧୁନିକ ଶିଳ୍ପରେ ସମୃଦ୍ଧ କରିବାପାଇଁ ଗଠନ କଲେ ‘ବି.ପଟ୍ଟନାୟକ ଆଣ୍ଡ ଆମ୍ପାନୀ’ ୧୯୪୪ରେ । ଏହାପରେ ବିଭିନ୍ନ କମ୍ପାନୀ, ଯଥା-କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ଇଣ୍ଡଷ୍ଟ୍ରିଜ, କଳିଙ୍ଗ ଏୟାରଲାଇନ୍ସ , କଳିଙ୍ଗ ରେଫ୍ରଜରେସନ, କଳିଙ୍ଗ ପବ୍ଲିକେସନ, କଳିଙ୍ଗ ଫାଉଣ୍ଡେସନ୍ ଇତ୍ୟାଦି ଗଠନ କଲେ । ଓଡ଼ିଆ ଜାତି ଯେ କଳା ଓ ବିଜ୍ଞାନ ପ୍ରିୟ ଓ ଏହାକୁ ସମ୍ମାନ ଦେଇଜାଣେ, ତାହା ବିଶ୍ୱବାସୀଙ୍କଠାରେ ପ୍ରମାଣିତ କରିବାପାଇଁ ଜାତିସଂଘ ଆନୁକୂଲ୍ୟରେ ବିଶ୍ୱର ପ୍ରତିଷ୍ଠିତ ବୈଜ୍ଞାନିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା କରିଥିଲେ ଐତିହାସିକ “କଳିଙ୍ଗ ପୁରସ୍କାର” । ଅତୀତର ବଣିକ ଓଡ଼ିଆ ଜାତିର ବ୍ୟବସାୟପାଇଁ ସାମୁଦ୍ରିକ ପଥ ଉପଯୋଗ ନିମନ୍ତେ ରାଜ୍ୟ ରାଜକୋଷରୁ ୧୯ କୋଟି ଟଙ୍କା ବ୍ୟୟରେ ପାରାଦ୍ୱୀପ ବନ୍ଦର ସ୍ଥାପନ ସହିତ , ଖଣିଜ ପଥର ସୁପରିବହନପାଇଁ ଏକ୍ସପ୍ରେସ୍ ରାଜପଥର ନିର୍ମାଣ ମଧ୍ୟ କରାଇଥିଲେ । ଟାଙ୍ଗରାଭୂଇଁ ଚୌଦ୍ୱାର ଶିଳ୍ପାଞ୍ଚଳର ଓଡ଼ିଶା ଟେକ୍ସଟାଇଲ ମିଲ୍‌ଠାରୁ ଆରମ୍ଭ କରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ମେସ୍କୋ ପର୍ଯ୍ୟନ୍ତ ଯେତେସବୁ ଶିଳ୍ପ ସଂସ୍ଥା ଗଢ଼ିଉଠିଛି କିମ୍ବା ଗଢ଼ି ଉଠିଥିଲା, ତାହା ପଛରେ ଥିଲା ଏହି ମହାନ୍ ବ୍ୟକ୍ତିଙ୍କ ଦୂରଦୃଷ୍ଟି ।

ସାମଗ୍ରିକ ଭାବେ କହିବାକୁ ଗଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାରଥୀ ଶ୍ରୀ ବିଜୁ ପଟ୍ଟନାୟକଙ୍କର ନଭସ୍ପର୍ଶୀ ବ୍ୟକ୍ତିତ୍ୱ ଏତେ ପରିବ୍ୟାପ୍ତ ଯେ, ଯାହାପାଇଁ ‘ଭୂମିପୁତ୍ର’, ‘ରାଷ୍ଟ୍ରିୟ ଜୁବୁଲି ମେଡାଲ’ ଓ ‘ବୀନ୍‌ତାଙ୍ଗ ଯଶ ଉତ୍ତମା’ ପରି ଉପାଧିଗୁଡ଼ିକ ଗୋଟିଏ ଗୋଟିଏ ଆଂଶିକ ପରିମାପକ ହେବ ସିନା; ଏହାଦ୍ୱାରା ତାଙ୍କର ସାମଗ୍ରିକ ମୂଲ୍ୟାୟନ ହୋଇପାରିବ ନାହିଁ ।

ଚଳିତ ଶତାବ୍ଦୀର ଆଉ କେତେ ଦଶନ୍ଧି ପରେ ଆମର ଯୁବପିଢ଼ି ପ୍ରାୟ ସହଜରେ ବିଶ୍ୱାସ କରିବେ ନାହିଁ ଯେ, ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଏପରି ମଣିଷଟିଏ ଜନ୍ମଗ୍ରହଣ କରିଥିଲା, ଯିଏ ସ୍ୱାଭିମାନୀ ଓ ଆତ୍ମପ୍ରତ୍ୟୟର ଭିତ୍ତିଭୂମି ଉପରେ ଛିଡ଼ାହୋଇ ମହାଭାରତର କର୍ଣ୍ଣ ପରି “ଦୈବାୟଭଂ କୁଳେ ଜନ୍ମ ମଦାୟ•ମ୍ ଚ ପୌରୁଷଂ” ନୀତିରେ ସମଗ୍ର ବିଶ୍ୱ ସମ୍ମୁଖରେ ପୁରୁଷାକାରର ସାର୍ଥକ ପରିଚୟ ଦେଇଥିଲା । ବିଜୁ ପଟ୍ଟନାୟକଙ୍କ ରାଜନୀତି ଆରମ୍ଭ ହୁଏ କଂଗ୍ରେସ ଦଳରୁ । ମାତ୍ର ଏହି ଦଳ ତାଙ୍କୁ ସମ୍ମାନ ବୋରେ ପଛଘୁଞ୍ଚା ଦେଉଛି । ବିଜୁଙ୍କ ନାମନେଇ ରାଜନୀତି କରୁଥବା । ଓଡ଼ିଆଗଣ ମଧ୍ୟ ଏ ଦିଗରେ ଉଦାସୀନ । ସତେ ଯେପରି ସେ କେବଳ ଓଡ଼ିଶାର, ଓଡ଼ିଆଙ୍କର । ସେ ଭାରତର କିମ୍ବା ବିଶ୍ୱର ନୁହନ୍ତି? ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ସଂଘୀୟ