Page:Jati, Jagruti o Pragati.pdf/21

From Wikisource
Jump to navigation Jump to search
This page has been proofread.

୨୨ / ଜାତି, ଜାଗୃତି ଓ ପ୍ରଗତି

ଓଡ଼ିଶାବାସୀ ସାବଧାନ : ଆନ୍ଧ୍ର ଆସୁଛି!

ନିକଟରେ ଇତିହାସର ଆଉ ଏକ ଅନ୍ୟାୟକୁ ଓଡ଼ିଶାବାସୀ ମଥାପାତି ସହ୍ୟ କରିବାର ସୁଯୋଗ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପ୍ରଦାନ କରିଥିବାରୁ ଏଥିପାଇଁ ପ୍ରଥମେ ଧନ୍ୟବାଦ ଅର୍ପଣ କରୁଛି, କାରଣ ଦକ୍ଷିଣ ଓଡ଼ଶାର ଉପାନ୍ତ ଅଞ୍ଚଳ କୁଟିଆ । ଗ୍ରାମ ପଞ୍ଚାୟତ ଉପରେ ଆନ୍ଧ୍ରର ବଳପୂର୍ବକ ଅଧିଗ୍ରହଣ ପ୍ରତି ସର୍ବୋଚ୍ଚ ବିଚାର ବିଭାଗର ନୀରବ ସମର୍ଥନ, କିଛିକ୍ଷଣ ହେଉ ପଛକେ ଓଡ଼ିଆଙ୍କ ଭାବପ୍ରବଣତାକୁ ଜାଗ୍ରତ କରିପାରିଛି ।

ଅତୀତକୁ ଦୃଷ୍ଟି ନିକ୍ଷେପ କଲେ ଦେଖିବାକୁ ମିଳିବ ଯେ, ଏଭଳି ଆଘାତ କିଛି ନୂଆ ନୁହେଁ । ସେଥିପାଇଁ ଆଘାତ ସହିବା ଏକ ଗୌରବର କଥା ବୋଲି ଆମେ ଗ୍ରହଣ କରି ସାରିଲୁଣି । ସ୍ୱାଧୀନତା ପୂର୍ବରୁ ଓଡ଼ିଶା ଏକତ୍ରୀକରଣ ବେଳେ ଏକତୃତୀୟାଂଶ ଓଡ଼ଆ ଓ ଓଡ଼ିଶା ଅଞ୍ଚଳ ହରାଇ ଆମେମାନେ “ବୁଦ୍ଧିମାନ ଯେତିକି ପାଆନ୍ତି, ସେତିକି ଗ୍ରହଣ କରିବା ଉଚିତ୍” ନ୍ୟାୟରେ ବିଖଣ୍ଡିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ପାଇ ଆନନ୍ଦରେ ଉଦ୍‌ବେଳିତ ହୋଇ ଉଠିଲୁ । ଭୁଲିଗଲୁ ପାଖ ପଡ଼ିଶା ଘରେ ଆଶ୍ରିତ ଥାଇ ଛଟପଟ ହେଉଥିବା ଆମ ଭାଇମାନଙ୍କ ବିଚ୍ଛେଦଜନିତ ଶୋକକୁ । କେବଳ ସେତିକି ନୁହେଁ, ଏହି ସମୟରେ ଟାଟା ଶିଳ୍ପାଞ୍ଚଳ ଓଡ଼ଶାରେ ମିଶିବା ପାଇଁ ସମ୍ମତି ଦେବା ଘଟଣାପ୍ରତି ତତ୍କାଳୀନ ଓଡ଼ିଆ ନେତୃବୃନ୍ଦଙ୍କ ଉଦାସୀନତାର ପରମ୍ପରାକୁ ଆମେ ପୁଣି ଥରେ ଦେଖିବାକୁ ପାଇଥିଲୁ; ସ୍ୱାଧୀନତା ପରେ ଗଠିତ ସୀମା ନିର୍ଦ୍ଧାରଣ କମିଟିର ଅବିଚାର ତଥା ଏହାକୁ ବିରୋଧ କରି ହୋଇଥିବା ସ୍ୱାଭିମାନର ଆନ୍ଦୋଳନକୁ ଦୃଢ଼ ଦମନ କରିଥିବା ଆମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କଠାରେ । ତେଣୁ ଆଜି ସର୍ବୋଚ୍ଚ ନ୍ୟାୟାଳୟର ନୀରବ ସମର୍ଥନରେ କୁଟିଆ ଗ୍ରାମପଞ୍ଚାୟତର ୨୮ରୁ ୨୧ଟି ଗ୍ରାମ ଆନ୍ଧ୍ର ପ୍ରଦେଶରେ ମିଶିବା ସମୟରେ ଓଡ଼ିଶା ସହିତ ଭାବଗତ ସଂପର୍କ ନ ଥିବା, ତଥା ଓଡ଼ିଆ ଜାତିର