ଡେଇଁ ଆଖି ପାଉ ନ ଥିବା ଦିଗନ୍ତ ବିସ୍ତାରୀ ଭୂମଣ୍ଡଳ ପର୍ଯ୍ୟନ୍ତ ବ୍ୟାପି ରହିଛି ।
ଏହି ବ୍ୟାପକତାକୁ କେତୋଟି ଶବ୍ଦ ମାଧ୍ୟମରେ ତୋଳି ପୁସ୍ତକ ରୂପ ଦେବା ମୋପାଇଁ
ଥିଲା ଅତୀବ କଷ୍ଟକର ପ୍ରୟାସ । ଦିଲ୍ଲୀ ଅବସ୍ଥାନ କାଳରେ ଗବେଷଣା କାର୍ଯ୍ୟ ସହିତ ଭାରତୀୟ
ପ୍ରାଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ମଧ୍ୟରେ ନିମଗ୍ନ ମୋର ଚିନ୍ତାଚେତନା ଓଡ଼ିଆ ଭାଷା ଓ
ଜାତିଠାରୁ ଦୂରେଇ ଯାଇ ନ ଥିଲା । ତେଣୁ ଭାଷାର ଶାସ୍ତ୍ରୀୟ ମାନ୍ୟତା କଥା ଦୈନିକ
“ହିନ୍ଦୁସ୍ଥାନ” ପୃଷ୍ଠାରୁ ପଢ଼ିବା ପରେ ଏ ସଂପର୍କରେ ବିସ୍ତୃତ ତଥ୍ୟ ଅନ୍ୱେଷଣ କରିବାକୁ ମନସ୍ଥ କଲି । ଦିଲ୍ଲୀ
ବିଶ୍ୱବି୍ୟାଳୟର କେନ୍ଦ୍ରୀୟ ପାଠାଗାର ଏଥିପାଇଁ ସହାୟକ ହୋଇଥିବାବେଳେ ମରାଠୀଭାଷା ସଂପର୍କରେ ବନ୍ଧୁ ସଂଯମସୁରେଶ ଯୋଶୀ (ଆଇ.ଏଫ୍.ଏସ୍), ତାମିଲ ଓ କନ୍ନଡ଼ ଭାଷା ସଂପର୍କରେ
ଡାକ୍ତର କଟେସ୍ ଜାଗିଲିଦାଦ୍ ଠାରୁ ତଥା ଉପିଳ ଆଚାର୍ଯ୍ୟ (ଆଇ.ଏ.ଏସ୍)ଠାରୁ ମାଗଧି,ମୈଥିଳୀ
ଓ ଭଜ୍ଜି ଭାଷା ସଂପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲି । ସବୁଠାରୁ ଆଶ୍ଚର୍ଯ୍ୟ ଲାଗିଥିଲା ବନ୍ଧୁ
ଗୌରୀଶଙ୍କର ମୀନା(ଆର୍.ଏ.ଏସ୍)ଠାରୁ ରାଜସ୍ଥାନୀ ଉପଭାଷା ‘ହାଡୌତି’ ସହ ଓଡ଼ିଆଭାଷାର
ସାମ୍ୟ ଥିବା କଥା ଶୁଣି । ଏହିସବୁ ତଥ୍ୟ ସଂଗ୍ରହ କରିବାପରେ ଦୀର୍ଘ ଦୁଇବର୍ଷ ଧରି ପୁସ୍ତକ ରୂପ
ଦେବାପାଇଁ ଉଦ୍ୟମ କରିଆସୁଥିଲି । ଏପରିକି ‘ଅଧିକାର’ ପତ୍ରିକା ପରିଚାଳନା ଓ ସମ୍ପାନା
କାର୍ଯ୍ୟ ଏଥିପାଇଁ ବାଧକ ସାଜିବାରୁ ଏହିକାର୍ଯ୍ୟରୁ ଅବ୍ୟାହତି ନେବାକୁ ବାଧ୍ୟ ହୋଇଥିଲି କେବଳ
ସେତିକି ନୁହେଁ, ଏହି ପୁସ୍ତକ ରଚନା ଆରମ୍ଭଠାରୁ ପୁସ୍ତକରୂପ ନେବା ପର୍ଯ୍ୟନ୍ତ ବହୁବାଧା ଅତିକ୍ରମ
କରିବାକୁ ପଡିଛି । ଦୁଇଜଣ ଛଦ୍ମବନ୍ଧୁଙ୍କ ବିଶ୍ୱାସଘାତକତାରେ କ୍ଷତାକ୍ତ ହୋଇଛି । ତଥ୍ୟ ସଂଗ୍ରହ
ସମୟର ପାଗଳାମୀଯୋଗୁଁ ନିଜ ଜୀବନ-ଜୀବିକାପ୍ରତି ଉଦାସୀନ ରହିଛ । ମାତ୍ର ମୋର ପୂଜ୍ୟଗୁରୁ
ଡଃ କୃଷ୍ଣଚରଣ ବେହେରା, ଡଃ ନଟବର ଶତପଥୀଙ୍କ ଉତ୍ସାହମୂଳକ ପ୍ରେରଣା, ଶୁଭକାନ୍ତ ଭାଇ,
ଦେବଭାଇ, ପ୍ରଦ୍ୟୁମ୍ନଭାଇ, ଅଜେୟ ଭାଇ, ସୁବାସ ଭାଇ, ଚିତ୍ତଭାଇଙ୍କ ସମୟୋପେଯାଗୀ ବଳିଷ୍ଠ
ପରାମର୍ଶ ଏହିସବୁ ବାଧା ଅତିକ୍ରମ କରିବାରେ ସଫଳ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ତଥ୍ୟ ସଂଗ୍ରହକୁ ଭିତ୍ତିକରି ପ୍ରାୟ ପାଞ୍ଚଶହ ପୃଷ୍ଠା ବିଶଷ୍ଟି କଳେବର ଧାରଣ କରିବା ଯୋଗୁଁ ରାଜ୍ୟ ସଂସ୍କୃତ ବିିଭାଗ ନାମକୁ ମାତ୍ର ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିବା ଫଳରେ ଏହାକୁ ୧୧୨ପୃଷ୍ଠା ଭିତରେ ସୀମିତ ରଖିବାକୁ ପଡିଲା । ପୁଣି ପୁସ୍ତକଟି ଐତିହାସିକ ତଥ୍ୟ ସମ୍ବଳିତ ହୋଇଥିଲେ ମଧ୍ୟ ସାଧାରଣ ପାଠକ ବୁଝିବାପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଇଛି । ଏଥିରେ ଓଡିଆଭାଷାର ବିକାଶପାଇଁ ଯେଉଁସବୁ ପରାମର୍ଶ ଦିଆଯାଇଛି, ସେଥିରୁ କିଛି ପୂର୍ବରୁ ସ୍ୱର୍ଗତ ଗୋଲୋକ ବିହାରୀ ଧଳ ଓ ଡକ୍ଟର ବିଜୟ ପ୍ରସାଦ ମହାପାତ୍ର ସେମାନଙ୍କ ପୁସ୍ତକରେ
ସୂଚୀତ କରିଅଛନ୍ତି । ବାକି ଯାହା କୁହାଯାଉଛି ତାହା ବର୍ତ୍ତମାନର ସମୟକୁ ଲକ୍ଷ୍ୟ କରି ।
ଓଡ଼ିଅା ଭାଷାର ଶାସ୍ତ୍ରୀୟମାନ୍ୟତା ଦାବି କରିବା ପାଇଁ ବର୍ତ୍ତମାନର ବିଦ୍ଗଧ ମଣ୍ଡଳୀଙ୍କ ଠାରେ ଯେଉଁ ନବ ଉନ୍ମାଦନା ସୃଷ୍ଟି ହୋଇଛି, ସେ ଦିଗରେ ଏହି ପୁସ୍ତକଟି କିଛିମାତ୍ରାରେ ଦିଗର୍ଶନ ଦେଇପାରିଲେ ଶ୍ରମ ସାର୍ଥକ ହେବ ।
ସୁବ୍ରତ କୁମାର ପୃଷ୍ଟି, ବରିଷ୍ଠ ଗବେଷକ
କୁଆଁର ପୁନେଇଁ, ୨୦୧୦