Page:Amari jatir agua neta.pdf/20

From Wikisource
Jump to navigation Jump to search
This page has been proofread.

ବାଣପୁରରେ ବିଦ୍ରୋହର ସଫଳତା ପାଇକ-ମାନଙ୍କୁ ଖୁବ୍ ଉତ୍ସାହିତ କଲା।ସେମାନେ ମାତୃଭୁମିର ଜୟ ଜୟକାର କରି ଖୋର୍ଦ୍ଧା ଆଡକୁ ଆଗେଇ ଚାଲିଲେ।ଖୋର୍ଦ୍ଧାରେ କଚେରୀ ଥିବାରୁ କେତେକ ଗୋରା ହାକିମ ଥା'ନ୍ତି।ହଜାର ହାଜର ପାଇକ ସାମୁଦ୍ରର ଲହରୀ ପାରି ମାଡି ଆସୁଥିବାରୁ ଶୁଣି ସେମାନେ ଖୋର୍ଦ୍ଧା ଛାଡି କଟକକୁ ପଳାଇଲେ। ବିଦ୍ରୋହୀମାନେ ଖୋର୍ଦ୍ଧାରେ ଇଂରେଜ କର୍ମଚାରୀମାନଙ୍କୁ ନପାଇ କିମ୍ବା କେଉଁଠି କାହାଠାରୁ ବାଧା ନପାଇ ସହଜରେ କଚେରୀ ସବୁ ଜାଳିପୋଡି ପାଉଁଶ କରିଦେଲେ।ଖୋର୍ଦ୍ଧା ଖଜଣାଖାନା ଲୁଟ୍ ପାଟ୍ କରିନେଲେ। ଇଂରେଜମାନଙ୍କର ଜଣେ ବିଶ୍ୱସ୍ତ କର୍ମଚାରୀ ଥିଲେ ଚରଣ ପଟ୍ଟନାୟକ।ପାଇକମାନଙ୍କର ସବୁ ଭିତିରି ଖବର ଇଂରେଜ ମାନଙ୍କୁ ଜଣାଇ ଦେଉଥିଲେ। ତେଣୁ ପାଇକମାନେ ରାଗିଯାଇଥିଲେ।ସେମାନେ ଚରଣଙ୍କ ଗାଁ ଲେମ୍ବାଇକୁ ଧାଇଁଲେ।ସେମାନେ ତାଙ୍କୁ ବଡ ନିଷ୍ଠୁର ଭାବରେ ହତ୍ୟା କଲେ।ଦେଶଦ୍ରୋହୀକୁ ନିପାତ କରି ସେମାନେ ଖୁସି ହେଲେ ଆଉ ଲେମ୍ବାଇ ଅଞ୍ଚଳକୁ ନିଜ ଦଖଲରେ ରଖିଲେ।