ଓଡ଼ିଆ ଭାଷା ଏଥିପାଇଁ ଉପଯୁକ୍ତ କି ?
ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଥା ଚିନ୍ତା କଲା ପୂର୍ବରୁ ସର୍ବଭାରତୀୟ ସ୍ତରରେ ଏହାର ଐତିହାସିକତା ସଂପର୍କରେ ସ୍ପଷ୍ଟ ଧାରଣା ଆସିବା ଉଚିତ । କାରଣ ବିନାଯୁକ୍ତିରେ କୌଣସି କଥାକୁ ଗ୍ରହଣ କରିପାରୁ ନ ଥିବା ଓଡ଼ିଆ ଜାତି ନିର୍ଦ୍ଧିଷ୍ଟ ନୀତିନିୟମ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ଚାହେଁ । ତଦ୍ୱାରା ବରଂ ନିଜର ଅକଳନୀୟ କ୍ଷତି ଘଟୁ, ସେଥିପ୍ରତି ସେ ଦୃଷ୍ଟି ଦିଏନାହିଁ । ତେବେ ଦୁଃଖର କଥା ହେଉଛି ଓଡ଼ିଶା ଇତିହାସର ସ୍ପଷ୍ଟଚିତ୍ର ଏ ପର୍ଯ୍ୟନ୍ତ ଓଡ଼ିଶାବାସୀ ପାଇପାରିଲେ ନାହିଁ । ଯେତକ ଐତିହାସିକ ତଥ୍ୟ ଅଛି, ସେତକ ମଧ୍ୟ ଆମର ତଥାକଥିତ ବୁଦ୍ଧିଜୀବୀ ଓ ବିଚାରଶୀଳ ପାଠୁଆଗଣ ଠିକ୍ ଭାବରେ ଆମ ୭୪ଭାଗ ଅବୁଝା ସାଧାରଣଲୋକଙ୍କ ମଗଜରେ ପୂରାଇ ପାରିଲେନାହିଁ । ଏହାର ପ୍ରକୃଷ୍ଟଦୃଷ୍ଟାନ୍ତ ହେଉଛି
ଓଡିଆଭାଷାର ଶାସ୍ତ୍ରୀୟତାପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ପୁପସ୍ଥାପନ କରିବାରେ ଏମାନଙ୍କ ପଛଘୁଞ୍ଚା । ଦୀର୍ଘ ଏକବର୍ଷଧରି ବିଭିନ୍ନ ଅନୁଷ୍ଠାନ, ଆଗଧାଡିର ବ୍ୟକ୍ତିବିଶେଷ ଏବଂ ବହୁ ସଭାସମିତିରେ ଏ ସମ୍ପର୍କରେ ସୂଚୀତ କରିବାପରେ ମାତ୍ର ଆଠଜଣ ବ୍ୟକ୍ତି ହରପ୍ରସା ଦାସ( ସମାଜ-୪/୨/୨୦୦୯), ବରେନ୍ଦ୍ରକୃଷ୍ଣ ଧଳ(ଧରିତ୍ରୀ, ସାମୁଖ୍ୟ-୨୫/୧୨/୨୦୦୯), ସୁବ୍ରତ ପୃଷ୍ଟି (ଏଷଣା-୫୯, କୋଣାର୍କ-୧୫୭, ସମାଜ-୨୦/୯/୧୦) ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର( କୋଣାର୍କ-୧୫୪), ଡଃ ବେୀପ୍ରସନ୍ନ ପଟ୍ଟନାୟକ(ସମାଜ୧୬/୧/୧୦) ଡଃ. ବସନ୍ତ କୁମାର ପଣ୍ଡା(ସମାଜ-୭/୨/୧୦), ଚନ୍ଦ୍ରଭାନୁ ପଟ୍ଟନାୟକ (ସମାଜ-୧/୪/୧୦), ଡଃ. ଶୁଭକାନ୍ତ ବେହେରା ( ସମାଜ-୨୧/୮/୧୦) ଓଡିଆଭାଷାକୁ ଶାସ୍ତ୍ରୀୟମାନ୍ୟତା ପ୍ରଦାନ ସପକ୍ଷରେ ବିଭିନ୍ନ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିଛନ୍ତି ।
ଦୁଃଖର କଥା ଓଡିଆ ଭାଷା, ସଂସ୍କୃତି, ସାହିତ୍ୟ ଓ ଜାତୀୟତାପାଇଁ ଚିତ୍କାର କରୁଥିବା ବହୁ ବ୍ୟକ୍ତି, ଅନୁଷ୍ଠାନ, ସରକାର; ଏପରିକି ରାଜନେତା ଏହି ଆଲୋଚନାଠାରୁ ବହୁ ଦୂରରେ ଅଛନ୍ତି ।ଓଡ଼ିଶାର ଜଣେ ସୁପରିଚିତ ସ୍ତମ୍ଭକାରଙ୍କ ଓଡ଼ିଆଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ସଂପର୍କୀତ ୩ଟି ବିସ୍ତୃତ ଆଲେଖ୍ୟ, ଯାହା ବହୁଳ ପ୍ରସାରିତ ଦୈନିକ ଖବରକାଗଜର ତିନୋଟି ମଙ୍ଗଳବାର ସଂଖ୍ୟାରେ ପ୍ରକାଶ ହୋଇଥିଲା । ଏହି ଆଲେଖ୍ୟ ତିନୋଟିରେ ଯଦିଓ ସେ ଓଡ଼ିଆଭାଷାର ଶାସ୍ତ୍ରୀୟମାନ୍ୟତା ବିଷୟରେ ଲେଖିଛନ୍ତି ; ମାତ୍ର ତାହା କିପରି ହେବ, କାହିଁକି ମାନ୍ୟତା ଦିଆଯିବ, ଏଥିରେ କାହାର କି ପ୍ରକାରର ଭୂମିକା ରହିଛି, ସେ ବିଷୟରେ ସଠିକ୍ ତଥ୍ୟ ପ୍ରଦାନପୂର୍ବକ ବିଶ୍ଳେଷଣ କରିବା ବଳଦରେ ନିଜ ପାଣ୍ଡିତ୍ୟ ପ୍ରର୍ଶନପୂର୍ବକ ବିଷୟଭିନ୍ନ ତଥ୍ୟର ଅବତାରଣା କରି ଏହି ଦାବିକୁ ପରୋକ୍ଷରେ ଦୁର୍ବଳ କରି ଦେଇଛନ୍ତି । ପୁଣି ଓଡ଼ିଆଭାଷାର ପ୍ରାଚୀନତା ଦର୍ଶାଇବାକୁ ଯାଇ ଏକ ପ୍ରାଚୀନ ଓଡ଼ିଆ କବିତାର ଦୃଷ୍ଟାନ୍ତ ଡଃ କରୁଣାକର କରଙ୍କ ଗବେଷଣାତ୍ମକ ସନ୍ଦର୍ଭ ତଥା ଓଡ଼ିଆ ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ‘ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ’ ନାମକ ପୁସ୍ତକରୁ ଉଦ୍ଧାର ନ କରି ଇଣ୍ଟରନେଟ୍ରେ ଥିବା ଏହାର ଇଂରାଜୀ ରୂପାନ୍ତରରୁ ଅବିକଳ ଅନୁବାଦ କରିଥିବାରୁ କବିତାଟି