Page:Jati, Jagruti o Pragati.pdf/9

From Wikisource
Jump to navigation Jump to search
This page has been proofread.

୧୦/ଜାତି, ଜାଗୃତି ଓ ପ୍ରଗତି

ଏକଦା ଓଡିଶା ଭୂଖଣ୍ଡର ଅଂଶବିଶେଷ ଥିବା ଆନ୍ଧ୍ରପ୍ରଦେଶ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ୧୭ ବର୍ଷ ପରେ ସୃଷ୍ଟି ହୋଇ, ଓଡ଼ିଶା ମାଟିରେ ଗଚ୍ଛିତ ପ୍ରଚୁର ଖଣିଜ ସମ୍ପଦ ଓ ବନ ସମ୍ପଦ ଅଧିକାର ଲାଳସାରେ ୧୯୬୦ ମସିହା ପରଠାରୁ ସୁନା, ରୂପା, ଲୌହ, ସୀସା ଆଦି ଧାତବ ଖଣିଜ ପଦାର୍ଥ ଗଚ୍ଛିତ ଥିବା ଓଡ଼ିଆ ଅଞ୍ଚଳ କୁଟିଆ ପଞ୍ଚାୟତକୁ ଅଧିକାର କରି ନିଜର ବୋଲି ଦାବି କଲା । ଏପରିକି ଓଡ଼ିଶା ସରକାରଙ୍କ ଅଯୋଗ୍ୟ ଅଧିବକ୍ତାମାନଙ୍କ ଯୋଗୁଁ ଏହି ଅଞ୍ଚଳ ଆନ୍ଧ୍ରକୁ ଚାଲିଯିବାର ଆଇନ୍‌ଗତ ବ୍ୟବସ୍ଥା ହୋଇସାରିବା ପରେ, ଓଡ଼ିଆ ଭାଷା ନ ଜାଣି ମଧ୍ୟ ନିଜକୁ ଓଡ଼ିଆ ବୋଲି ଗର୍ବ ମଣୁଥିବା କୁଟିଆ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଆନ୍ଧ୍ର ସ୍ଵପ୍ନରେ କିଛିଟା ଭଟ୍ଟା ଆଣିଦେଇଛି । ତଥାପି ବହୁ ଅଗମ୍ୟ ଅଞ୍ଚଳକୁ ନିଜ ଅଧିକାରଭୁକ୍ତ କରିବାରେ ଆନ୍ଧ୍ର ସଫଳ ହୋଇଛି । ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ, ଇନ୍ଦ୍ରାବତୀ ପ୍ରକଳ୍ପ, କୋଲାବ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପରେ ବହୁ ଓଡ଼ିଆ ପରିବାର ବାସଚ୍ୟୁତ ହେବା ପରେ ସେହି ଅଞ୍ଚଳ ଜନଶୂନ୍ୟ ହେବା, କିମ୍ବା ଜଳଭଣ୍ଡାର ଯୋଗୁଁ ଜନବସତି ଅଞ୍ଚଳ ଓଡ଼ିଶା ମୂଳ ଭୂଭାଗରୁ ବିଚ୍ଛିନ୍ନ ହେବାଦ୍ଵାରା ଏହାର ସୁଯୋଗ ଆନ୍ଧ୍ର ନେବାକୁ ପଛେଇନାହିଁ ।

କେବଳ ଭୂଭାଗ ନୁହେଁ- ଜଳସମ୍ପଦକୁ ନିଜ ଅଧିକାରଭୁକ୍ତ କରିବାପାଇଁ ବଂଶଧାରା ପ୍ରକଳ୍ପ, ପୋଲାଭରମ୍ ପ୍ରକଳ୍ପ, ଝଞ୍ଜାବତୀ ପ୍ରକଳ୍ପ, ମହେନ୍ଦ୍ରତନୟା ପ୍ରକଳ୍ପ ସୃଷ୍ଟିକରି ସୀମାନ୍ତବର୍ତ୍ତୀ ଓଡ଼ିଆଙ୍କୁ ତୃଷାର୍ତ୍ତ ରଖିବା ସହ ଜଳସମ୍ପଦ, ଅରଣ୍ୟ ସମ୍ପଦ ଓ ଚାଷଜମିକୁ ନିଜ ଅଧିକାର ଭୁକ୍ତ କରିବାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଅଧିକ ଲାଭର ଲୋଭ ଦେଖାଇ ସୀମାନ୍ତ ଜିଲ୍ଲାର କୃଷକମାନଙ୍କ ସହ ଚୁକ୍ତିଭିତିକ କୃଷି କାର୍ଯ୍ୟଦ୍ଵାରା ବର୍ଜିତ ବି.ଟି. କପାଚାଷ କରାଇ ନିଜ ଜମିରେ ଓଡ଼ିଆ କୃଷକଟିଏ କେବଲ ଗୋତି ଶ୍ରମିକ ପାଲଟିନାହିଁ, ବରଂ ପାରମ୍ପରିକ ଧାନ, ମାଣ୍ଡିଆ ଆଦି ଚାଷ ନ ହେବା ଯୋଗୁ ଏଠାରେ ଖାଦ୍ୟଭାବଜନିତ ସମସ୍ୟା ମଧ୍ୟ ସୃଷ୍ଟି କରାଉଛି ।

ଆନ୍ଧ୍ର କୂଟଚକ୍ରାନ୍ତର ସଦ୍ୟ ନମୂନା ହେଉଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ସିଣ୍ଡିଳଗୁଡ଼ା, ରେଖାପଲ୍ଲୀ, ଖଜରାଇଗୁମା, ଲୋମାଲୋରୀ, କେରାପଲ୍ଲୀ, ତେଜପଦର ଆଦି ୮ଟି ଗ୍ରାମକୁ ନିଜର ବୋଲି ଦାବି କରିବା । ଏହି ୮ଟି ଗ୍ରାମ ହେଉଛି ବକ୍‌ସାଇଟ ଖଣିଜପୂର୍ଣ୍ଣ ଅଞ୍ଚଳ । ଆନ୍ଧ୍ରର ଚିନ୍ତାପଲ୍ଲୀରେ ସ୍ଥାପିତ ଏକ ଆଲୁମିନା ରିଫାଇନାରୀ ନିମନ୍ତେ ଏହିସବୁ ଗ୍ରାମ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପରିବେଶ ମଞ୍ଜୁରୀପାଇଁ ଆନ୍ଧ୍ର ସରକାରଙ୍କ ପରିବେଶ ବୋର୍ଡଦ୍ଵାରା ଜନଶୁଣାଣି ଉଦ୍ଦେଶ୍ୟରେ