Page:Bhasa o Jatiyata.pdf/12

From Wikisource
Jump to navigation Jump to search
This page has not been proofread.

ଖ୍ରୀଷ୍ଟପୂର୍ବ ଏକାଦଶ ଶତାବ୍ଦୀ ବେଳକୁ ବିକଶିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ବାରମ୍ବାର ବିଦେଶୀ ଆକ୍ରମଣର ଶିକାର ହେବାଦ୍ୱାରା ଏହା ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇଥିଲା । ମାତ୍ର ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇହୁଦୀଜାତି ଏକତ୍ରୀକରଣ ଘଟିବାରୁ ନିଜପାଇଁ ଇସ୍ରାଏଲ ନାମକ ନୂତନ ଦେଶ ଗଠନକଲେ । ଏହାପରେ ଅତୀତର ସେହି ଗୌରବମୟ ମାତୃଭାଷା ହିବ୍ରୁକୁ ପୁନରୁର୍ଦ୍ଧାର କରିବାକୁ ଇହୁଦୀ ଜାତି ଆଗେଇଆସି ଏହାକୁ ନିଜର ରାଷ୍ଟ୍ରଭାଷା ଭାବେ ଗ୍ରହଣ କଲେ । ଏବେ ଏହାର ଲିପିକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ କରି ୧୯୨୬ ମସିହାରୁ ଆରବୀ ବଳରେ ରୋମାନ ଲିପିକୁ ଗ୍ରହଣ କରିନେଇଛନ୍ତି । ଅତୀତର ଏହି ସମୃଦ୍ଧଭାଷା ସଂପୂର୍ଣ୍ଣ ଲୋପ ପାଇଯାଇଥିଲା । ମାତ୍ର ଇହୁଦୀଜାତିଠାରେ ସ୍ୱାଭିମାନ ଜାଗରିତ ହେବାରୁ ବର୍ତ୍ତମାନ ତାହା ଜୀବନଲାଭ ସହିତ ଇସ୍ରାଏଲ୍ ଭଳି ପ୍ରାକୃତିକ ସମ୍ବଳହୀନ ଏକ ବାଲୁକାପୂର୍ଣ୍ଣ ଗରିବ ରାଷ୍ଟ୍ରକୁ ସମୃଦ୍ଧଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ମାନ୍ୟତା ପ୍ରଦାନ କରିବାରେ ସହାୟକ ହୋଇଛି ।

ଏହି ପରିପ୍ରେକ୍ଷୀରେ ଆଉ ଦୁଇଟି ଭାଷା ଗ୍ରୀକ ଓ ଇଂରାଜୀକୁ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ । ପୃଥିବୀ ଇତିହାସରେ ସମୃଦ୍ଧନଗର ଭାବେ ବିଖ୍ୟାତ ଛୋଟିଆ ଗ୍ରୀସଶେର ମାତୃଭାଷା ‘ଗ୍ରୀକ୍’ରେ ହିଁ ବିଶ୍ୱର ଦୁଇ ପ୍ରାଚୀନ ମହାକାବ୍ୟ ‘ଇଲିଆଡ଼’ ଓ ‘ଓଡ଼େଶୀ’ ରଚିତ ହୋଇଥିଲା । ଦିନଥିଲା ଏହା କେବଳ ସମଗ୍ର ୟୁରୋପ ମହାଦେଶରେ ନୁହେଁ, ବରଂ ଆଲେକଜାଣ୍ଡାରଙ୍କ ଯୋଗୁଁ ଏହିଭାଷା ଭାରତ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ବାଇବେଲର ନିଉଟେଷ୍ଟାମେଣ୍ଟ ଏହିଭାଷାରେ ଲିଖିତ । ତେବେ ଗ୍ରୀକ୍−ମାନଙ୍କ ରାଜନୈତିକ କ୍ଷମତା ହ୍ରାସହେବା ସହିତ ସେମାନଙ୍କ ସାମ୍ରାଜ୍ୟ ଓ ଭାଷାର ସୀମା ମଧ୍ୟ ସଂକୁଚିତ ହୋଇଗଲା । ବର୍ତ୍ତମାନ ଗ୍ରୀକ୍−ଭାଷା ଗ୍ରୀସଶେ ମଧ୍ୟରେ ସୀମାବଦ୍ଧ ।

ସେହିଭଳି ମଧ୍ୟ ଜର୍ମାନଭାଷା ପରିବାରର ଇଂଲିଶ-ଫ୍ରିଜିଆନ୍ ଭାଷା ଅନ୍ତର୍ଭୁକ୍ତ ଇଂରାଜୀଭାଷା ଷୋଡ଼ଶ ଶତାବ୍ଦୀରୁ ବିକଶିତ ହେବା ଆରମ୍ଭ କରି ଏବେ ସମଗ୍ର ବିଶ୍ୱ ଭାଷା ହେବାରେ ଗୌରବ ଲାଭ କରିଛି ।

ପ୍ରାଦେଶିକଭାଷା ମଧ୍ୟରେ ଆମ ପଡ଼ୋଶୀ ବଙ୍ଗଳାଭାଷା ଏକ ଭିନ୍ନ ଉାହରଣ ସୃଷ୍ଟି କରିଛି । ତିନିଶହ ବର୍ଷ ତଳେ ବଙ୍ଗଳାଭାଷାର ଅସ୍ତିତ୍ୱ ନ ଥିଲା । ଦୀର୍ଘଦିନର ମୁସଲମାନ ଶାସନ ଯୋଗୁଁ ତଥା ପଡ଼ୋଶୀ ଆସାମ ଓ ଓଡ଼ିଶାର ସୁଦୃଢ଼ ହିନ୍ଦୁ ଶାସନ ଯୋଗୁଁ ହୁଗୁଳିଠାରୁ କାଳାଦନ ନଦୀ ମଧ୍ୟସ୍ଥ ବିସ୍ତୀର୍ଣ୍ଣ ଭୂଖଣ୍ଡରେ ପାର୍ଶୀ, ଉର୍ଦ୍ଧୁ, ଓଡ଼ିଆ, ଅସାମିୟା ମିଶା ବିକୃତ ବଙ୍ଗଳାଭାଷା କଥିତ ହେଉଥିଲା । ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ଢଙ୍ଗରେ ଏହାସବୁ ଉଚ୍ଚାରିତ ହେଉଥିଲା । ଯେମିତି ଢାକା, ସିଲହଟ, ଅଗରତାଲା, କୁଚବିହାର, ବର୍ଦ୍ଧମାନ, ହୁଗୁଳି, ମଇମନସିଂହ, ପୁରୁଲିଆ । ଆଦି ଅ଼ଞ୍ଚଳର ଲୋକେ ଅନ୍ୟ ଅଞ୍ଚଳର କଥା କହିପାରୁ ନ ଥିଲେ କିମ୍ବା ବୁଝିପାରୁ ନ ଥିଲେ । ଏହି ଭାଷାଗୁଡ଼ିକ ଅନିର୍ଦ୍ଧିଷ୍ଟ ଭାବରେ ଘୁରି ବୁଲୁଥିଲା ନିଜନିଜ