Page:Amari jatir agua neta.pdf/56

From Wikisource
Jump to navigation Jump to search
This page has not been proofread.

ଜେଲକୁ ଭାଙ୍ଗି ସେଠାରେ ବନ୍ଦୀଥିବା ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଉଦନ୍ତଙ୍କୁ ଖଲାସ କରି ଦେଲେ । ସେତେବେଳେ ସେଠାରେ ଥିବା ଓଡିଶା ଗଡଜାତ ଅଞ୍ଚଳର ୩୭ଜଣ ବନ୍ଦୀ ମଧ୍ୟ ଖଲାସ ହୋଇଗଲେ । ସୁରେନ୍ଦ୍ର ସେମାନଙ୍କୁ ଏକାଠି ବସାଇ ଗୋଟିଏ ସଭାରେ ସ୍ଥିର କଲେ ଯେ - ସମ୍ବଲପୁର ଫେରି ସେମାନେ ବିଦ୍ରୋହର ନିଆଁ ଜାଳି ଦେବେ ଆଉ ଫିରିଙ୍ଗ ଶାସଙ୍କୁ ମୂଳପୋଛ କରିଦେବେ ।

ଏହାପରେ ସେମାନେ ସମ୍ବଲପୁର ଚାଲିଲେ ।