Page:Bhasa o Jatiyata.pdf/31

From Wikisource
Jump to navigation Jump to search
This page has not been proofread.

ଶାସ୍ତ୍ରୀୟ ମାନ୍ୟତା ସଂପର୍କରେ ପଦେ...

କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲାବେଳେ ଏହାର ଶାସ୍ତ୍ରୀୟବିଧିକୁ ବିଚାରକୁ ନିଆଯାଇଥାଏ । (କ) ଏହିଭାଷା ପ୍ରାଚୀନ ହୋଇଥିବ,(ଖ) ସ୍ୱାଧୀନଭାବେ ବିଚରଣ କରୁଥିବ, (ଗ) ଅନ୍ୟ କୌଣସି ଭାଷା କିମ୍ବା ସଂସ୍କୃତିର ଶାଖା କିମ୍ବା ସେଥିରୁ ସୃଷ୍ଟି ହୋଇ ନ ଥିବ । (ଘ) ଏହି ଭାଷା ବର୍ତ୍ତମାନ ପରିପ୍ରେକ୍ଷୀରେ ମୃତ ବା ଅପ୍ରଚଳିତ ହୋଇପାରେ କିମ୍ବା ବିପୁଳ ଆକାର ଧାରଣ କରିପାରେ କିମ୍ବା ଏଥିରୁ ବିଭିନ୍ନ ଭାଷା ଓ ଲିପି ଉତ୍ପନ୍ନ ହୋଇପାରେ । ଏସବୁ ଦୃଷ୍ଟିରୁ ବିଶ୍ୱର ୫ଟି ଭାଷା- ଚୀନା (ଖ୍ରୀ.ପୂ. ୫ମ ଶତାବ୍ଦୀ) ସଂସ୍କୃତ (ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀ), ଗ୍ରୀକ (ଖ୍ରୀ.ପୂ. ୫ମ ଶତାବ୍ଦୀ), ଲାଟିନ୍ (ଖ୍ରୀ.ପୂ. ୧ମ ଶତାବ୍ଦୀ) ଓ ଆରବିକ (ଖ୍ରୀ.ପୂ. ୭ମ ଶତାବ୍ଦୀ)କୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନ କରାଯାଇଛି । ଅବଶ୍ୟ ଏହି ମାନଦଣ୍ଡ ଇଂରେଜ ପଣ୍ଡିତଙ୍କଦ୍ୱାରା ନିର୍ଦ୍ଧାରିତ ଓ ନିଜ ରାଜନୈତିକ ସ୍ଥିତାବସ୍ଥାକୁ ସୁହାଇବା ଭଳି ଢଙ୍ଗରେ ପ୍ରଚାରିତ ।

ବିଶ୍ୱଭାଷା ପରିପ୍ରେକ୍ଷୀରେ ଭାରତର ଆଦିଭାଷା ସଂସ୍କୃତ କେବଳ ଏହି ମାନ୍ୟତା ପାଇଥିବାବେଳେ ଦ୍ରାବିଡ଼ଭାଷା ଗୋଷ୍ଠୀର ତାମିଲଭାଷା ଏହି ମାନ୍ୟତା ପାଇବାକୁ ତାମିଲବାସୀଙ୍କଦ୍ୱାରା ଦୀର୍ଘ ବର୍ଷଧରି ଦାବି କରିଆସୁଛି । ତେବେ ୨୦୦୪ରେ ଭାରତ ସରକାର ଏହାକୁ ଶାସ୍ତ୍ରୀୟମାନ୍ୟତା ପ୍ରଦାନ କରିବାପରେ ଏମାନେ ଉତ୍ସାହିତ ହୋଇ ବିଶ୍ୱ ଶାସ୍ତ୍ରୀୟଭାଷା ମାନ୍ୟତା ପାଇବାପାଇଁଦାବି ଆରମ୍ଭ କଲେଣି ।

ଭାରତମାଟିରେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ବ୍ରିଟିଶଶାସନ କାଳରେ ଆରମ୍ଭ ହୋଇଥିଲା । ଧାର୍ମିକ ଆଧାରକୁ ଭିତ୍ତିକରି ସଂସ୍କୃତ, ପାର୍ଶି ଓ ଆରବିକ୍ କୁ ଏହି ମାନ୍ୟତା ସେମାନେ ପ୍ରଦାନ କରିଥିଲେ; ଯଦିଓ ୟୁରୋପରେ ଉପର ବର୍ଣ୍ଣିତ ନିୟମ ଅନୁସାରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥାଏ । ତେବେ ତାମିଲଭାଷାକୁ ଏହାର ଅନ୍ତର୍ଭୁକ୍ତ ନ କରାଯିବାରୁ ସେ ସମୟରୁ ଏହି ଆନ୍ଦୋଳନ ମୁଣ୍ଡଟେକି ସମଗ୍ର ଭାରତ ଶାସନର କେନ୍ଦ୍ରବିନ୍ଦୁ ପାଲଟିଥିବା ଦିଲ୍ଲୀ ବା ଉତ୍ତର ଭାରତ ବିରୁଦ୍ଧରେ ଯେଉଁ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା, ତାହାର ପରିଣାମ ସ୍ୱରୂପ ଇଂରେଜ ଚାଲିଗଲେ ମଧ୍ୟ ସେମାନଙ୍କ ଭାଷା, ଶାସନ ପଦ୍ଧତି ଭାରତ ମାଟିରେ ଅକ୍ଷୁଣ୍ଣ ହୋଇ ରହିଲା ତଥା ଏ ପର୍ଯ୍ୟନ୍ତ ଉତ୍ତର-ଦକ୍ଷିଣ ବିଭେଦ ଜୀବିତ