Page:Bhasa o Jatiyata.pdf/33

From Wikisource
Jump to navigation Jump to search
This page has not been proofread.

ଶାସ୍ତ୍ରୀୟ ମାନ୍ୟତା ପାଇବାଦ୍ୱାରା ଭାଷାର ଉପକାର : ଏହି ମାନ୍ୟତା ପାଇବାପରେ ଉକ୍ତ ଭାଷାର ଦୁଇଜଣ ଭାଷା ଗବେଷକଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯିବ । ଏହି ଭାଷା ଗବେଷଣା ଓ ଶିକ୍ଷାପାଇଁ ୟୁଜିସି ଅନୁମୋଦିତ ଏକାଧିକ ପ୍ରଫେସରିଆଲ ଚେୟାର ଭାରତରେ କିମ୍ବା ଭାରତ ବାହାରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ଥାପନ କରାଯାଇପାରିବ, ଏଥିସହିତ ଭାଷାର ବିକାଶପାଇଁ ପ୍ରତିବର୍ଷ ସ୍ୱତନ୍ତ୍ର ଆର୍ଥିକ ସୁବିଧା ଯୋଗାଇ ଦିଆଯିବ । ଏହିଭାଷାର ଉନ୍ନତି, ପ୍ରଚାର ଓ ପ୍ରସାରପାଇଁ କେନ୍ଦ୍ର ସରକାର ଶହେକୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସହ ପ୍ରତିବର୍ଷ ଅନ୍ୟୁନ ୫ କୋଟି ଟଙ୍କା ରାଜ୍ୟ ପାଇବ । ଆନ୍ତର୍ଜାତୀୟ କ୍ଷେତ୍ରରେ ଏହି ଭାଷାର ପ୍ରସାରପାଇଁ ଷ୍ଟଡିସେଣ୍ଟର ପ୍ରତିଷ୍ଠା ଓ ଦ୍ୱିଭାଷିକ ସମ୍ପର୍କ ସ୍ଥାପନ କରାଯିବାପାଇଁ ଉଦ୍ୟମ ହେବ । ଏସବୁ ବ୍ୟତୀତ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ ଆହୁରି ଅନେକ କାର୍ଯ୍ୟ କରିବାପାଇଁ ସୁଯୋଗ ମିଳିବ । ଏହି ଭାଷା-ସାହିତ୍ୟର ଇତିହାସ ଓ ବିକାଶ ବିଷୟରେ ଗବେଷଣାପାଇଁ ଗବେଷକମାନେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅନୁଦାନ ପାଇବେ ।

ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାରତୀୟ ଭାଷା : ତାମିଲ (୨୦୦୪) ସଂସ୍କୃତ (୨୦୦୫) ତେଲୁଗୁ ଓ କନ୍ନଡ଼ (୨୦୦୮) ଭାଷା ଏପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ପାଇପାରିଛନ୍ତି । ତାମିଲଭାଷାର ପ୍ରାଚୀନତା ଓ ସମୃଦ୍ଧି ସଂପର୍କରେ ଏତିକି କୁହାଯାଇପାରେ ଯେ ଏପର୍ଯ୍ୟନ୍ତ ପାଠ ହୋଇପାରି ନ ଥିବା ଦାକ୍ଷିଣାତ୍ୟର ବିଭିନ୍ନ ପାହାଡ଼ ଚଟାଣରୁ ଆବିଷ୍କୃତ ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ଛୋଟଛୋଟ ଅଭିଲେଖର ଭାଷାକୁ ତାମିଲଭାଷାର ପ୍ରାଚୀନ ରୂପ ଭାବେ ତାମିଲବାସୀ ଦାବି କରନ୍ତି । ଯାହାର ସତ୍ୟତା ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରିନାହିଁ । ସେହିପରି କାଳ୍ପନିକ କାହାଣୀ ଭଳି ମନେ ହେଉଥିବା ତିନୋଟି ତାମିଲ ସାହିତ୍ୟ ସଂଗମ/ସମ୍ମିଳନୀ ବା ସଂଗମ ସାହିତ୍ୟଯୁଗ ସମ୍ପର୍କରେ ସର୍ବପ୍ରଥମେ ଅଷ୍ଟମ ଶତାବ୍ଦୀର କବି ନକ୍କୀରଙ୍କଦ୍ୱାରା ରଚିତ ‘ଇରୈନାର ଅଗପ୍ପୋରୁଲ ଉରୈ’ର ଟୀକାଗ୍ରନ୍ଥ ମୁଖବନ୍ଧରେ ଦେଖିବାକୁ ମିଳେ ।ଏହି ତିନୋଟି ସଙ୍ଗମ ୧୯୭ଜଣ ପାଣ୍ଡ୍ୟରାଜାଙ୍କ ସଂରକ୍ଷଣରେ ୯୯୯୦ବର୍ଷ ଧରି ୮୫୯୮ଜଣ କବି(ଏମାନଙ୍କ ମଧ୍ୟରେ କେତେକ ଦେବତା ଅଛନ୍ତି)ଙ୍କ୍ୱାରା ଅନୁଷ୍ଠିତ ହୋଇଥିବାର ଉଲ୍ଲେଖ ଅଛି । ଆଶ୍ଚର୍ଯ୍ୟର କଥା, ଏହି ଯୁଗର ବହୁ ବିଖ୍ୟାତ କବି ଓ ଶକ୍ତିଶାଳୀ ରାଜାଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ଥିଲେ ମଧ୍ୟ କଦୁଗ୍ନୋନ ଓ ଉଗ୍ରପ୍ପେରୁବଲ୍ଲୁଦୀ ଭଳି କିଛି କବି ଓ ରାଜାଙ୍କ ନାମ ପରବର୍ତ୍ତୀ ଶିଳାଲେଖରେ ଉଲ୍ଲେଖ ରହିବା ତଥା ସଂରକ୍ଷକ ପାଣ୍ଡ୍ୟ ରାଜବଂଶ ବଳରେ ଚେର ରାଜବଂଶର ଅବିଚ୍ଛିନ୍ନ ତାଲିକା ଏହି ସାହିତ୍ୟର ପ୍ରାଚୀନତା ଉପରେ ପ୍ରଶ୍ନଚିହ୍ନ ଲଗାଇଥାଏ ।କେବଳ ସେତିକି ନୁହେଁଁ, ଏଥିରେ ଅନେକ ରାଜାଙ୍କ ବୀରତ୍ୱ ଏଭଳି ଢଙ୍ଗରେ ବର୍ଣ୍ଣନା କରାଯାଇଛି ଯେ ତାହା କାଳ୍ପନିକ ମନେହୁଏ । ଶିଳ୍ପାଦିକାରମ୍ ଓ ୧୧ସ ଶତାବ୍ଦୀରେ ଖୋଦିତ କେତେକ ଶିଳାଲେଖରୁ ଜଣାପଡେ ଚୋଳରାଜା କାରିକେଲ(୨ୟଶତାବ୍ଦୀ) ହିମାଳୟ ପର୍ଯ୍ୟନ୍ତ ସମଗ୍ର