Page:Amari jatir agua neta.pdf/28

From Wikisource
Jump to navigation Jump to search
This page has been proofread.

ବୁଢୀ, ସ୍ତ୍ରୀ, ପୁଅ, ପୁତୁରା ପ୍ରଭୃତି ସମସ୍ତଙ୍କୁ ବାନ୍ଧି ନେଇ ଯାଇଛନ୍ତି। ପାଇକମାନେ ବାଟରେ ଯେତେ ଚେଷ୍ଟା କଲେ ବି ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ବରଂ ଗୋରା ଫଉଜ ରାଗରେ ରୋଢଙ୍ଗର ସାହି ସାହି, ଗାଆଁ ଗାଆଁରେ ନିଆଁ ଲଗାଇ ଦେଇଥିଲେ।

ଜଣେ ପାଇକ ଖିଳେ- ଆମର ତ ଆଉ ବନ୍ଧୁକ ନାହିଁ; ବାରୁଦ ନାହିଁ। ଏମିତିକି ଚଳିବାକୁ ରସଦ ନାହିଁ। ଆମେ କେତେଦିନ ଏକା ଇଂରେଜମାନଙ୍କ ସହିତ ଲଢିବା? ଏବେ ଆମର ଅବସ୍ଥା ଭାରି ଖରାପ। ଏବେ ଉପାୟ କ'ଣ?

ବକ୍ସି ଗମ୍ଭୀର ଭାବରେ ଉତ୍ତର ଦେଲେ- ଅଛି, ଉପାୟ ଅଛି। ସେ ଉପାୟ ହେଲା, ବିନା ବନ୍ଧୁକ ଗୁଳି ଗୁଳାରେ ଆମର ଲଢେଇ ଚାଲିବ। ଆମକୁ ଇଂରେଜମାନଙ୍କ ସହିତ ଅସହଯୋଗ କରିବାକୁ ହେବ।

ସମସ୍ତେ ଏକସ୍ୱରରେ ପଚାରିଲେ- ଅସହଯୋଗ! ସେ କଣ?