Page:Amari jatir agua neta.pdf/27

From Wikisource
Jump to navigation Jump to search
This page has been proofread.

ଏବେ ପାଇକମାନଙ୍କ ମଧ୍ୟରେ ଭାଳେଣି ପଡିଲା । କି ଉପାୟ କରିବାକୁ ହେବ ? ଭାରତର ସବୁ ରାଜ୍ୟ ଇଂରେଜଙ୍କ ଅଧୀନସ୍ଥ । କେବଳ ଖୋର୍ଦ୍ଧା ଛଡା ସମଗ୍ର ଓଡିଶା ମଧ୍ୟ ସେମାନଙ୍କ ଅକ୍ତିୟାରରେ । ଆଉ ଏକାକୀ ପାଇକମାନେ କେତେ ଦିନ ଲଢିବେ ? ସମୁଦ୍ରର ଜୁଆରକୁ କିପରି ଅଟକାଇବେ ?

ତେବେ କ'ଣ ଇଂରେଜଙ୍କ ପାଖରେ ଶରଣ ପଶିବାକୁ ହେବ? ତାହା ହୋଇ ପାରିବ ନାହିଁ । ବଜ୍ରନାଦରେ ବକ୍ସି ଜଗବନ୍ଧୁ ଉତ୍ତର ଦେଲେ- ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ ମଧ୍ୟ ପାଇକ ପୁଅ ଫିରିଙ୍ଗ ଫଉଜ ପାଖରେ ମୁଣ୍ଡ ପାତିବ ନାହିଁ । ଯେଉଁ ଇଂରେଜ ସରକାର ଆମଠାରୁ ଆମ ଜମିବାଡି,ଘରଦ୍ୱାର ଛଡାଇ ନେଲା, ଆମ ଠାକୁର ରାଜାଙ୍କୁ ବାରବୁଲା କରି ଶେଷରେ ବନ୍ଦୀ କରି ରଖିଲା, ତାକୁ ଏ ଦେଶରୁ ନ ତଡିବା ଯାଏ ଆମର ବିଶ୍ରାମ ନାହିଁ ।

ଏହି ବିଚାର ଚାଲିଥିବା ବେଳେ ଖବର ମିଳିଲା ଯେ ଇଂରେଜମାନେ ବକ୍ସିଙ୍କର ମାଆ-