Page:Bhasa o Jatiyata.pdf/8

From Wikisource
Jump to navigation Jump to search
This page has not been proofread.

ଉପହାସ ମିଳବି । ଏହି ଦୁଇଟି କାରଣ ଭିତରେ ଅଣନିଶ୍ୱାସୀ ହୋଇ ଓଡ଼ିଆ ଭାଷା ନିଜ ଅଜାଣତରେ ଓଡ଼ିଆ ଜାତିଠାରୁ ଧୀରେଧୀରେ ଦୂରେଇ ଯାଉଛି । ଓଡ଼ିଶା ଆଜି ଗରିବ ବୋଲି ସମସ୍ତେ କହୁଛନ୍ତି । ତେବେ ଏହି ଗରିବୀ ଦୂରପାଇଁ ଧନର ଆବଶ୍ୟକତା ଯେତେ ନାହିଁ, ସେତେ ଅଛି ଜାତୀୟତାର । ଜାତିପ୍ରୀତି ହିଁ ଗୋଟିଏ ମଣିଷ ଜାତିକୁ ଏକାଠି କରେ, ଲଢ଼ିବାକୁ ଆତ୍ମପ୍ରତ୍ୟୟ ଦିଏ, ବିକଶିତ ହେବାର ବାଟ ଫିଟାଏ । ଓଡ଼ିଆ ଜାତି ଅତୀତରେ ବିକାଶିତ ହୋଇଥିଲା ଏହି ଜାତୀୟତାବୋଧ ଯୋଗୁଁ । ଇତିହାସ ମଧ୍ୟ ପ୍ରମାଣ ଦିଏ, ଯେତେବେଳେ ଓଡ଼ିଆ ପୁଅ ଏହି ଜାତୀୟତା ଭାବଠାରୁ ଦୂରେଇ ଯାଇଛି, ସେତେବେ ଅନ୍ୟର ଦାସ ପାଲଟି ଯାଉଛି । କିନ୍ତୁ ଯେତେବେଳେ ଜାତି ପ୍ରତି ଆନ୍ତରିକତା ଆସୁଛି, ସେତେବେଳେ ସେ ବିଶ୍ୱବିଜୟୀ ହୋଇପାରୁଛି । ଆଲେକଜାଣ୍ଡର, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ଖାରବେଳ,ନରସିଂହ, କପିଳେନ୍ଦ୍ର, ମଧୁସୂନଙ୍କ ସମୟ ଏହାର ଏକଏକ ଦୃଷ୍ଟାନ୍ତ ମାତ୍ର । ତେଣୁ ଓଡ଼ିଆ ଜାତୀୟତାର ଭିତ୍ତି ରହିଛି ଏହାର ଭାଷାରେ । ଆଜି ଓଡ଼ିଶା ଗରିବ ହେଉଛି କେବଳ ନିଜର ଭାଷାକୁ ହତାଦର କରି । ପ୍ରଲୋଭନର ବଶବର୍ତ୍ତୀ ହୋଇ ନିଜ ଭାଷାକୁ ଆଡେଇ ଅନ୍ୟ ଭାଷା ପ୍ରତି ଆଗ୍ରହୀ ହେବାଦ୍ୱାରା ସେ ବୁଝିପାରୁ ନାହିଁ ଓଡ଼ିଆତ୍ୱକୁ ହରାଇ ନଂପୁସକତାକୁ ଆଦରି ନେଉଛି । ନିଜ ମାତୃଭାଷାକୁ କିପରି ଭଲପାଇବାକୁ ହୁଏ ଓ ଏହାକୁ କିପରି ରୋଜଗାରର ମାଧ୍ୟମ କରିହୁଏ, ତାହା କରି ଖୋଇଛନ୍ତି ଦକ୍ଷିଣର ତାମିଲ, ତେଲଗୁ, କନ୍ନଡ଼ ଭାଷୀ । ଏମାନେ ନିଜ ଭାଷା ପ୍ରତି ସମ୍ମାନବୋଧ ସୃଷ୍ଟି କରି ଆମ ଆଖି ଖୋଲି ଦେଇଛନ୍ତି । ପଲ୍ଲୀଠାରୁ ଦିଲ୍ଳୀ ପର୍ଯ୍ୟନ୍ତ, ପିଅନଠାରୁ ସର୍ବୋଚ୍ଚ ଅଧିକାରୀ ପର୍ଯ୍ୟନ୍ତ ସବୁଠି ଏମାନଙ୍କର ବ୍ୟାପ୍ତି । ଏମାନେ ହିନ୍ଦୀ ବୁଝନ୍ତି, ଆବଶ୍ୟକ ପଡିଲେ ପ୍ରାଞ୍ଜଳ ଭାବେ ମଧ୍ୟ କହିପାରନ୍ତି । ଅଥଚ ଇଂରାଜୀକୁ ଢ଼ାଲ କରି ନିଜ ଭାଷାକୁ ବିକଶିତ କରିବା ସହ ହିନ୍ଦୀକୁ ନିଜ ଅତ୍ତଳରେ ପାଦ ଥାପିବାର ଉ୍ୟମକୁ ପ୍ରତିରୋଧ କରିପାରିଛନ୍ତି । ସଂସ୍କୃତ ସହ ଘନିଷ୍ଠସଂପର୍କ ଥିଲେ ବି ଏହାଠାରୁ ନିଜକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଛନ୍ତି, ସେଥିପାଇଁ ସେମାନେ ଆଜି ବିଶ୍ୱ ଦରବାରରେ ପୂଜ୍ୟ । ଆଜି ଓଡ଼ିଶାର ବିକାଶ ତଥା ଓଡ଼ିଅା ଜାତିର ଚରମ ଉକ୍ରର୍ଷପାଇଁ ସେହି ପଥ ଗ୍ରହଣ କରିବାକୁ ପଡିବ । ଏଥିପାଇଁ ଏକ ବିଶାଳ ସମ୍ଭାବନା ନେଇ ଆମ ଆଗରେ ଠିଆ ହୋଇଛି ଓଡ଼ିଅା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଉଦ୍ଧେଶ୍ୟରେ ସବୁ ପ୍ରକାରର ଉଦ୍ୟମ କରିବା । ଦୁଃଖର କଥା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ତାମିଲବାସୀ ଦୀର୍ଘିନ ଧରି ଦାବି କରି ସଫଳ ହୋଇଥିବାବେଳେ, ଭାଷାକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇଥିବା ଓଡ଼ିଶାର ଅଧିବାସୀ ଏ ଦିଗରେ ସାମାନ୍ୟ ପ୍ରୟାସ ସୁଦ୍ଧା କରିନାହାନ୍ତି । ଅଥଚ ଏଥିପାଇଁ ବହୁ ଉପାୟେ ପ୍ରମାଣ ଓଡ଼ିଆଭାଷା କ୍ଷେତ୍ରରେ ଗଚ୍ଛିତ ହୋଇ ରହିଛି । ଏହା ହେଉଛି ଭାରତର ଏକମାତ୍ର ଜାତି, ଯାହାର ରକ୍ତରଞ୍ଜିତ ଐତିହାସିକ ଗାଥା ପଥର ଦେହରେ ଲିପିବଦ୍ଧ ହୋଇ ରହିଛି । କେବଳ ସେତିକି ନୁହେଁ, ଓଡ଼ିଆଜାତିର ବୀରତ୍ୱ, ବାଣିଜ୍ୟ-ବ୍ୟବସାୟ, କଳା ଭାସ୍କର୍ଯ୍ୟ ସବୁ କିଛିର ବଳିଷ୍ଠ ସାକ୍ଷ୍ୟ କେବଳ ଭାରତ ଭୂଖଣ୍ଡରେ ନୁହେଁ, ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଖେିବାକୁ ମିଳିଛି । ଅର୍ଥାତ୍ ଓଡ଼ିଅାଜାତି ଓ ଓଡ଼ିଅାଭାଷା କେବଳ ଓଡ଼ିଶା ଭୂଖଣ୍ଡ ମଧ୍ୟରେ ସୀମାବଦ୍ଧ ନୁହେଁ, ବରଂ ଏହା ସୀମା