ସଂସ୍କୃତ ପଣ୍ଡିତେ କହିବେ-ସଂସ୍କୃତ ହେଉଛି ଓଡ଼ିଆଭାଷାର ଜନନୀ । ଭାଷାଜନନୀଠାରୁ
ଉତ୍ପତ୍ତି ଲାଭ କରିଥିବା ଭାରତର ପ୍ରତଷ୍ଠିତି ବିଭିନ୍ନ ଭାଷାଭାଷୀ, ବୃଦ୍ଧାଜନନୀର ରକ୍ଷଣାବେକ୍ଷଣ
ଦାୟିତ୍ୱ ବହନ କରୁ ନ ଥିବାବେଳେ ସରଳ ଓଡ଼ିଆଜାତି ଓ ଓଡ଼ିଆଭାଷା ଏହି ଦାୟିତ୍ୱ
ତୁଲାଇବା ଜରୁରୀ ବୋଲି ଆମ ସଂସ୍କୃତ ପଣ୍ଡିତେ ବାରମ୍ବାର ଘୋଷଣା କରି ଓଡ଼ିଶା
ସରକାରଠାରୁ ସଂସ୍କୃତଭାଷାର ବିକାଶପାଇଁ ଓଡ଼ିଆଭାଷାର ଛାତି ଉପରେ ଭାର ଦେଇ
ବିଭିନ୍ନ ସୁବିଧାସୁଯୋଗ ହାତେଇ ନେବାରେ ଲାଗିଛନ୍ତି । ଯାହାର ସଦ୍ୟତମ ଉଦାହରଣ
ଉଚ୍ଚମାଧ୍ୟମିକ ଶିକ୍ଷାସ୍ତରରେ ଓଡ଼ିଆ ଓ ଇଂରାଜୀ ସହିତ ସଂସ୍କୃତକୁ ବାଧ୍ୟତାମୂଳକ ପ୍ରଥମ
ଭାଷାପତ୍ର ବିଷୟ ଭାବରେ ରଖିବା । ଏହି ପଣ୍ଡିତଗଣ ଭୁଲିଯାଉଛନ୍ତି ଯେ ଓଡ଼ିଆ ହେଉଛି
ସେମାନଙ୍କ ମାତୃଭାଷା ଓ ଏହି ମାତୃଭାଷାର ଗୌରବ ବୃଦ୍ଧିରେ ହିଁ ଓଡ଼ିଶାର ତଥା ନିଜର
ଗୌରବ ସମଗ୍ର ବିଶ୍ୱବାସୀଙ୍କ ନିକଟରେ ବୃଦ୍ଧିହେବ, ସଂସ୍କୃତ ମାଧ୍ୟମରେ ନୁହେଁ । କାରଣ
ଇଂରାଜୀ ଭଳି ସଂସ୍କୃତ ହେଉଛି ସେମାନଙ୍କ ଭଳି କେତେଜଣଙ୍କପାଇଁ ଗରଜ ଗୁଜୁରାଣର
ଭାଷା, ଗୋଟିଏ ଜାତିବିକାଶର ମାଧ୍ୟମ ନୁହେଁ ।
କାମ୍ବୋଜରେ ଥିବା ବିଶ୍ୱବିଖ୍ୟାତ
କାମ୍ବୋଜ ସହିତ କଳିଙ୍ଗର କେବଳ ବାଣିଜ୍ୟି କ ସଂପର୍କ ନୁହଁ, ଧାମିର୍କ ଓ ସାଂସ୍କୃତକି ସମ୍ବନ୍ଧର ବହୁ ପ୍ରାମାଣିକ ସୂଚନା ରହିଛି । ଯାହାର ଦୃଷ୍ଟାନ୍ତ ରୂପେ ଏକ ସମୟରେ ଉଭୟ ମାଟିରେ ତ୍ରିଭୂବନେଶ୍ୱର ମନ୍ଦିର (ସପ୍ତମ ଶତାବ୍ଦୀ) ନିର୍ମାଣକୁ ନେଇପାରିବା । ତେବେ ଉଭୟ ସଂପର୍କର ଶ୍ରେଷ୍ଠ ନିଦର୍ଶନ ହେଉଛି ଦ୍ୱାଦଶ ଶତାବ୍ଦୀରେ ରାଜା ସୂର୍ଯ୍ୟ ବର୍ମାଙ୍କ ଦ୍ୱାରା ନିର୍ମିତ ବିଶ୍ୱବିଖ୍ୟାତ ବିଷ୍ଣୁ ମନ୍ଦିର ଅଙ୍ଗକୋର-ବଟ ।