୨୨
ଭାଷା ଓ ଜାତୀୟତା
ଦିଅନ୍ତି । ଏଠାରେ ପ୍ରଶ୍ନ ଉଠେ ପାଲିଭାଷାର ସୃଷ୍ଟି, ବିକାଶ ଓ ବିନାଶ ଘଟିଲା କିପରି? ବୁଦ୍ଧ
ଓ ମହାବୀରଙ୍କ ପରି ପ୍ରଗତିଚିନ୍ତକ ମହାନାୟକଙ୍କ ପ୍ରଚାରିତବାଣୀ କେଉଁଭାଷାର ସାହାଯ୍ୟ
ନେଇଥିଲା, ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଐତିହାସିକ ତଥ୍ୟ ନାହିଁ । ମାତ୍ର ବୁଦ୍ଧଙ୍କ
ବାଣୀ ଯାହା ତାଙ୍କ ଶିଷ୍ୟଙ୍କଦ୍ୱାରା ପରବର୍ତ୍ତୀ କାଳରେ ଲିପିବଦ୍ଧ ହୋଇଛି, ତାହା ପାଳି/
ପଲ୍ଲୀ/ପାଲି ଭାଷା ବୋଲି ‘ଅଭିଧମ୍ମଟ୍ ଠକଥା’ରେ କୁହାଯାଇଛି । ‘ଅଭିଧମ୍ମପ୍ ପଦୀପିକା
ସୁଚି’ରେ ପାଲି ବା ପଲ୍ଲୀ ବା ପାଳି ଶବ୍ଦର ବ୍ୟୁପିତ୍ତି ସଂପର୍କରେ କୁହାଯାଇଛି -“ପାରକ୍ ଖତୋଳି-ପାତ. ରକ୍ ଖତୀତ ପାଳି, ପାଳୀତି ଏକଚେ” । ଅର୍ଥାଚ୍ ରକ୍ଷା କରିବା ଓ
ପାଳନ କରିବା ହେଉଛି ପାଲି ।
ବୁଦ୍ଧଙ୍କ ବଚନ ‘ତ୍ରିପିଟକ’ (ଜଗତକୁ ରକ୍ଷାକରେ ବା ପାଳନକରେ) ଲେଖା
ଯାଇଥିବା ଭାଷା ହେଉଛି ପାଲି । ତ୍ରିପିଟକର ଅନ୍ୟ ଏକ ଅଂଶ ବିନୟପିଟକର
‘ଚୁଲ୍ଲବଗ୍ ଗ’ରେ ବୁଦ୍ଧଙ୍କୁ ଶିଷ୍ୟଗଣ ପଚାରୁଛନ୍ତି- ବୁଦ୍ଧଙ୍କ ବଚନ ସଂସ୍କୃତରେ (ଚନ୍ଦସୋ) ।
ପ୍ରଚାର କରାଯିବ କି? ଉତ୍ତରରେ ବୁଦ୍ଧ କହୁଛନ୍ତି ‘ଅନୁଜାନାମି ଭିକ୍ ଖବେ ସକାୟ ନିରୁତ୍ତୟା
ବୁଦ୍ଧବଚନଂ ପରିୟାପୁଣିତୁଂ’ । “ସକାୟ ନିରୁତ୍ତିୟା”ର ଆକ୍ଷରିକ ଅର୍ଥ ହେଉଛି ନିଜନିଜ
ଭାଷାରେ । ତେଣୁ ଗୌତମବୁଦ୍ଧ ଶିଷ୍ୟମାନଙ୍କୁ ନିଜନିଜ ଭାଷାରେ ବୁଦ୍ଧବାଣୀ ପ୍ରଚାର
କରିବାକୁ ପରାମର୍ଶ ଦେଇଥିବା କଥା ଚୁଲ୍ଲବଗ୍ ଗ ରେ ଉଲ୍ଲେଖ ରହିଛି । ଏଠାରେ
ଉଲ୍ଲେଖଯୋଗ୍ୟ, ଗୌତମ ଯେତେବେଳେ ସମ୍ବୋଧିଲାଭ କରି ଗୟାଠାରେ ନିରଞ୍ଜନା
ନୀକୂଳରେ ଥିବା ରାଜାୟତନ ନାମକ ଅଶ୍ୱତ୍ତବୃକ୍ଷ ମୂଳେ ଦୁଇମାସ କାଳ ନିସ୍ତବ୍ଦ ଥିଲେ,
ସେ ସମୟରେ କଳିଙ୍ଗର ଉତ୍ତରଭାଗ- ଉକ୍ତଳରୁ ଯାଉଥିବା ଦୁଇଜଣ ବଣିକ, ତପସୁ ଓ
ଭଲ୍ଲିକ ମହୁ ଓ ପିଠା ଏହି ଯୁବସନ୍ନ୍ୟାସୀକୁ ପ୍ରଦାନକରି ତାଙ୍କର କ୍ଷୁଧା ନିବାରଣ କଲେ ।
ଏଥିରେ ତୃପ୍ତ ହୋଇ ମହାତ୍ମା ଗୌତମ ନିଜର ଅନୁଭୂତିର ପ୍ରଥମବାଣୀ ଏହି ଦୁଇବଣିକକୁ
ଶୁଣାଇଥିଲେ । ମାତ୍ର ବଣିକଦ୍ୱୟ ବୁଦ୍ଧଙ୍କ କଥା ବୁଝିପାରି ନ ଥିଲେ । ନିଜର ସମସ୍ତ ସାଧନା
ବ୍ୟର୍ଥହେଲା ବୋଲି ଭାବି ଗୌତମ ଉକ୍ତବଣିକଦ୍ୱୟଙ୍କୁ ନିଜ କେଶକାଟି ଆଠଆଞ୍ଜୁଳି କେଶ
ପ୍ରଦାନ କରିଥିଲେ ଓ ସେଠାରୁ ସାରନାଥ ଆସି ପୂର୍ବରୁ ସଙ୍ଗ ଛାଡ଼ିଥିବା ପାଞ୍ଚଜଣ ତପସ୍ୱୀଅସଜି, କୌଣ୍ଡିନ୍ୟ, ଉଦିୟ, ବଫ୍ୱ ଓ ମହାବାୟଙ୍କୁ ସେହି ଉପଦେଶ ଦେଇ ନିଜ ସିଦ୍ଧି
ପ୍ରାପ୍ତିର ପ୍ରଥମ ପରିଚୟ ପାଇଥିଲେ । ଏହିଠାରେ ସେ ଅନୁଭବ କଲେ ଯେ, ସାଧାରଣ
ଜନତାଙ୍କ ବୁଝିବା ଭଳି ଭାଷାରେ ତାଙ୍କର ନୀତି ପ୍ରଚାରିତ ହେବା ଆବଶ୍ୟକ । ସେଥିପାଇଁ
ସେ ନିଜ ଶିଷ୍ୟମାନଙ୍କୁ ‘ସକାୟ ନିରୁତ୍ତିୟା’ ବା ଲୋକଙ୍କ ଭାଷାରେ ଧର୍ମପ୍ରଚାର କରିବାକୁ
ପରାମର୍ଶ ଦେଇଥିଲେ ।
ଏହି ‘ସକାୟ ନିରୁତ୍ତିୟା’କୁ ଭିନ୍ନଭିନ୍ନ ସମୟରେ ପଣ୍ଡିତଗଣ ବିଭିନ୍ନ ଅର୍ଥରେ ବ୍ୟାଖ୍ୟା କରିଛନ୍ତି । ଏହି ‘ସକାୟ ନିରୁତ୍ତିୟା’ର ଅର୍ଥ ମାଗଧୀଭାଷା ବୋଲି ବୁଦ୍ଧଘୋଷ ତାଙ୍କ