Page:Amari jatir agua neta.pdf/19

From Wikisource
Jump to navigation Jump to search
This page has been proofread.

ଦେଲେ। ଖୋର୍ଦ୍ଧାର ପାଇକମାନେ ଏଇ ସୁଯୋଗରେ କନ୍ଧ ମାନଙ୍କ ସହିତ ମିଶି ଇଁରେଜମାନଙ୍କ ବିରୁଦ୍ଧରେ ମାତିଗଲେ। ବକ୍ସି ଜଗବନ୍ଧୁ ପାଇକ ମାନଙ୍କୁ ନେତୃତ୍ୱ ଦେଲେ। ସେମାନଙ୍କୁ ନରଣ ଗଡର ଦଳବେହେରା, କଣାସର ଦେବାନ କୃଷ୍ଣଚନ୍ଦ୍ର, ସର୍ଦ୍ଦାର କରୁଣାକର ପ୍ରଭୃତି ସାହାଯ୍ୟ କଲେ।

ବିଦ୍ରୋହୀ ପାଇକମାନେ ପ୍ରଥମେ ବାଣପୁର ଥାନା ଉପରେ ଆକ୍ରମଣ କଲେ। ଦାରୋଗା ଓ ସିପେହିମାନେ ଜୀବନ ବିକଳରେ ଥାନା ଛାଡି ପାହାଡ ଜଙ୍ଗଲରେ ଲୁଚିଲେ। ପାଇକମାନେ ଥାନାକୁ ଜାଳିପୋଡି ଧୂଳିସାତ୍ କରିଦେଲେ। ବାଣପୁର ଖଜଣାଖାନା ଲୁଟ୍ କରିନେଲେ।

ଲୋକମାନେ ଲୁଣମାରିବାରେ ଇଂରେଜ ସରକାରଙ୍କ କଟକଣା ଯୋଗୁଁ ଖୁବ୍ ବିରକ୍ତ ହୋଇ ପଡିଥିଲେ। ତେଣୁ ବିଦ୍ରୋହୀ ପାଇକମାନେ ଚିଲିକାକୂଳକୁ ଧାଇଁଲେ। ଲୁଣ ଏଜେଣ୍ଟ ବେଚରଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ତିଲା। କିନ୍ତୁ ବେଚର ଏ ଖବର ପାଇ ପ୍ରାଣଭୟରେ ପୁରୀ ଆଡକୁ ପଳାଇଲେ। ପାଇକମାନେ ବେଚରଙ୍କୁ ନପାଇ ଚିଲିକାରୁ ଫେରିଲେ।