ବର୍ଗଙ୍କୁ ସମର୍ଥନ କରିବାରୁ ପରବର୍ତ୍ତୀକାଳରେ ମହାଯାନ ବୌଦ୍ଧଧର୍ମର ପ୍ରସାର ଘଟିଲା ।
ଫଳରେ ସଂସ୍କୃତଭାଷାର ବିକାଶପର୍ଯାୟ ଆରମ୍ଭ ହେଲା । ପାଲିଭାଷାରେ ରଚିତ ବୌଦ୍ଧଗ୍ରନ୍ଥକୁ
ହୀନଯାନପନ୍ଥୀ ମୂଳଗ୍ରନ୍ଥ ଭାବରେ ଗ୍ରହଣ କରିନେଲେ । ସେହିକାଳ ଭିତରେ ବିଭିନ୍ନ
ଆଞ୍ଚଳିକ ଭାଷାର ମୂଳରୂପ ଅପଭ୍ରଂଶ ଭାଷା ହୋଇଥିଲେ ମଧ୍ୟ ଏହି ମୂଳଗ୍ରନ୍ଥର ପବିତ୍ରତା
ଓ ମୌଳିକତା ରକ୍ଷା କରିବାପାଇଁ ଏମାନେ କୌଣସି ପରିବର୍ତ୍ତନ ଚାହିଁଲେ ନାହିଁ । ଯେମିତି
ବର୍ତ୍ତମାନ ଆମେ କୌଣସି ପୂଜାପାର୍ବଣରେ ସଂସ୍କୃତ ବ୍ୟତିରେକ ଅନ୍ୟ କୌଣସି ଭାଷାର
ମନ୍ତ୍ରକୁ ବ୍ୟବହାର କରୁନାହୁଁ । ଏପରିକି ଆମ ଓଡ଼ିଆ ଗ୍ରାମ୍ୟ ସଂସ୍କୃତିରେ ନାରୀମାନଙ୍କଦ୍ୱାରା
ଉପାସନା କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀରେ ଓଡ଼ିଆ ଚାରଣ କବିଙ୍କଦ୍ୱାରା ରଚିତ
ବିଭିନ୍ନ ଗାଥାକୁ ଗାନ କରି ପୂଜାକାର୍ଯ ସମାପନ କରୁଥିଲେ ମଧ୍ୟ ଅନ୍ୟାନ୍ୟ ପୂଜାପାର୍ବଣରେ
ସଂସ୍କୃତମନ୍ତ୍ର ଉଚ୍ଚାରଣକୁ ଛାଡ଼ିପାରୁ ନାହାନ୍ତି । ତେଣୁ ପାଲି ସ୍ଥାଣୁ ଭାବରେ ପ୍ରାଚୀନ
ବୌଦ୍ଧସାହିତ୍ୟ ଓ କିଛି ଅଭିଲେଖର ଭାଷା ଭାବରେ ଆବଦ୍ଧ ହୋଇରହିଗଲା ।
ଅତୀତର ପାଲିଭାଷା ବୌଦ୍ଧସାହିତ୍ୟ ଓ ଅଶୋକ-ଖାରବେଳଙ୍କ ଶିଳାଲେଖରେ
ସିନା ଆବଦ୍ଧ ହୋଇ ରହିଲା, ମାତ୍ର କଳିଙ୍ଗବାସୀଙ୍କ ମୁଖରେ ପ୍ରଚଳିତ ପାଲିଭାଷା ବିକାଶମୁଖୀ
ହେବାରେ ଲାଗିଲା ଓ ଧୀରେଧୀରେ ଏହା ପରିବର୍ତ୍ତନ ଘଟି ବର୍ତ୍ତମାନର ଓଡ଼ିଅାଭାଷା ରୂପ
ନେଲା । ଏଥିପାଇଁ ଆମେ ଓଡ଼ିଶାରୁ ମିଳିଥିବା ବିଭିନ୍ନକାଳର ଅଭିଲେଖକୁ ଦୃଷ୍ଟାନ୍ତରୂପେ
ନେଇପାରିବା । ଯେପରି ଅଶୋକଙ୍କ ଧଉଳି ଓ ଜଉଗଡ଼ ଅଭିଲେଖର ଭାଷା ଓ ଲିପିରେ
ସାମାନ୍ୟ ପରିବର୍ତ୍ତନକୁ ଏହାର ଦୁଇଶହ ବର୍ଷ ପରେ ଖୋଦିତ ଖାରବେଳଙ୍କ ଅଭିଲେଖରେ
ଦେଖିବାକୁ ମିଳେ । ସେହିଭଳି ପ୍ରଥମଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଖୋଦିତ ବିଭିନ୍ନ
ଶିଳାଲେଖର ଭାଷାରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଯଥା−
୧) ପ୍ରଥମ ଶତାଦ୍ଦୀର ପ୍ରାରମ୍ଭ କାଳରେ ମଞ୍ଜପୁରୀ ଗୁମ୍ଫା ତଳମହଲାରେ ମହାରାଜ
କୁଦେପସିରିଙ୍କଃଭିଲଖେ
-ଐରସ ମହାରାଜସ କଲିଂଗାଧିପତିନୋ ମହା(ମେଘ) ବାହ(ନସ)
କୁଦେପସୀର୍ରିନୋଲେନ ।
୨) ତୃତୀୟ ଶତାଦ୍ଦୀର ମହାରାଜ ଗଣଭଦ୍ରଙ୍କ ଭଦ୍ରଖସ୍ଥିତ ଭଦ୍ରକାଳୀ ମନ୍ଦିରରୁ ପ୍ରାପ୍ତ ଶିଳାଲଖେ
-ସିଦ୍ଧଂ ମହାରାଜ ସିରିଗଣ ଉଦ(ସଂ) ୮ମୁଲଜପେ ଦେବା ୩ଜଣ
(ଃା) ରବଣ ୮୦ ମହାକୁଳପତି ଃାୟୟ ଃଗିସମେଙ୍କ ପାନିଦବେ ଡିଦଂପଡିଛିଦଂ
୩) ଚତୁର୍ଥ ଶତାଦ୍ଦୀର ସୀତାବିଞ୍ଝଠାରେ ଖୋଦିତ ଶିଳାଲଖେ
-ପୁରୁଢସ ଛିଛ ମରୁତ
୪) ପଞ୍ଚମ ଶତାଦ୍ଦୀର ସୀତାବିଞ୍ଝି ରାବଣଛାୟା ଗୁମ୍ଫା ଃଭିଲଖେ
-ମହାରାଜ ଶ୍ରୀ ଦିଶାଭଂଜ
୫) ଷଷ୍ଠ ଶତାଦ୍ଦୀର ରାଜ୍ୟସଂଗ୍ରହାଳୟରେ ସଂରକ୍ଷିତ ସିଂହ ଉପରେ ଖୋଦିତ ଲଖେ