Page:Bhasa o Jatiyata.pdf/39

From Wikisource
Jump to navigation Jump to search
This page has not been proofread.

ଏତେ ବିକୃତ ହୋଇଯାଇଛି ଯେ, ଓଡ଼ିଆକବିଙ୍କ ଏହିରଚନାରେ ଉଲ୍ଲିଖିତଶବ୍ଦ ସଂଯୋଜନାକୁପାଠକରି ଯେ କେହି ବ୍ୟକ୍ତି ଓଡ଼ିଆଭାଷାର ପ୍ରାଚୀନତା ସଂପର୍କରେ ସନ୍ଦେହ କରିବେ ।

ତେଣୁ ଓଡ଼ିଶାର ସ୍ୱାର୍ଥପାଇଁ କୌଣସି ବିଷୟରେ ଓଡ଼ିଆପ୍ରାଣ ବ୍ୟକ୍ତିଗଣ ଆଲୋଚନା କଲାବେଳେ ଏସବୁ ଦିଗପ୍ରତି ସତର୍କତାର ସହ ଦୃଷ୍ଟି ରଖିବା ଆବଶ୍ୟକ, ନଚେତ୍ ଏଠାରେ ଯେଉଁ ଜ୍ଞାନ ସୁଆଦିଆ ପଣ୍ଡିତଗଣ ଅଛନ୍ତି, ସେମାନେ ଲେଖାର ମୂଳ ଉଦ୍ଦେଶ୍ୟକୁ ପଛକୁ ଫୋପାଡ଼ି ସେଥିରେ ଥିବା ବ୍ୟାକରଣିକ, ତଥ୍ୟଗତ ତଥା ଉପସ୍ଥାପନରେ ଥିବା ତ୍ରୁଟିକୁ ଖୋଇବାକୁ ଯାଇ ନିଜ କାଗଜ କଲମ କାଳି ଓ ସମୟକୁ ଏମିତି ନିଃଶେଷ କରିଦେବେ ଯେ, ବିଚରା ସେହି ହାତଗଣତି ଓଡ଼ିଆପ୍ରାଣ ବ୍ୟକ୍ତିଠାରୁ ଓଡ଼ିଆତ୍ୱ କେତେବେଳେ ଯେ ଖସିଯିବ ତାହା କେହି ଜାଣିପାରିବେ ନାହିଁ ।

ଅନ୍ୟପକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତିର ମହାନତା, ପ୍ରାଚୀନତା ଓ ବିଶେଷତ୍ୱ ସଂପର୍କରେ ବିଶ୍ୱସ୍ତରରେ ଆଲୋଚନା କରିବାକୁ କେହି ଅଣଓଡ଼ିଆ ବ୍ୟକ୍ତି ବର୍ତ୍ତମାନ ସ୍ଥତିରେ ନାହାନ୍ତି । ନିଜ ଢୋଲ ନିଜେ ପିଟିଲେ ନିରପେକ୍ଷତା ରହିବ ନାହିଁ ଭାବି ଆମ ବିଜ୍ଞ ଓଡ଼ିଆ ପଣ୍ଡିତେ ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ସେମାନେ ଭୁଲିଯାଉଛନ୍ତି ଯେ ଜନବିମ୍ ସ, ଗ୍ରୀୟରସେନଙ୍କ ଭଳି ଓଡ଼ିଆ ହିତୈଷୀ ବିଦେଶୀ ବନ୍ଧୁ ପ୍ରଶାସନ ଦାୟିତ୍ୱରେ ବର୍ତ୍ତମାନ ନାହାନ୍ତି । ଏମାନଙ୍କ ସ୍ଥାନରେ ବସିଛନ୍ତି କେତେକ ଅଣଓଡ଼ିଆ ଅଧିକାରୀ- ଯେଉଁମାନେ ଓଡ଼ିଶା ଅପେକ୍ଷା ନିଜର ଓ ନିଜ ଭୂମିର ସ୍ୱାର୍ଥ ଆଗ ଦେଖିଥାନ୍ତି । ବଙ୍ଗଳା, ତାମିଲ, ତେଲୁଗୁ, ମରାଠୀ ଭାଷା ଶିକ୍ଷାପାଇଁ ଭାରତ ବାହାରେ ବିଭିନ୍ନ ଉନ୍ନତ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ବିଭାଗ ଖୋଲା ହୋଇ ସେଇସବୁ ଭାଷା, ସାହିତ୍ୟ ବିଶ୍ୱସ୍ତରରେ ପରିଚର୍ଚ୍ଚା ହେବା ଭଳି ଓଡ଼ିଆ ଭାଷା ଓ ସାହିତ୍ୟ ପରିଚର୍ଚ୍ଚା ହୋଇପାରୁ ନାହିଁ । ବରଂ ଓଡ଼ିଶା ବାହାରେ ଯେଉଁ କେତୋଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ପଢ଼ାଯାଉଥିଲା, ତାହା ଆମ ଉଦାସୀନ ମନୋଭାବଯୋଗୁଁ ବନ୍ଦ ହୋଇଗଲାଣି ।

ଏଠାରେ ଉଲ୍ଲେଖଯୋଗ୍ୟ, ତାମିଲଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ପଛରେ ଥିଲା କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ତାମିଲଭାଷା ଶିକ୍ଷାବିଭାଗର ପ୍ରଫେସର ଜର୍ଜ ହାର୍ଟଙ୍କ ସେହି ପାରମ୍ପରିକ ଅଥଚ ଦୃଢ଼ଯୁକ୍ତିପୂର୍ଣ୍ଣ ୪ଟି ବଳିଷ୍ଠଦାବି । ଓଡ଼ିଆ ଭାଷାପାଇଁ କିଏ ଦାବି କରିବ?

ବିଶ୍ୱର ପ୍ରମୁଖ ଦେଶ କିମ୍ବା ଓଡ଼ିଶା ବାହାରେ ଭାରତର ବିଭିନ୍ନ ରାଜ୍ୟରେ ଥିବା ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାଶିକ୍ଷା ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ । କଲିକତା ବିଶ୍ୱବିଦ୍ୟାଳୟରେ ଏଥିପାଇଁ ଜଣେ ଗଡ଼ଜାତ ରାଜା ପ୍ରଚୁର ଅର୍ଥ ପ୍ରଦାନ କରି ଓଡ଼ିଆ ବିଭାଗ ଖୋଲିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହାକୁ ବନ୍ଦ କରି ଦିଆଗଲା । ଆମେ ଓଡ଼ିଆଏ ପେଟପାଟଣା ଭିତରେ ପାଟିର ପବନ (ଭାଷା) କଥା ଭୁଲି ଏହା ବିରୁଦ୍ଧରେ ପ୍ରତିବା କରିପାରିଲେ ନାହିଁ । ଏହାର ବହୁ ପୂର୍ବରୁ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଥିବା ଓଡ଼ିଆ ବିଭାଗ ବନ୍ଦ ହୋଇଯାଇଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଧୁନିକ ଭାରତୀୟ