ପାଲିରେ କେତେକ ଶବ୍ଦ ଶେଷରେ “ଏ” ମାତ୍ରା ଲାଗିବା, ଯଥା- ଭିଖବେ, ଉନ୍ତେ,
ପୁରସକାରେ, ଦୁକେଖ ଇତ୍ୟାଦି ଅର୍ଦ୍ଧମାଗଧୀ ପ୍ରଭାବିତ । ସୁଇଡେନ ଭାଷାବିତ୍
ଷ୍ଟେନ୍ କୋନୋଙ୍କ ମତରେ ପାଲି ହେଉଛି ବିନ୍ଧ୍ୟର ଦକ୍ଷିଣପୂର୍ବ ଅଞ୍ଚଳର ଭାଷା । ଜର୍ମାନ
ପଣ୍ଡିତ ଅଟୋଫ୍ରାଙ୍କ ନିଜର ପାଲି ଓ ସଂସ୍କୃତ ଗ୍ରନ୍ଥରେ ପାଲି ଭାଷା ସହ ପୈଶାଚୀ ଭାଷାର
ଘନିଷ୍ଠତା ସଂପର୍କରେ ଯୁକ୍ତି କରିଥିବାବେଳେ ପାଲି ମଗଧର ଭାଷା ନୁହେଁ ବୋଲି ଦୃଢ଼ ମତ
ଉପସ୍ଥାପନ କରିଛନ୍ତି ।
ପାଲି ଗବେଷକ ହରମାନ ଓଲଡେନ୍ ବର୍ଗଙ୍କଦ୍ୱାରା ସଂପାଦିତ ଓ ସଂକଳିତ
‘ବିନୟପିଟକ’ ପ୍ରଥମଭାଗ ମୁଖବନ୍ଧରେ ପାଲିକୁ କଳିଙ୍ଗର ଭାଷା ବୋଲି ଯୁକ୍ତି କରିଛନ୍ତି ।
ତାଙ୍କ ମତରେ ତ୍ରିପିଟକ ଯେ ପାଲିଭାଷାରେ ରଚିତ, ତାହା ପ୍ରଥମେ ସିଂହଳରୁ ଜଣାଯାଏ ।
କଳିଙ୍ଗ ସହିତ ସିଂହଳର ଅତି ଘନିଷ୍ଠ ସଂପର୍କ ଥିଲା । କଳିଙ୍ଗ ବଣିକ ସହାୟତାରେ କଳିଙ୍ଗର
ବୋଇତରେ କଳିଙ୍ଗସୀମାରେ ଥିବା ତାମ୍ରଲିପ୍ତିି ବନ୍ଦର ଦେଇ ସଂଘମିତ୍ରା ଓ ମହେନ୍ଦ୍ର ସିଂହଳ
ଯାଇଥିଲେ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାରପାଇଁ । ଏମାନଙ୍କ ସହିତ କଳିଙ୍ଗର ସମ୍ଭ୍ରାନ୍ତ
ପରିବାରମାନଙ୍କ ମଧ୍ୟରୁ ଯାଇଥିଲେ ୧୮ଜଣ ରାଜପୁରଷୁ ଓ ସମ୍ଭ୍ରାନ୍ତ ବ୍ୟକ୍ତି, ୮ ଜଣ ବ୍ରାହ୍ମଣ
ଓ ସାଧବ ତଥା କେତେକ ଚାଷୀ, ତନ୍ତୀ, କୁମ୍ଭାର ଇତ୍ୟାଦି । ସାଥିରେ ନେଇଥିଲେ ତ୍ରିପିଟକ ।
ତେବେ ଏହି ଘଟଣା ବ୍ୟତୀତ ହର୍ମାନ ଧଉଳି ଓ ଉୟଗିରି ଅଭିଲେଖର ଭାଷାକୁ ବିଶ୍ଳେଷଣ
କରି ସେ ସମୟରେ ପ୍ରଚଳିତ ଏହି କଳିଙ୍ଗର ଭାଷା ସିଂହଳରୁ ଆବିଷ୍କତୃ ତ୍ରିପିଟକର ଭାଷା
ସହ ସାମ୍ୟ ରଖୁଥିବାରୁ କଳିଙ୍ଗ ଜନସାଧାରଣଙ୍କର ମୁଖର ଭାଷା ପାଲି ବୋଲି ସେ ପ୍ରମାଣ
କରିଛନ୍ତି । ତାଙ୍କର ଏହିମତକୁ ବୌଦ୍ଧପଣ୍ଡିତ କାର୍ଣ୍ଣ ସମର୍ଥନ କରିଥିବାବେଳେ ଉଲନୁର୍ ଏହା
‘ମଗଧର ଭାଷା’ ବୋଲି ପ୍ରତ୍ୟାଖ୍ୟାନ କରି ବରଂ କଳିଙ୍ଗର ଭାଷା ବୋଲି ତାଙ୍କ ପୁସ୍ତକ
“ଇଣ୍ଟ୍ରୋଡ୍କନ୍ସ ଟୁ ପ୍ରାକୃତ”ରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ।
ବଙ୍ଗୀୟ ଭାଷାବିତ୍ ପ୍ରମୋଚନ୍ଦ୍ର ବାଗ୍ ଚିଙ୍କ ମତରେ “ହାତୀଗୁମ୍ଫା ଶିଳାଲେଖ ଥାଉଥାଉ ପାଲିଭାଷାକୁ ଭାରତର ପଶ୍ଚିମପ୍ରାନ୍ତରେ ସୃଷ୍ଟି ବୋଲି କହିବା ଯୁକ୍ତିସଂଗତ ନୁହଁ । ତେବେ ଏହାର ଭାଷା ପୂର୍ବମାଗଧୀ । ଯାହା କେବଳ ପୂର୍ବଭାରତରେ ପ୍ରଚଳିତ ଥିଲା ।” ଅସମୀୟା ପଣ୍ଡିତ ବେଣୀମାଧବ ବଡୁଆ କଳିଙ୍ଗର ଏହି ଅଭିଲେଖ ଦ୍ୱୟ ପାଲିଭାଷାରେ ରଚିତ ବୋଲି ସ୍ୱୀକାର କଲେ ମଧ୍ୟ ଏହାର ଲେଖକ କଳିଙ୍ଗବାସୀ ନୁହନ୍ତିଁ ବୋଲି ଯୁକ୍ତି କରନ୍ତି । ତାଙ୍କ
ମତରେ କଳିଙ୍ଗର ଅଧିବାସୀ ନିରକ୍ଷର ଓ ଅସଭ୍ୟ ଥିଲେ ବୋଲି ‘ମଝି୍ଝମନିକାୟ’ ଗ୍ରନ୍ଥରେ ଉଲ୍ଲିଖିତ ‘ଉତ୍ କଲ ବସ୍ସ(ବତ୍ସ) ଭଂଜ’ ଶବ୍ଦକୁ ‘ଉକ୍ତଳ ଶେର ଅସଭ୍ୟ ଭାଷା’ ଭାବରେ ଅର୍ଥ କରି ଦୃଷ୍ଟାନ୍ତ ଦେଇଛନ୍ତି, ଯାହା ପ୍ରମାପୂର୍ଣ୍ଣ । କାରଣ ସେ ଜାଣି ନାହାନ୍ତି ଯେ ବତ୍ସ ଓ ଭଂଜ ହେଉଛି ଉକ୍ରଳର ଦୁଇଟି ଜାତି ଯେଉଁମାନେ ବୌଦ୍ଧ ଧର୍ମକୁ ବିରୋଧ କରୁଥିଲେ ।
ଉପରୋକ୍ତ ଗବେଷକଙ୍କ ମତାମତରୁ ଜଣାଯାଏ ଯେ, ହାତୀଗୁମ୍ଫା ଶିଳାଲେଖର