Page:Universal Declaration of Human Rights Oriya.pdf/1

From Wikisource
Jump to navigation Jump to search
This page has not been proofread.

Universal Declaration of Human Rights ­ Oriya ()

ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା

ପ୍ରସ୍ତାବନା

ଯେହେତୁ ମାନବ ସମାଜର ସମସ୍ତ ବ୍ୟକ୍ତିଙ୍କର ଅନ୍ତର୍ନିହିତ ଗରିମା ଓ ସମ୍ମାନ ଏବଂ ଅରୋପ୍ୟ ଅଧିକାରକୁ ସ୍ୱୀକାର କରିବା ଅର୍ଥ ପୃଥିବୀରେ ମୁକ୍ତ, ନ୍ୟାୟ ଓ ଶାନ୍ତିର ମୂଳଦୁଆ ପକାଇବା;

ଯେହେତୁ ମାନବିକ ଅଧିକାର ପ୍ରତି ବିରାଗ ଓ ଅବଜ୍ଞା ପ୍ରଦର୍ଶନ କରାଯିବା ଯୋଗୁଁ ନୃଶଂସ କାର୍ଯ୍ୟ ସଂଘଟିତ ହୋଇ ପରିଣାମରେ ମନୁଷ୍ୟଜାତିର ବିବେକ ଜଳିପୋଡ଼ି ଯାଇଅଛି ଏବଂ ଯେଉଁ ପୃଥିବୀରେ ମନୁଷ୍ୟମାନେ ମତପ୍ରକାଶର ସ୍ୱାଧୀନତା, ଧର୍ମପାଳନର ସ୍ୱାଧୀନତା ପାଇବେ, ଭୟ ଓ ଅଭାବରୁ ମୁକ୍ତି ପାବେ, ସେହିପରି ପୃଥିବୀ ଗଢ଼ିବା ସାଧାରଣ ଲୋକଙ୍କର ଉଚ୍ଚତମ ଆକାଙ୍‌କ୍ଷା ବୋଲି ଘୋଷିତ ହୋଇଅଛି ।

ଯେହେତୁ ଏହା ପ୍ରୟୋଜନୀୟ ଯେ (ଯଦି ମନୁଷ୍ୟ ଶେଷ ଅବଲମ୍ବନ ସ୍ୱରୂପ ଅତ୍ୟାଚାର ଓ ଅନାଚାର ବିରୁଦ୍ଧରେ ବିଦ୍ରୋହ କରିବାକୁ ବାଧ୍ୟ ନ ହୁଏ) ମାନବିକ ଅଧିକାର ଋକ୍ଷ ହେବା ଉଚିତ ।

ଯେହେତୁ ବିଭିନ୍ନ ଜାତିମାନଙ୍କ ଭିତରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାର ବ୍ୟବସ୍ଥା ହେବା ଦରକାର;

ଯେହେତୁ ମିଳିତ ଜାତି ଅନୁଷ୍ଠାନ ଅନ୍ତର୍ଭୁକ୍ତ ଦେଶମାନଙ୍କର ଚାର୍ଟର ବା ଘୋଷଣାପତ୍ରରେ ମନୁଷ୍ୟର ମୌଳିକ ଅଧିକାର ପ୍ରତି, ମନୁଷ୍ୟର ମର୍ଯ୍ୟାଦା ଓ ଯୋଗ୍ୟତା ପ୍ରତି ଏବଂ ନରନାରୀଙ୍କର ସମାନ ଅଧିକାର ପ୍ରତି ସେମାନଙ୍କର ବିଶ୍ୱାସ କରୁଅଛି ବୋଲି ଦୃଢ଼ ଭାବରେ ସମର୍ଥନ କରୁଅଛନ୍ତି ଏବଂ ବୃହତ୍ତର ସ୍ୱାଧୀନତାରେ ସାମାଜିକ ପ୍ରଗତି ଓ ଉନ୍ନତତର ଜୀବନଯାପନ ପ୍ରଣାଳୀର ବିକାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଅଛନ୍ତି;

ଯେହେତୁ ଉକ୍ତ ଅନୁଷ୍ଠାନର ସଭ୍ୟ ବିଭିନ୍ନ ଦେଶରେ ମିଳିତ ଜାତି ଅନୁଷ୍ଠାନର ସହଯୋଗରେ ମାନବିକ ଅଧିକାର ଓ ମୌଳିକ ସ୍ୱାଧିନତା ନିମନ୍ତେ ବିଶ୍ୱଜନୀନ ସମ୍ମାନ ବୃଦ୍ଧି ପାଇଁ ଏବଂ ମାନବିକ ଅଧିକାର ଓ ମୌଳିକ ସ୍ୱାଧୀନତା ପାଳନ ପାଇଁ ଶପଥ ଗ୍ରହଣ କରିଅଛନ୍ତି;

ଯେହେତୁ ଏହି ଶପଥକୁ ପୂର୍ଣ୍ଣରୂପରେ କାର୍ଯ୍ୟରେ ପରିଣତ କରିବା ସକାଶେ ସମସ୍ତଙ୍କ ପକ୍ଷରେ ଏହିସବୁ ଅଧିକାର ଓ ସ୍ୱାଧୀନତାର ଅବରୋଧ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ;

ତେଣୁ ବର୍ତ୍ତମାନ ସାଧାରଣ ପରିଷଦ (ବା ଜେନେରାଲ୍ ଆସେମ୍ଲି) ନିମ୍ନଲିଖିତ ଘୋଷଣା କରୁଅଛନ୍ତି :-