Page:Bhasa o Jatiyata.pdf/18

From Wikisource
Jump to navigation Jump to search
This page has not been proofread.

କେତେ ପ୍ରାଚୀନ ଆମ ଓଡ଼ିଆ ଭାଷା

ବିଶ୍ୱଭାଷା ପରିପ୍ରେକ୍ଷୀରେ ଆମେ ଆମର ମାତୃଭାଷା ଓଡ଼ିଆ କଥା ଚିନ୍ତା କରିବାର ବେଳ ଆସି ପହ଼଼ଞ୍ଚିଛି । ଏହି ଭାଷା ସଂସ୍କୃତ ଭଳି ପ୍ରାଚୀନ; ଅଥଚ ବଞ୍ଚିବାପାଇଁ ସଂଗ୍ରାମରତ । ଗ୍ରୀକ୍ ଭଳି ନିଜ ପରିସୀମାକୁ ଅତୀତରେ ବ୍ୟାପ୍ତ କରିଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ସଂକୁଚିତ ହୋଇ ଓଡ଼ିଶା ଭୂଖଣ୍ଡ ମଧ୍ୟରେ ସୀମାବଦ୍ଧ ଓ ଏହି ସୀମା ମଧ୍ୟରେ ବଞ୍ଚିବାପାଇଁ ସଂଘର୍ଷରତ । ହିବ୍ରୁ ଭଳି ମରିଯାଉଥିବା ଏହିଭାଷାକୁ ଉଦ୍ଧାର କରିବାପାଇଁ ଗୌରୀଶଙ୍କରଙ୍କ ଭଳି ଜାତିପ୍ରେମୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ପୁନଃଜୀବିତ ହୋଇ ଉଠିଛି । ଏପରିକି ଏହି ଭାଷାକୁ ନେଇ ଏକ ଉପନିବେଶିକ ଶାସକ ବିଶ୍ୱ ଇତିହାସରେ ସର୍ବପ୍ରଥମେ ଏକ ଭାଷାଭିତ୍ତିକ ଅଞ୍ଚଳ ସୃଷ୍ଟି କରିବାକୁ ବାଧ୍ୟ ହୋଇଥିଲେ । ଅଥଚ ସେହି ଉନ୍ନତ ସମୃଦ୍ଧଶାଳୀ ଓ ପ୍ରାଚୀନ ଭାଷା ଓଡ଼ିଆ ଆଜି ଶାସକୀୟ ପୃଷ୍ଠପୋଷକତା ପାଇପାରୁ ନ ଥିବାରୁ ଜନସାଧାରଣଙ୍କଠାରୁ ବ୍ୟବହାରିକ ଉପଯୋଗିତା ହରାଇ ବସୁଛି । ଏଥିପାଇଁ ଆମେ କାହାକୁ ଦାୟୀ କରିବା?

ଓଡ଼ିଆଭାଷା ହିଁ ଓଡ଼ିଆଜାତିର ପରିଚୟ । ଅର୍ଥାତ୍ ବର୍ତ୍ତମାନକାଳରେ ଏହି ଭାଷା କହୁଥିବା ଗୋଷ୍ଠୀ ହିଁ ଓଡ଼ିଆଜାତି ଭାବେ ଚିହ୍ନିତ । ଓଡ଼ିଆତ୍ୱପିଣ୍ଡ ବହନ କରିଥିବା କଳିଙ୍ଗଜାତି ସଂପର୍କରେ ସର୍ବପ୍ରାଚୀନ ସୂଚନା ପାଣିନୀଙ୍କ ଅଷ୍ଟାଧ୍ୟାୟୀ ଗ୍ରନ୍ଥରୁ ମିଳେ । ମାତ୍ର ଓଡ଼ିଆଭାଷା ବା ପ୍ରାଚୀନ ଉଡ୍ରବିଭାଷାର ଲିଖିତ ପ୍ରମାଣ ଆମକୁ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରୁ ଦେଖିବାକୁ ମିଳେ ଭରତଙ୍କ ‘ନାଟ୍ୟଶାସ୍ତ୍ର’ ଗ୍ରନ୍ଥରେ । ଏଥିରେ ସଂସ୍କୃତଭାଷା ବ୍ୟତିରେକ ସାଧାରଣରେ ପ୍ରଚଳିତ ଆଉ ୭ଟି ଭାଷା ବା ଭରତଙ୍କ ଦୃଷ୍ଟିରେ ବିଭାଷା- ଶବର, ଆଭୀର, ଚାଣ୍ଡାଳ, ଶାବର, ଦ୍ରାବିଡ, ବନଚର ଓ ଉଡ୍ର ଭାଷା ପ୍ରଚଳିତ ଥିଲା ବୋଲି ବର୍ଣ୍ଣିତ ଅଛି । ପୁନଶ୍ଚ ସେ ମଧ୍ୟ ଭାରତର ପ୍ରାଚୀନ ସାଂସ୍କୃତକି ଅଞ୍ଚଳରେ ବ୍ୟବହୃତ ବିଭିନ୍ନ ଶୈଳୀକୁ ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି । ତାହା ହେଉଛି− ଆବନ୍ତୀ ଦାକ୍ଷିଣାତ୍ୟା ଚ ତଥାଚୈବୋଡ୍ର ମାଗଧୀ ପାଞ୍ଚାଳୀ ମଧ୍ୟମାଚେତି ବିଜ୍ଞେୟାସ୍ତୁ ପ୍ରବୃତ୍ତିୃୟଃ ।।୬-୨୬ାା (ନାଟ୍ୟଶାସ୍ତ୍ର)