ପ୍ରବୃତ୍ତିକୁ ବାଖ୍ୟା କରି ଭରତ ଉଲ୍ଲେଖ କରିଛନ୍ତି ଯେ- “ନାନା ଦେଶେବେଶ
ଭାଷାଚାର ବାର୍ତ୍ତାଃ” ଅର୍ଥାତ୍ ବିଭିନ୍ନ ଅଞ୍ଚଳର ବେଶଭୂଷା, ଆଚାର-ବ୍ୟବହାର, ଭାଷାସଂସ୍କୃତି, ବାଣିଜ୍ୟ-ବ୍ୟବସାୟ ଆଦିକୁ ପ୍ରବୃତ୍ତି କୁହାଯାଏ । ତେଣୁ ଭାରତର ୫ଟି ସାଂସ୍କୃତିକ
ଅ଼ଞ୍ଚଳରେ ପ୍ରଚଳିତ ୫ ପ୍ରକାର ଶୈଳୀ- ପଶ୍ଚିମ ଭାରତରେ ଆବନ୍ତୀ, ଦକ୍ଷିଣରେ ଦାକ୍ଷିଣାତ୍ୟ
ବା ଦ୍ରାବିଡ, ମଧ୍ୟ ଭାରତରେ ମଧ୍ୟମା, ଉତ୍ତର ଭାରତରେ ପା଼ଞ୍ଚାଳୀ ଓ ପୂର୍ବ ଭାରତରେ ଉଡ୍ର
ଓ ମାଗଧୀର ପ୍ରଚଳନ ଥିଲା ବୋଲି ଭରତଙ୍କ ଉକ୍ତ କଥନରୁ ଜଣାପଡ଼େ ।
ଏହି ଉଡ୍ର ଓ ମାଗଧୀ ଭାଷା ପ୍ରଚଳିତ ଅ଼ଞ୍ଚଳ ହେଉଛି ଅଙ୍ଗ, ବଙ୍ଗ, କଳିଙ୍ଗ, ବତ୍ସ,
ଓଡ୍ର,ପୌଣ୍ଡ୍ର, ନେପାଳ, ଅନ୍ତର୍ଗିରି, ବର୍ହିଗିରି, ପ୍ଲବଙ୍ଗମ, ମଳଦ, ପ୍ରାଗ୍ ଜ୍ୟୋତିଷ, ପୁଳିନ୍ଦ,
ବୈହେ, ବ୍ରହ୍ମ, ବ୍ରହ୍ମୋଦର ଇତ୍ୟାଦି । ଅର୍ଥାତ୍ ଓଡ୍ରମାଗଧିର ବିସ୍ତତୃି ଉତ୍ତରରେ ନେପାଳଠାରୁ
କ୍ଷିଣରେ କଳିଙ୍ଗ ପର୍ଯ୍ୟନ୍ତ ଓ ପୂର୍ବରେ ବ୍ରହ୍ମୋତ୍ତର ବା ଶ୍ୟାମ (ଥାଇଲାଣ୍ଡ)ଠାରୁ ପଶ୍ଚିମରେ
ବତ୍ସରାଜ୍ୟ ପର୍ଯ୍ୟନ୍ତ ଭୂଖଣ୍ଡରେ ପ୍ରଚଳିତ ଥିଲା । ତେଣୁ ଭରତଙ୍କ ବର୍ଣ୍ଣିତ ଉଡ୍ରବିଭାଷା ନିଶ୍ଚିତ
ରୂପେ ଉଡ୍ରମାଗଧି ସଂସ୍କୃତି ଅନ୍ତର୍ଭୁକ୍ତ ଭୂଖଣ୍ଡରେ ପ୍ରଚଳିତ ଥିଲା । ତେବେ ଏହି ଉଡ୍ରବିଭାଷାର
ଲିପି କ’ଣ ଥିଲା, ସେ ସଂପର୍କରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଶତାବ୍ଦୀବେଳକୁ ଦକ୍ଷିଣ ଭାରତରେ ବର୍ତ୍ତମାନର ତେଲୁଗୁ, ତାମିଲ, କନ୍ନଡ଼, ମାଲୟାଲମ ଓ ପୂର୍ବଭାରତରେ ବଙ୍ଗଳା, ଆସାମୀ, ନେପାଳୀ ଆଦି ଭାଷା ଓ ଲିପିର ଅସ୍ତିତ୍ୱ ନ ଥିବାବେଳେ ଯଦି ଓଡ୍ର ବା ଓଡ଼ିଆଭାଷାର ବ୍ୟବହାରିକ ଉପଯୋଗ ଏଭଳି ବିସ୍ତୃତ ଅଞ୍ଚଳରେ ହେଉଥିଲା, ତେବେ ଏହାର ଲିପି କିପରି ଥିଲା? ଏ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ସେହି ସମୟରେ ଖୋଦିତ ବିଭିନ୍ନ ଶିଳାଲେଖର ଲିପିକୁ ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ । ବିଶେଷକରି ଓଡ଼ିଆତ୍ୱର ବିଜୟ ଗୌରବ ସଦର୍ପେ ପ୍ରତିପାଦନ କରୁଥିବା କୁମାରୀପର୍ବତ ବା ଉଦୟଗିରିରେ ଶୁଣ୍ଢ ଟେକିଥିବା ବିଶାଳକାୟ ପ୍ରସ୍ତର ହାତୀର ଉପର ଓଠରେ ଖୋଦିତ ଶିଳାଲେଖର ଲିପି ହିଁ ଏହି ଉଡ୍ରମାଗଧି ଅଞ୍ଚଳରେ ପ୍ରଚଳିତ ଉଡ୍ରବିଭାଷା ବା ପ୍ରାଚୀନ ଓଡ଼ିଅା ଭାଷାର ଲିପି କହିଲେ ଭୁଲ ହେବନାହିଁ । କାରଣ ଜଣେ ଜାତୀୟତାଭାବସମ୍ପନ୍ନ ଓଡ଼ିଆସମ୍ରାଟ ଯେତେବେଳେ ଅଶୋକଙ୍କ ଧଉଳି ଅଭିଲେଖ ଭଳି ଅପମାନସୂଚକ ରାଜକୀୟ ଘୋଷଣାକୁ ପ୍ରତିହତ କରିବା ଉଦ୍ଧେଶ୍ୟରେ ଏହାର ସାମ୍ନାସାମ୍ନି ମାତ୍ର ଦୁଇକୋଶ ଦୂରରେ ନିଜର ଭାରତ ବିଜୟ ଅଭିଯାନ ସହିତ ପାଟଳୀପୁତ୍ର ମୁକୁଟ ପଦାନତ କରିବାଭଳି ଅତୀତ-ଲାଞ୍ଛନାର ପ୍ରତିଶୋଧ ବାର୍ତ୍ତୋ ଏହି ପଥର ପୀଠିକାରେ ଉଲ୍ଲେଖ କରିଥିଲେ, ସେତେବେଳେ କଳିଙ୍ଗଯୁଦ୍ଧରେ ସବୁକିଛି ହରାଇ ବସିଥିବା ସାଧାରଣ କଳିଙ୍ଗବାସୀଙ୍କ ବୁଝିବାଭଳି ଭାଷାରେ ନିଶ୍ଚିତ ଭାବେ ଲେଖିଥିଲେ । ତେଣୁ ଏହି ଲିପିକୁ ତକ୍ତାଳୀନ ଓଡ଼ିଶାବାସୀଙ୍କଦ୍ୱାରା ଉଚ୍ଚାରିତ ଭାଷାର ଲିଖିତ ରୂପ କୁହାଯିବାରେ କୌଣସି ଭୁଲ୍ ହେବନାହିଁ । ଏଥିପାଇଁ ଉକ୍ତ ଶିଳାଲେଖର ବର୍ଣ୍ଣନାଶୈଳୀ ତଥା କେତୋଟି