Jump to content

Page:Amari jatir agua neta.pdf/38

From Wikisource
This page has been proofread.

ଦେଲେ। ତାଙ୍କୁ ମଧ୍ୟ ବିଦ୍ରୋହୀ ବୋଲି ଘୋଷଣା କଲେ। ପାଇକମାନେ ଏଭଳି ଅବସ୍ଥାରେ ଚୁପ୍ ହୋଇ ରହୁଛନ୍ତି କେତେକେ? ସଦାବେଳେ ଖୋରଧା ଅଞ୍ଚଳରେ ଅଶାନ୍ତି ଲାଗି ରହିଲା। ଫଳରେ ଇଂରେଜମାନେ ଖୋରଧାକୁ ସିଧାସଳଖ ଶାସନ କଲେ। ଖୋରଧା ମୁଲକ ହେଲା କମ୍ପାନୀର "ଖାସ ମାହାଲ"।

ମେଜର ଫ୍ରେଚର ସାହେବ ଖୋରଧାର ଶାସକ ଭାବରେ ନିଯୁକ୍ତି ପାଇଲେ। ସେ ଭାରି କଡା ଥିଲେ। ସେ ୧୮୦୪ରେ ବନ୍ଦୋବସ୍ତ କରି ସବୁ ଜମିବାଡି ଉପରେ ଖଜଣା ବସାଇଲେ। ନିଜ ସୁବିଧା ପାଇଁ ଜାଗିରି ପ୍ରଥା ଉଠାଇ ଦେଲେ। ତେଣୁ ଖୋରଧା ମୁଲକରେ ଭୟ ଆଉ ଅଶାନ୍ତିର ନିଆଁ ଦୁକୁଦୁକୁ ହୋଇ ଜଳି ଉଠିଲା।

ପୁଣି.......

୧୮୦୭ ମସିହାରେ ଓଡିଶାର ପୁରୀ, କଟକ ଓ ବାଲେଶ୍ୱରର ବହୁ ଜମିଦାରୀ କଲିକତାରେ ନିଲାମ ହେଲା। ବଙ୍ଗାଳୀ ଆଉ ପଠାଣମାନେ