Page:Amari jatir agua neta.pdf/26

From Wikisource
Jump to navigation Jump to search
This page has been proofread.

ଛାଡି ପଳାଇବାକୁ ସଜ ହେଉଥିଲେ । କିନ୍ତୁ ପାଂବରେ ପୁରୀରେ ପହଞ୍ଚି ଯିବାରୁ ସେ ଆଉ ଯାଇ ପାରିଲେ ନାହିଁ । ପାଂବରେ ତାଙ୍କୁ ଗିରଫ କରି କଟକ ପଠାଇ ଦେଲେ । ସେ ପୁରୀରେ ପାଇକମାନଙ୍କୁ ପାଇଲେ ନାହିଁ । କିନ୍ତୁ ତାଙ୍କ ଦ୍ୱାରା ରାଜାଙ୍କ ବନ୍ଦୀ ହେବା ଖବର ବକ୍ସି ଜଗବନ୍ଧୁ ପାଇ ରାଜାଙ୍କୁ ମୁକୁଳେଇବାକୁ ଚେଷ୍ଟା କଲେ । ସେ ସେତେବେଳେ ବାଣପୁର ଜଙ୍ଗଲରେ ଥା'ନ୍ତି । ସାଙ୍ଗେ ସାଙ୍ଗେ ସେ ଦଳେ ପାଇକଙ୍କୁ ପଠାଇଲେ ବନ୍ଦୀ ରାଜାଙ୍କୁ ବାଟରେ ମୁକୁଳେଇବା ପାଇଁ ।

ପିପିଲିଠାରେ ପାଇକମାନେ ଜଗି ରହିଲେ । ଇଂରେଜ ସେନାପତି ସେଠାରେ ରାଜାଙ୍କୁ ଆଣି ପହଞ୍ଚିଲା ମାତ୍ରେ ପାଇକମାନେ ଆକ୍ରମଣ ଆରମ୍ଭ କରିଦେଲେ । ଇଂରେଜ ସିପେହିଙ୍କ ସହିତ ଘମାଘୋଟ ଲଢେଇ ଚାଲିଲା । ଶେଷରେ ପାଇକମାନେ ହଟିଗଲେ । ମୁକୁନ୍ଦଦେବ ବନ୍ଦୀ ହୋଇ ବାରବାଟୀ ଦୁର୍ଗରେ ରହିଲେ ।